ରାୟଗଡ଼ାରେ ସମଲେଶ୍ୱରୀ ଟ୍ରେନ୍‌ ଦୁର୍ଘଟଣା ଘଟଣା, ତଦନ୍ତ ପାଇଁ ପୁଣି କେଉଟଗୁଡାରେ ପହଞ୍ଚିଲେ ନର୍ଥ ଫ୍ରଣ୍ଟିଏର ସର୍କିଲ ରେଳ ସୁରକ୍ଷା କମିଶନର

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ାରେ ସମଲେଶ୍ୱରୀ ଟ୍ରେନ୍‌ ଦୁର୍ଘଟଣା ଘଟଣାର ତଦନ୍ତ ପାଇଁ ପୁଣି ରାୟଗଡ଼ା କେଉଟଗୁଡାରେ ପହଞ୍ଚିଲେ ନର୍ଥ ଫ୍ରଣ୍ଟିଏର ସର୍କିଲ ରେଳ ସୁରକ୍ଷା କମିଶନର ଆର. କେ. ଶର୍ମା । ଦୁର୍ଘଟଣାର ବିଭିନ୍ନ ଦିଗ ନେଇ ତଦନ୍ତ କରାଯିବ। ସିଗନାଲ ବ୍ୟବସ୍ଥା ସହ ଯାନ୍ତ୍ରିକ ବ୍ୟବସ୍ଥା ବିଷୟ ଅନୁଦ୍ୟାନ କରିବେ। ଏହାପରେ ରେଳ ବିଭାଗର ଅଧିକାରୀ ଓ କିଛି କର୍ମଚାରୀଙ୍କ ସହ ଆଲୋଚନା କରିବେ। ଗତ ମାସରେ ରେଳ ସୁରକ୍ଷା କମିଶନର ଘଟଣାସ୍ଥଳକୁ ଆସି ତଦନ୍ତ କରିଥିଲେ। ଦୁର୍ଘଟଣା ଘଟଣାସ୍ଥଳରେ ଉପସ୍ଥିତ ଥିବା ରେଳ କର୍ମଚାରୀ ଓ ସାଧାରଣ ଲୋକ ସାକ୍ଷ୍ୟ ନିଆଯାଇଥିଲା। ଗତ ୨୫ ତାରିଖରେ ରାୟଗଡ଼ା-କୋରାପୁଟ ରେଳପଥର ଅଙ୍ଗୁରୁଠାରେ ସମଲେଶ୍ୱରୀ ଏକ୍ସପ୍ରେସ୍‌ ଦୁର୍ଘଟଣା ହୋଇଥିଲା । ଏଥିରେ ତିନି ଜଣ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.