Below header

ଚାଲାକ୍‌ ଚୋର, ଜଟଣୀ ପୋଲିସ୍‌କୁ ଚକ୍‌ମା ଦେଇ ଚମ୍ପଟ ମାରିଲେ ଅପରାଧୀ

ଖୋର୍ଦ୍ଧା (କେ ନ୍ୟୁଜ୍‌) : ପୋଲିସର ଆଖି ସାମ୍ନାରେ ଫେରାର ହୋଇଗଲେ ଅପରାଧୀ । ଏପରି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଜଟଣୀ ପୋଲିସ ଡାକ୍ତରୀ ପରୀକ୍ଷା ପାଇଁ ଆଣିଥିବା ଦୁଇଜଣ ଅପରାଧୀ ପୋଲିସ ଆଖିରେ ଧୂଳି ଦେଇ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଖସି ପଳାଇଛନ୍ତି । ପୋଲିସ ତାଙ୍କୁ ପିଛା କରିଥିଲେ ମଧ୍ୟ ତାଙ୍କୁ ଧରିବାରେ ବିଫଳ ହୋଇଛି । ତେବେ ଅପରାଧୀମାନେ ମେଡିକାଲ ପରିସରରୁ ଦୌଡ଼ି ପଳାଇଯିବାର ଦୃଶ୍ୟ ସେଠାରେ ଥିବା ସିସିଟିଭିରେ ରେକର୍ଡ଼ ହୋଇଛି ।
ଦେଖନ୍ତୁ ଏହି ଭିଡିଓ । ଏଥିରେ ସ୍ପଷ୍ଟ ଦେଖାଯାଉଛି କିପରି ପୋଲିସକୁ ଭୁଆଁ ବୁଲାଇ ଆପରାଧୀମାନେ ଆଖି ପିଛୁଳାକେ ଫେରାର ହୋଇଯାଉଛନ୍ତି । ପୋଲିସ ମଧ୍ୟ ତାଙ୍କ ପଛେ ପଛେ ଯାଉଛି କିନ୍ତୁ ଅପରାଧୀଙ୍କୁ ଧରି ପାରି ନାହିଁ । ଯାହାଫଳରେ ପୋଲିସର ଦାୟିତ୍ୱହୀନତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.