Below header

ପରୀକ୍ଷାରେ ସାମୁହିକ ନକଲର ସବୁଠାରୁ ବଡ଼ ମାମଲା, ଗୋଟିଏ ପ୍ରଶ୍ନର ଗୋଟିଏ ପ୍ରକାର ଭୁଲ୍ ଉତ୍ତର ଲେଖିଛନ୍ତି ୯୫୯ ପରୀକ୍ଷାର୍ଥୀ

ପରୀକ୍ଷାରେ ସାମୁହିକ ନକଲର ଏକ ବଡ଼ ମାମଲା ଆସିଛି ଗୁଜୁରାଟରୁ । ଦ୍ବାଦଶ ପରୀକ୍ଷାରେ ପ୍ରାୟ ୯୫୯ ଜଣ ପରୀକ୍ଷାର୍ଥୀ ସାମୁହିକ ନକଲ କରିଛନ୍ତି । ଗୁଜୁରାଟ ସେକେଣ୍ଡାରୀ ଆଣ୍ଡ ହାୟର ସେକେଣ୍ଡାରୀ ଏଜୁକେସନ୍ ବୋର୍ଡ ଇତିହାସରେ ନକଲର ଏହା ସବୁଠାରୁ ବଡ଼ ମାମଲା ବୋଲି କୁହାଯାଉଛି । ମାମଲାଟି ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଏହି ୯୫୯ ଜଣ ପରୀକ୍ଷାର୍ଥୀ ସମସ୍ତ ପ୍ରଶ୍ନ ଉତ୍ତର ଗୋଟିଏ ପ୍ରକାର ଲେଖିଛନ୍ତି । ଉତ୍ତରର କ୍ରମ ସମସ୍ତଙ୍କର ସମାନ । କେବଳ ସେତିକି ନୁହେଁ ଗୋଟିଏ ଭୁଲ୍ ସମସ୍ତେ କରିଛନ୍ତି ।

ଘଟଣା ସାମ୍ନାକୁ ଆସିବା ପରେ ସମସ୍ତ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ୨୦୨୦ ପର୍ଯ୍ୟନ୍ତ ହୋଲ୍ଡ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁ ବିଷୟରେ ପରୀକ୍ଷାର୍ଥୀ ସାମୁହିକ ନକଲ କରିଛନ୍ତି ସେଥିରେ ସମସ୍ତ ୯୫୯ ଜଣଙ୍କୁ ଫେଲ୍ କରିଦିଆଯାଇଛି । ଅନ୍ୟପଟେ ଯାଂଚ ପରେ କିଛି ପରୀକ୍ଷାର୍ଥୀ ସ୍ବୀକାର କରିଛନ୍ତି ପରୀକ୍ଷା କେନ୍ଦ୍ରରେ ଶିକ୍ଷକମାନେ ହିଁ ତାଙ୍କୁ ଉତ୍ତର ଡାକି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.