Below header

ରଖିଲେ ହରି ମାରିବ କିଏ, ମୁମ୍ବାଇରେ ଭୁଶୁଡିଥିବା କୋଠା ତଳୁ ଜୀବନ୍ତ ଉଦ୍ଧାର ହେଲା ଶିଶୁ

ରଖିଲେ ହରି ମାରିବ କିଏ । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୁମ୍ବାଇରେ । ମୁମ୍ବାଇର ଡୋଙ୍ଗରିରେ ଭୁଶୁଡି ପଡିଛି ଏକ ଚାରିମହଲା କୋଠା । ଏହା ତଳେ ପ୍ରାୟ ୪୦ ରୁ ୫୦ ଲୋକ ଦବି ରହିଥିବାର ଆଶଙ୍କା କରାଯାଉଛି । ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାରକାର‌୍ୟ୍ୟ ଜାରି ରହିଛି । ତେବେ ଏହା ମଧ୍ୟରେ ଦେଖିବାକୁ ମିଳିଛି ଏକ ଚମତ୍କାର ଘଟଣା । ଭଙ୍ଗା କୋଠା ତଳୁ ଏକ ଜୀବନ୍ତ ଶିଶୁକୁ ଉଦ୍ଧାର କରାଯାଇଛି ।

ତେବେ ଶିଶୁଟିର ଅବସ୍ଥା କିପରି ଅଛି ତାହା ଏଯାଏ ଜଣାପଡିନାହିଁ । ତେବେ ଶିଶୁଟି ସୁସ୍ଥ ଥିବା ଆଶା କରାଯାଉଛି । ତେବେ ଏତେ ବଡ଼ ଦୁର୍ଘଟଣା ମଧ୍ୟରେ ଶିଶୁଟି ଜୀବନ୍ତ ଉଦ୍ଧାର ହେବା କୌଣସି ଚମତ୍କାରଠୁ କମ ନୁହେଁ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି କୋଠା ପ୍ରାୟ ୧୦୦ ବର୍ଷର ପୁରୁଣା । ଏହାରି ତଳେ ପ୍ରାୟ ୪୦ ରୁ ୫୦ ଲୋକ ଦବି ରହି ଥାଇ ପାରନ୍ତି। ଯେତେବେଳେ କୋଠାଟି ଭୁଶୁଡ଼ିଲା ଲାଗିଲା ଯେମିତି ଭୂମିକମ୍ଫ ହୋଇଛି। ଲୋକଙ୍କ କହିବା କଥା ଏହି କୋଠାରେ ୮ ରୁ ୧୦ ପରିବାର ରହୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.