ଦେଶ ବିଦେଶ

ଚଳନ୍ତା କାର୍‌ ଉପରେ ଓଲଟି ପଡ଼ିଲା ଅଳିଆ ବୋଝେଇ ଟ୍ରକ୍‌, ଗୋଟିଏ ପରିବାରର ୪ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ୟୁପି ଧବା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଳିଆ ବୋଝେଇ ଟ୍ରକ୍‌ । କାରକୁ ଧକ୍କା ଦେଇ ଟ୍ରକଟି ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ଏକ ପରିବାରର ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଥିବା ଜଣାପଡ଼ିଛି ।

ପୋଲିସ କହିବା ଅନୁଯାୟୀ, ରାମପ୍ରକାଶ ଶାଖା ଭିଣ୍ଡ ଜିଲ୍ଲାର ଲହାର ବାସିନ୍ଦା ଏବଂ ସେ ସାରଙ୍ଗପୁରର ଏକ ପୋଷ୍ଟ ମ୍ୟାଟ୍ରିକ୍‌ ହଷ୍ଟେଲରେ କାମ କରୁଥିଲେ। ସାରଙ୍ଗପୁରରୁ କାର ଯୋଗେ ଲାହର ଅଭିମୁଖେ ଯାତ୍ରା କରିଥିଲେ। ଗୁନା ବାଇପାସ୍ ଉପରେ ୟୁପି ଢାବା ନିକଟରେ ଯାଉଥିବା ବେଳେ ଗୋଟିଏ ଜେସିବି କାର୍‌ଟିକୁ କ୍ରସ୍‌ କରି ଯାଇଥିଲା । ଏଥିପାଇଁ କାର୍‌ ଚାଳକ କାରଟିକୁ ରାସ୍ତାରୁ ହଟାଇ ପାର୍କିଂ କରିଥିଲେ । ଜେସିବି ଅତିକ୍ରମ କରିବା ପରେ କାର୍‌ ଚାଳକ ରାସ୍ତାରେ କାରଟି ନେବା ମାତ୍ରେ ପଛରୁ ଆସୁଥିବା ଅଳିଆ ଭର୍ତ୍ତି ଏକ ଟ୍ରକ କାର ସହ ମୁହାଁମୁହିଁ ଧକ୍କା ଦେଇଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା। ସେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ନେଇଥିଲା। ପରେ ଗୁନା ଏସପି ବିଜୟ ଖତ୍ରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିଥିଲେ । ଏହି ଦୁର୍ଘଟଣାରେ ଜଣେ ପୁରୁଷ, ଜଣେ ମହିଳା ଏବଂ ଦୁଇ ଝିଅଙ୍କର ମୃତ୍ୟୁ ହୋଇଥିବା ଏସପି ଖତ୍ରି କହିଛନ୍ତି। ମୃତକଙ୍କ ମାନେ ହେଉଛନ୍ତି ରାମପ୍ରକାଶ ଶାକିଆ, ତାଙ୍କ ପତ୍ନୀ ଜୟଦେବୀ ଏବଂ ଦୁଇ ଝିଅ ରୋଶନି ଏବଂ ଗୀତା ଅଛନ୍ତି। ଏଥିସହ ରାମପ୍ରକାଶଙ୍କ ଭାଇ ସୁମିତ ଏବଂ ଭଉଣୀ ରାଖୀ ଆହତ ହୋଇଛନ୍ତି । ସମସ୍ତ ମୃତ ଓ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି । ଏନେଇ ଦୁର୍ଘଟଣା ସମ୍ପର୍କରେ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇଛି।

KNews Bureau

Recent Posts

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

10 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

29 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

32 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

39 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

41 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

1 hour ago