ରାସ୍ତା ଉପରେ ଯାଉଥିବା ଗାଡ଼ିର ହର୍ଣ୍ଣ ଶୁଣିଲେ ସମସ୍ତଙ୍କୁ ବିରକ୍ତ ଲାଗେ। ଏହି ହର୍ଣ୍ଣ ଶବ୍ଦ ଏବେ କର୍କଶ ହୋଇଥାଏ ଯେ ଶୁଣିବା ଲୋକର ରାଗ ଚିଡ଼େ। କିନ୍ତୁ ଏମିତି ବି ଏକ ଟ୍ରକ ଅଛି ଯାହାର ହର୍ଣ୍ଣ ଶୁଣିଲେ ବିରକ୍ତ ଲାଗିବା ପରିବର୍ତ୍ତେ ଆପଣଙ୍କୁ ଶୁଣିବାକୁ ମଜା ଲାଗିବ। ଏହି ହର୍ଣ୍ଣ ଶୁଣିଲେ ଆପଣଙ୍କୁ ଧର୍ମେନ୍ଦ୍ର ବା ଧରମ ପାଜିଙ୍କ କଥା ମନେ ପଡ଼ିବ। ଏବେ ସୋସିଆଲ ମିଡିଆରେ ଏହି ଟ୍ରକର ଭିଡିଓ ବେଶ୍ ଭାଇରାଲ ହେଉଛି।
ଭିଡିଓରେ ଦେଖାଯାଉଛି ଯେ ଟ୍ରକ ହର୍ଣ୍ଣ ବଜାଉଥିବା ବେଳେ ଶବ୍ଦ ବଦଳରେ ଧର୍ମେନ୍ଦ୍ରଙ୍କ ଫିଲ୍ମର ଗୀତ ‘ମେ ଜଟ୍ ୟମଲା ପଗଲା ଦିଓ୍ଵାନା…’ ଧୁନ୍ ବାଜୁଛି। ଏହି ଭିଡିଓକୁ ଗଡମ୍ୟାନ୍ ଚିକ୍ନା ନାମକ ଟ୍ଵିଟର ଆକାଉଣ୍ଟରୁ ସେୟାର କରାଯାଇଛି। ଭିଡିଓଟି ଏବେ ହ୍ଵାଟ୍ସ ଆପ୍ରୁ ଆରମ୍ଭ କରି ଫେସ୍ବୁକ ତଥା ସମସ୍ତ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି।
ଲୋକମାନେ ଭିଡିଓକୁ ଖୁବ୍ ପସନ୍ଦ କରୁଥିବା ଦେଖାଯାଇଛି।
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…