Below header

ମିରଟ୍‌ରେ ସ୍ୱାଇନ୍‌ ଫ୍ଲୁ ଆତଙ୍କ, ୧୨ ଜଣଙ୍କ ଜୀବନ ଗଲାଣି

ନୂଆଦିଲ୍ଲୀ : ସାରା ବିଶ୍ୱକୁ କରୋନା ଭାଇରସ୍‌ର ଭୟ ବ୍ୟାପିଥିବା ବେଳେ ଏବେ ଭାରତରେ ସ୍ୱାଇନ୍‌ ଫ୍ଲୁ ତାର କାୟା ମେଲାଇଲାଣି । ଉତ୍ତର ପ୍ରଦେଶର ମିରଟ୍‌ରେ କେବଳ ୧୨ ଜଣଙ୍କର ମୃତ୍ୟୁ ହେଲାଣି । ଏପର୍ଯ୍ୟନ୍ତ ୭୧ ଜଣଙ୍କ ଠାରେ ସ୍ୱାଇନ୍‌ ଫ୍ଲୁ ଭୂତାଣୁ ଥିବା ଚିହ୍ନଟ କରାଯାଇଛି । ଖାଲି ସେତିକି ନୁହେଁ ଏଠାକାର ଷଷ୍ଠ ବାଟାଲିୟନ୍‌ କ୍ୟାମ୍ପସ୍‌ରେ ୪୪୧ ଜଣ ଯବାନ୍‌ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ଠାରେ ଏଚ୍‌ ଓ୍ଵାନ୍‌ ଏନ୍‌ ଓ୍ଵାନ୍‌ ଭୂତାଣୁ ଚିହ୍ନଟ କରାଯାଇଛି । ସମସ୍ତ ଆକ୍ରାନ୍ତଙ୍କୁ ଔଷଧ ଦିଆଯାଇଥିବା ବେଳେ ଯବାନ୍‌ମାନଙ୍କୁ ବାହାରକୁ ଛଡ଼ା ଯାଉନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.