ଭଦ୍ରକ : ଅମାନବିକତାର ଆଉ ଏକ ଉଦାହରଣ, ଦୁଷ୍କର୍ମର ଶିକାର ମାନସିକ ବିକାରଗ୍ରସ୍ତ ମହିଳା ରାସ୍ତା ଉପରେ ପ୍ରସବ କଲେ ସନ୍ତାନ

ଭଦ୍ରକ (କେ ନ୍ୟୁଜ୍‌) : ଦୁନିଆଁରେ ଏଭଳି ମାନବିକତା ହୀନ ଏବଂ ନୃସଂଶ ଲୋକ ଅଛନ୍ତି ଯେଉଁମାନେ ନିଜ କାମନାକୁ ଚରିତାର୍ଥ କରିବା ଲାଗି ଯେକୌଣସି ସ୍ତରକୁ ଯାଇ ପାରନ୍ତି । ତାର ଏକ କଳଙ୍କିତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକରେ । ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ବନ୍ତ ଛକ ଠାରେ ଜଣେ ମାନସିକ ଭିନ୍ନକ୍ଷମ ମହିଳା ଏକ ଶିଶୁପୁତ୍ରକୁ ରାସ୍ତା କଡ଼ରେ ଜନ୍ମ ଦେଇଥିଲେ । ପ୍ରସବ କଲା ବେଳେ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ସ୍ଥାନୀୟ କିଛି ଲୋକ ଓ ସଂଗଠନର କର୍ମକର୍ତ୍ତା ଏହାକୁ ଦେଖି ତୁରନ୍ତ ଆମ୍ବୁଲାନ୍ସ ଡାକି ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ । ଉଭୟ ମାଓ ପୁଅ ସୁସ୍ଥ ଅଛନ୍ତି । ତେବେ ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ମହିଳା ଜଣକ ପିଲାକୁ ନିଜ କ୍ଷୀର ପିଆଇ ପାରୁନାହାନ୍ତି । ଭଦ୍ରକ ଶିଶୁ କଲ୍ୟାଣ ସମିତି ପକ୍ଷରୁ ପିଲାଟିର ଦାୟିତ୍ୱ ନିଆଯାଇଛି ।

ଅନ୍ୟପକ୍ଷରେ କେହି ହୃଦୟହୀନ ବ୍ୟକ୍ତି ଏହି ମହିଳାଙ୍କ ମାନସିକ ସ୍ଥିତିର ଫାଇଦା ଉଠାଇ ଦୁଷ୍କର୍ମ କରିଥିବା ଅନୁମାନ କରାଯାଉଛି । ଯାହାଫଳରେ ମହିଳା ଜଣକ ଗର୍ଭବତୀ ହୋଇ ଏବେ ସନ୍ତାନ ଜନ୍ମ ଦେଇଛନ୍ତି । ସେହି ଦୁଷ୍କର୍ମକାରୀକୁ ଗିରଫ କରି ଦଣ୍ଡିତ କରିବା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.