ଆନ୍ଧ୍ର ମାଛରେ ପୋକ, କିଣିବା ପୂର୍ବରୁ ଭଲରେ ଦେଖି ଆଣନ୍ତୁ

ବାଲିପାଟଣା : ଆନ୍ଧ୍ର ମାଛରେ ପୋକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ବନମାଳିପୁରରେ । ସ୍ଥାନୀୟ ଅଂଚଳର ରାଜେଶ ପାତ୍ର ନାମକ ଜଣେ ବ୍ୟକ୍ତି ବଜାରରୁ ମାଛ ଆଣି ଘରେ କାଟିବା ପରେ ଏଥିରେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ପାଇଥିଲେ । କିଛି ଅସାଧୁ ବ୍ୟବସାୟୀ ଆନ୍ଧ୍ରରୁ ଆସୁଥିବା ମାଛକୁ ୪ /୫ ଦିନ ଯାଏ ରଖି ଗ୍ରାହକଙ୍କୁ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏତେ ଦିନ ଧରି ମାଛ ରଖୁଥିବାରୁ ଏଥିରେ ପୋକ ହୋଇଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.