ଆସୁଛି ମାରୁତି ସୁଜୁକିର ନୂଆ Vitara breeza, ପୁରୁଣା ଠାରୁ ହେବ ବଡ ଏବଂ ଖାସ୍

କମ୍ପାକ୍ଟ ଏସୟୁବି ସେଗମେଣ୍ଟରେ ମାରୁତି ସୁଜୁକି ଭିଟାରା ବ୍ରୀଜା ବହୁତ ଲୋକପ୍ରିୟ ଅଟେ। ଏହି ଗାଡିକୁ ପ୍ରତି ମାସ ଆଠ ହଜାରରୁ ଅଧିକ ବ୍ରିକ୍ରି ହୋଇଥାଏ। ଭିଟାରା ବ୍ରୀଜା ଲଞ୍ଚ ହେବାର ବହୁତ ସମୟ ହୋଇଗଲାଣି ଏମିତିରେ ବର୍ତ୍ତମାନ କମ୍ପାନୀ ନିଜର ଗ୍ରାହକଙ୍କୁ କିଛି ନୂଆ ଦେବା ପାଇଁ ଭିଟାରା ବ୍ରୀଜା ନେଇ ଆସିଛି। ନିକଟରେ ଟେଷ୍ଟିଂ ସମୟରେ ଏହାକୁ ଦେଖାଯାଇଛି। ଆସନ୍ତୁ ଜାଣିବା କଣ ଖାସ୍ ଅଛି ନୂଆ ମଡେଲ ବିଷୟରେ।

ନିକଟରେ ଟେଷ୍ଟିଂ ସମୟରେ ନୂଆ ଭିଟାରା ବ୍ରୀଜା ର ଫଟୋ ଲିକ୍ ହୋଇଛି। କିନ୍ତୁ ରିପୋଟର୍ସରୁ ଜଣାପଡିଛି ଯେ ନୂଆ ମଡେଲ କମ୍ପାକ୍ଟ ନୁହେଁ ବରଂ ବଡ ହେବା ସହିତ ଏବେ ଥିବା ମଡେଲରୁ ବେଷ୍ଟ ରହିବ। ଏମିତିରେ ଏହାର ସିଧା ମୁକାବିଲା ହୁଣ୍ଡାଇ କ୍ରେଟା, ରେନଲ୍ଟ ଡଷ୍ଟର ଏବଂ ନିସାନ କିକ୍ସ ଭଳି ଗାଡି ସହିତ ହେବ। ଟେଷ୍ଟିଂ ସମୟରେ ଯେଁଉ ଫଟୋ ଲିକ୍ ହୋଇଛି ସେଥିରେ ଇଣ୍ଟରନାସନାଲ ମଡେଲର ଝଲକ ନଜର ଆସୁଛି।

suzuki-vitara-rear

ଏହା ସହ ପଢ଼ନ୍ତୁ : ମାଇଲେଜ ୪୫୨ କିଲୋମିଟର, ଆସନ୍ତାକାଲି ଭାରତରେ ଲଞ୍ଚ୍‌ ହେବାକୁ ଯାଉଛି ହୁଣ୍ଡାଇ କୋନା ଇଲେକ୍ଟ୍ରିକ କାର, ଜାଣନ୍ତୁ ଏହାର…

ଲିକ୍ ହୋଇଥିବା ଫଟୋ ଅନୁସାରେ ନୂଆ ଭିଟାରା ବ୍ରେଜାର ଫ୍ରଣ୍ଟ ଏବଂ ରିୟରରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିବ। ଏହାର ଫ୍ରଣ୍ଟରେ କ୍ରୋମ୍ ଗ୍ରିଲ, ହେଡଲାଇଟସ୍ ଏବଂ ଟେଲଲାଇଟସ୍ ଠିକ ସେହିଭଳି ହୋଇପାରେ ଯେଉଁଭଳି ଏହାର ଇଣ୍ଟରନାସନାଲ ମଡେଲରେ ରହିଛି। ଏହାସହିତ ଏହାର ବମ୍ପରରେ ମଧ୍ୟ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିବ। ଏହାର କ୍ୟାବିନ୍ ବିଷୟରେ ଏବେ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।

ଅନୁମାନ କରାଯାଉଛି ଯେ ନୂଆ ଭିଟାରା ବ୍ରେଜାରେ ୧.୫ ଲିଟର ପେଟ୍ରୋଲ ଇଞ୍ଜିନ ଦିଆଯାଇପାରେ। ଏହାର ଇଣ୍ଟରନାସନାଲ ମଡେଲରେ ୧.୦ ଲିଟର ଏବଂ ୧.୪ ଲିଟର ଟର୍ବୋଚାର୍ଜଡ୍ ପେଟ୍ରୋଲ ଇଞ୍ଜିନ ମିଳିଥାଏ। ଏହାର ଦାମ ବିଷୟରେ କୌଣସି ସୂଚନା ରହିନାହିଁ କିନ୍ତୁ ଏହା ସମ୍ଭାନା କରାଯାଉଛି ଯେ ଏହା ୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇପାରେ।

Leave A Reply

Your email address will not be published.