ବ୍ୟାଚେଲର ଟ୍ରିପକୁ କରିବାକୁ ଚାହୁଁଛନ୍ତି କି ମେମୋରେବୁଲ୍ ? ଏହି ୫ ଜାଗା ଆପଣଙ୍କ ଇଚ୍ଛା ପୂରଣ କରିଦେବ

ବିଗତ କିଛିବର୍ଷ ଧରି ଯୁବପିଢ଼ିଙ୍କ ମଧ୍ୟରେ ବ୍ୟାଚେଲର ପାର୍ଟି ବହୁତ ଲୋକପ୍ରିୟ ହୋଇଯାଇଛି। ସେ ଝିଅ ହୁଅନ୍ତୁ ଅବା ପୁଅ, ବାହାଘର ପୂର୍ବରୁ ସମସ୍ତେ ନିଜ ସାଙ୍ଗସାଥୀଙ୍କ ସହ ବ୍ୟାଚେଲର ସେଲିବ୍ରେଟ କରିବାକୁ ଯାଆନ୍ତି। ଯଦି ଆପଣ ବି ଭାବୁଛନ୍ତି କି ସାଙ୍ଗମାନଙ୍କ ସହ ବ୍ୟାଚେଲର ପାର୍ଟି ପାଇଁ କୌଣସି ଏକ ଜାଗା ବୁଲିବାକୁ ଯିବେ, ତା’ହେଲେ ଆମେ ଆପଣଙ୍କ ସମସ୍ୟାକୁ ଟିକେ କମ୍ କରିଦେଉଛି। ଆସନ୍ତୁ ଜାଣିବା ବ୍ୟାଚେଲର ପାର୍ଟି କରିବା ପାଇଁ ଭାରତରେ ଥିବା କେତେକ ବେଷ୍ଟ ଡେଷ୍ଟିନେଶନ ବିଷୟରେ।

goa goa

ଗୋଆ

ଭାରତର ପାର୍ଟି କ୍ୟାପିଟାଲ କୁହାଯାଉଥିବା ‘ଗୋଆ’ ବ୍ୟାଚେଲର ପାର୍ଟି ପାଇଁ ସବୁଠାରୁ ପରଫେକ୍ଟ ଜାଗା। ଏଠାରେ ଆପଣ ସମୁଦ୍ର ବେଳାଭୂମିରେ ଢେର ସାରା ମସ୍ତି କରିପାରିବେ। ଏହାସାଙ୍ଗକୁ ଲେଟ୍ ନାଇଟ୍ କ୍ଲବ, କ୍ରଜ୍ ପାର୍ଟି ଏବଂ ଦୁଃସାହସିକ କ୍ରୀଡ଼ାର ମଧ୍ୟ ମଜା ନେଇପାରିବେ। ସାଙ୍ଗମାନଙ୍କ ସହ ଗୋଆରେ ବିତାଇଥିବା କିଛି ଖାସ୍ ମୁହୂର୍ତ୍ତ ସବୁବେଳେ ଆପଣଙ୍କୁ ମନେ ପକାଇବ।

sea sea

ପୁଡ଼ୁଚେରୀ

ଯଦି ଆପଣଙ୍କୁ କୋଳାହଳ ପସନ୍ଦ ନୁହେଁ, ତା’ହେଲେ ଆପଣ ପୁଡ଼ୁଚେରୀ ପ୍ଲାନ୍ କରିପାରିବେ। ପୁଡ଼ୁଚେରୀର ସମୁଦ୍ର ବେଳାଭୂମି ଗୋଆ ଭଳି ଗହଳି ନୁହେଁ, ଏହା ଶାନ୍ତ ପରିବେଶ। ବିଚରେ ୱାର୍ଟର ସ୍ପୋର୍ଟସ ମଧ୍ୟ ରହିଛି। ଏଠାରେ ବୁଲିବା ପାଇଁ କୋବଲେଡ୍ ଷ୍ଟ୍ରିଟ୍, ହେରିଟେଜ୍ ପ୍ରୋପରଟିଜ୍, ଆର୍କିଟେକଚର୍, କାଫେ, ଚର୍ଚ୍ଚ ଏବଂ ମନ୍ଦିର ଆଦି ରହିଛି।

ଏହାସହ ପଢ଼ନ୍ତୁ: ‘ମାଉଣ୍ଟ ଆବୁ’ ବୁଲିବା ପାଇଁ ମନସୁନ୍ ହେଉଛି ବେଷ୍ଟ ସିଜନ୍, ଆଉ ଡେରି ନ କରି ଏବେଠୁ କରନ୍ତୁ ପ୍ଲାନ୍

boat house

ଅଲେପ୍ପି

ପୂର୍ବର ଭେନିସ୍ କୁହାଯାଉଥିବା କେରଳର ଏହି ସହରରେ ଆପଣ ସମୁଦ୍ର ଏବଂ ସବୁଜିମାର ମଜା ନେଇପାରିବେ। ହାଉସ୍ ବୋଟରେ ବସି ବୁଲିବା ପାଇଁ ଅଲେପ୍ପି ପ୍ରସିଦ୍ଧ। ଏଠାକାର ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତକୁ ନେଇ ବିଶ୍ବସ୍ତରରେ ଚର୍ଚ୍ଚା ହୋଇଥାଏ। ଏଠାକୁ ପରିଭ୍ରମଣରେ ଆସୁଥିବା ବିଦେଶୀ ପର୍ଯ୍ୟଟକ ବି ଏହି ସୁନ୍ଦର ଜାଗା ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଅଲେପ୍ପିରେ ସମୁଦ୍ର ବ୍ୟତୀତ ଆମ୍ବଳା ପୂଜା ଶ୍ରୀକ୍‌ଷ୍ଣ ମନ୍ଦିର, କ୍ରୀଷ୍ଣାପୂରମ୍ ପ୍ୟାଲେସ୍, ମରାରି ସମୁଦ୍ର ତଟ ବେଶ୍ ଆକର୍ଷଣୀୟ।

fun beach

ଗୋକର୍ଣ୍ଣ

ଗୋଆ ଭଳି କର୍ଣ୍ଣାଟକର ଗୋକର୍ଣ୍ଣ ମଧ୍ୟ ଏକ ସୁନ୍ଦର ଜାଗା। ଏଠାକାର ଓମ୍ ବିଚ୍ ଏବଂ ପାରାଡାଇଜ୍ ବିଚ୍ ବହୁତ ପ୍ରସିଦ୍ଧ। ପାହାଡ଼ ଘେରା ସମୁଦ୍ର ତଟରେ କରିଥିବା ପାର୍ଟି ଆପଣଙ୍କ ମନରେ ସବୁବେଳେ ସ୍ମରଣୀୟ ରହିବ। ଏଠାରେ ଆପଣ ଆକାଶ ମାର୍ଗ ଦ୍ବାରା ଡେବୋଲିମ୍ ବିମାନବନ୍ଦରରେ ପହଞ୍ଚି ଗୋକର୍ଣ୍ଣ ଯାଇପାରିବେ। ଗୋକର୍ଣ୍ଣ ଯିବାକୁ ହେଲେ ଆପଣଙ୍କୁ ବିମାନବନ୍ଦରରୁ ଟ୍ୟାକ୍ସି କିମ୍ବା ବସର ସାହାଯ୍ୟ ନେବାକୁ ପଡ଼ିବ। ଗୋକର୍ଣ୍ଣ ବିଚରେ ସ୍ଥାନୀୟ ଖାଦ୍ୟ ଏବଂ ସିଫୁଡର ମଜା ମଧ୍ୟ କିଛି ଅଲଗା।

nashik nashik

ନାସିକ

ୱାଇନ୍ ଲଭର୍ସଙ୍କ ପାଇଁ ମହାରାଷ୍ଟ୍ରର ନାସିକ୍ ଏକ ଉତ୍ତମ ଜାଗା। ଏଠାରେ ସାଙ୍ଗଙ୍କ ସହିତ ବିଭିନ୍ନ ପ୍ରକାର ୱାଇନର ମଜା ନେଇପାରିବେ। ମାର୍ଚ୍ଚ-ଜୁନ୍ କିମ୍ବା ସେପ୍ଟେମ୍ବର-ଅକ୍ଟୋବରରେ ଏଠାକାର ପାଗ ବେଶ୍ ଉପଭୋଗ୍ୟ ହୋଇଥାଏ।

Leave A Reply

Your email address will not be published.