Below header

ଛୋଟାର ଖୋର୍ଦ୍ଧା ସାମ୍ରାଜ୍ୟ ପତନ ପରେ ତଥାପି ବନ୍ଦ ହୋଇନି ‘ଜହର ବେପାର’

ଛୋଟା ଓରଫ ଶୁଭ୍ରାଂଶୁ ପରିଡା । ନାଁ ସିନା ଛୋଟା ହେଲେ କରୁଛି ବଡ଼ ଅପରାଧ । ସେ ହେଉଛି ଡ୍ରଗ୍‌ ମାଫିଆ । ବ୍ରାଉନ୍‌ ସୁଗାର ଭଳି ଭୟଙ୍କର ନିଶାର ବେପାର କରି ଖୋର୍ଦ୍ଧାରେ ରାଜ୍‌ କରୁଥିଲା । କୋର୍ଟରେ ଆତ୍ମସମର୍ପଣ କରିଛି ସେ । ଏବେ ଏସଟିଏଫ୍‌ ବା ସ୍ପେସାଲ ଟାସ୍କ ଫୋର୍ସ କବ୍‌ଜାରେ । ଏପଟେ ଜିଲ୍ଲା ପ୍ରଶାସନ ତାର ସମ୍ପତ୍ତି ବାଜ୍ୟାପ୍ତି ଆରମ୍ଭ କରିଛି । ଖୋର୍ଦ୍ଧା ଗୁରୁଜଙ୍ଗ ଜବରଦସ୍ତିପୁର ଅଚଂଳରେ ବେଆଇନ୍‌ ଭାବେ ଜୋର ଜବରଦସ୍ତ କୋଟି କୋଟି ଟଙ୍କାର ଏକ ବିଳାସପୂର୍ଣ୍ଣ କୋଠା ତିଆରି କରିଥିଲା ଶୁଭ୍ରାଂଶୁ । ଯାହାର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା । ଏହି ବିଶାଳ କୋଠାକୁ ଭାଙ୍ଗିି ଦେଇଛି ପ୍ରଶାସନ ।

1ହେଲେ ପୋଲିସ୍‌ ହାତରେ ସିନା ଧରାପଡ଼ିଛି କିଙ୍ଗପିନ୍‌ କିନ୍ତୁ ଏଥିରେ କଣ ବନ୍ଦ ହୋଇଯିବ ଡ୍ରଗ୍ସ ବେପାର ? କଣ ଛିଡ଼ିଯିବ ମିୟାଁମାରରୁ ଖୋର୍ଦ୍ଧା ଭାୟା ଜଳେଶ୍ୱରରୁ ଲମ୍ବିଥିବା ଚେର ?
ଆମ ପାଖରେ ଯାହା ସୂଚନା ରହିଛି ଛୋଟା ଏହି କାମ ଏକା କରୁନଥିଲା । ତାର ଏକ ବଡ଼ ନେଟ୍‌ଓ୍ଵର୍କ ରହିଛି । ଅନେକ ବେକାର ଯୁବକଙ୍କୁ ଏଥିରେ ସେ ରଖି ଭଲ ଦରମା ଦେବା ସହିତ ସେମାନଙ୍କୁ ଦେଇଛି ଦାମୀ ବାଇକ୍‌ । ତେଣୁ ଆତ୍ମସମର୍ପଣ କରି ଜେଲ୍‌ର ହାଓ୍ଵା ଖାଇଲେ ମଧ୍ୟ ଛୋଟାର ପ୍ରଭାବ ଡ୍ରଗସ୍‌ ଦୁନିଆ ପୂର୍ବ ପରି ରହିବ ବୋଲି ଅନୁମାନ କରାଯାଉଛି । ତାର ସାମ୍ରାଜ୍ୟ ପୂର୍ବ ଭଳି ଅତୁଟ ଓ ଅକ୍ଷୁଣ୍ଣ ରହିବ ।
ଡ୍ରଗସ୍‌ ଜାଲରେ ଆଜିର ଯୁବ ପିଢ଼ି ପଥଭ୍ରଷ୍ଟ ହେଉଛନ୍ତି । ଏହାର କବଳରେ ପଡ଼ି ଅନେକ ଅପରାଧ ମଧ୍ୟ ଘଟାଉଛନ୍ତି । ଏମିତି କି କିଛି ମହିଳା ବି ଏଥିରେ ସାମିଲ । ଯେଉଁମାନେ ଛୋଟାର ସାମ୍ରାଜ୍ୟକୁ ବେଶ୍‌ ବଡ଼ କରିବାରେ ସହାୟକ ହୋଇଛନ୍ତି ।

brown sugarଚର୍ଚ୍ଚା ଚାଲିଛି, ପ୍ରଶାସନ ଛୋଟାର ଘର ଭାଙ୍ଗିବା ଲାଗି ନୋଟିସ୍‌ ଦେବା ପରେ ଘରୁ ଅନେକ ମୂଲ୍ୟବାନ୍‌ ଜନିଷ ଗାୟବ ହୋଇଗଲା । ତାର ଖୋର୍ଦ୍ଧା ବାହାରେ ମଧ୍ୟ ଆହୁରି କେତୋଟି ଘର ରହିଥିବା ସୂଚନା ମିଳିଛି । ଏପଟେ ଖୋର୍ଦ୍ଧା ଜେଲ୍‌ରେ ରହି ଯୋଜନା ବନାଉଛି ଡ୍ରଗ୍‌ ମାଫିଆ । ମୋହରା ବନୁଛନ୍ତିି ଯୁବ ପିଢ଼ି । ତେବେ ଏସ୍‌ଟିଏଫ୍‌ ହିଁ ଆକଳନ କରି ପାରିବ କେତେ ସମ୍ପତ୍ତି ରହିଛି ଛୋଟା ଓରଫ ଶୁଭ୍ରାଂଶୁର । ଆଉ ସେ କେମିତି ଚଳାଉଛି ତାର ନିଶା ବେପାର ସାମ୍ରାଜ୍ୟକୁ ।
ହେଲେ ଏବେବି ବନ୍ଦ ହୋଇ ନାହିଁ ନିଷିଦ୍ଧ ନିଶା ବେପାର । କାରଣ ମୁଖିଆ ସିନା ଧରା ପଡ଼ିଛି । ହେଲେ ଚେଲା ଚାମୁଣ୍ଡା ତ ଅଛନ୍ତି । ପୁଣି ଏଥିରେ କେବଳ ଯେ ଛୋଟା ସଂପୃକ୍ତ ତା ନୁହେଁ, ଏହା ପଛରେ ଆହୁରି କଛି ବଡ଼ମୁଣ୍ଡ କାମ କରୁଥିବ ନିଶ୍ଚୟ ।
ତେଣୁ ଧଳା ଜହର ବେପାରକୁ ରୋକିବା ଲାଗି ପୋଲିସ୍‌କୁ କରିବାକୁ ହେବ କିଛି ନୂଆ ଯୋଜନା । କାରଣ ରୋଗ ଯେତେ ପୁରୁଣା ହେବ ସେତିକି ଅଧିକ ଦରକାର ହୁଏ କଡ଼ା ଔଷଧ । ନିଶା ବେପାରର ଚେର ଉପାଡ଼ିବାକୁ ସ୍ୱତନ୍ତ୍ର ଯୋଜନା ନକଲେ ପୋଲିସ୍‌ ହାରିଯିବ ନିଶା ବେପାରୀଙ୍କ ଆଗରେ ।

ଖୋର୍ଦ୍ଧରୁ ସଂଗ୍ରାମ କେଶରୀ ହୋତା, କେ ନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.