ଏହି ଟ୍ରକର ହର୍ଣ୍ଣ ଶୁଣିଲେ ଆପଣଙ୍କ ରାଗ ଚିଡ଼ିବନି, ବରଂ ‘ଧରମ ପାଜୀ’ ମନେ ପଡ଼ିବେ; ଦେଖନ୍ତୁ ଭିଡିଓ

ରାସ୍ତା ଉପରେ ଯାଉଥିବା ଗାଡ଼ିର ହର୍ଣ୍ଣ ଶୁଣିଲେ ସମସ୍ତଙ୍କୁ ବିରକ୍ତ ଲାଗେ। ଏହି ହର୍ଣ୍ଣ ଶବ୍ଦ ଏବେ କର୍କଶ ହୋଇଥାଏ ଯେ ଶୁଣିବା ଲୋକର ରାଗ ଚିଡ଼େ। କିନ୍ତୁ ଏମିତି ବି ଏକ ଟ୍ରକ ଅଛି ଯାହାର ହର୍ଣ୍ଣ ଶୁଣିଲେ ବିରକ୍ତ ଲାଗିବା ପରିବର୍ତ୍ତେ ଆପଣଙ୍କୁ ଶୁଣିବାକୁ ମଜା ଲାଗିବ। ଏହି ହର୍ଣ୍ଣ ଶୁଣିଲେ ଆପଣଙ୍କୁ ଧର୍ମେନ୍ଦ୍ର ବା ଧରମ ପାଜିଙ୍କ କଥା ମନେ ପଡ଼ିବ। ଏବେ ସୋସିଆଲ ମିଡିଆରେ ଏହି ଟ୍ରକର ଭିଡିଓ ବେଶ୍‌ ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖାଯାଉଛି ଯେ ଟ୍ରକ ହର୍ଣ୍ଣ ବଜାଉଥିବା ବେଳେ ଶବ୍ଦ ବଦଳରେ ଧର୍ମେନ୍ଦ୍ରଙ୍କ ଫିଲ୍ମର ଗୀତ ‘ମେ ଜଟ୍‌ ୟମଲା ପଗଲା ଦିଓ୍ଵାନା…’ ଧୁନ୍‌ ବାଜୁଛି। ଏହି ଭିଡିଓକୁ ଗଡମ୍ୟାନ୍‌ ଚିକ୍‌ନା ନାମକ ଟ୍ଵିଟର ଆକାଉଣ୍ଟରୁ ସେୟାର କରାଯାଇଛି। ଭିଡିଓଟି ଏବେ ହ୍ଵାଟ୍ସ ଆପ୍‌ରୁ ଆରମ୍ଭ କରି ଫେସ୍‌ବୁକ ତଥା ସମସ୍ତ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି।

ଲୋକମାନେ ଭିଡିଓକୁ ଖୁବ୍‌ ପସନ୍ଦ କରୁଥିବା ଦେଖାଯାଇଛି।

You might also like