ଦେଶ ବିଦେଶ

ଚୀନ୍‌ ଉପରେ ଆମେରିକାର ଚଉତରଫା ଆକ୍ରମଣ ଯୋଜନା, ଏବେ ବରବାଦ ହୋଇଯିବ ଡ୍ରାଗନ୍‌

ନୂଆଦିଲ୍ଲୀ : ଚୀନ୍‌କୁ ସବକ୍‌ ଶିଖାଇବା ପାଇଁ ଆମେରିକା ଚାରି ଦିଗରୁ ଘେରିବା ଆରମ୍ଭ କରିଦେଇଛି । ଚୀନ୍‌ ଉପରେ କରୋନା ଭାଇରସ୍‌ ସଂକ୍ରମଣର ବଦ୍‌ଲା ନେବା ପାଇଁ ଆମେରିକା କିଛି ବି ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛି ।

ଗୋଟିଏ ପକ୍ଷରେ ଚୀନ୍‌ ଉପରେ ଆମେରିକା ଆର୍ଥିକ ପ୍ରତିବନ୍ଧ ଲଗାଇଥିବା ବେଳେ ଅନ୍ୟ ପକ୍ଷରେ ଚୀନ୍‌କୁ ଭାଗ ଭାଗ କରିବାକୁ ବ୍ଲୁ ପ୍ରିଣ୍ଟ ତିଆରି କରିବାରେ ଲାଗିଛି । ସାରା ଦୁନିଆକୁ ଚୀନ୍‌ ବିରୋଧରେ ଏକଜୁଟ୍‌ କରିବା ପାଇଁ ଆମେରିକା ଗେମ୍‌ ପ୍ଲାନ୍‌ ପ୍ରସ୍ତୁତ କରିଛି ।

ଚୀନ୍‌ର ବିସ୍ତାରବାଦୀ ନୀତିକୁ ରୋକ୍‌ ଲଗାଇବା ପାଇଁ ଆମେରିକା ହଂକଙ୍ଗ୍‌, ତାଇଓ୍ଵାନ, ତିବ୍ଦତ ଓ ଉଇଗର ମୁସଲମାନଙ୍କ ମାମଲାରେ ଚୀନ୍‌ର ଟେନ୍‌ସନ୍‌ ବଢ଼ାଇ ଦେଇଛି । ଚୀନ୍‌କୁ ଚାରିଆଡ଼ୁ ଘେରିବା ପାଇଁ ଆମେରିକା ସବୁ ପ୍ରକାର ଯୋଜନା କରି ଚାଲିଛି ।

ଆମେରିକା ସଂସଦ ତିବ୍ଦତ୍‌କୁ ଏକ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବାକୁ ଦାବି କରିଛି । ଆମେରିକା ପ୍ରତିନିଧି ସଭାରେ ତିବ୍ଦତ୍‌କୁ ଅଲଗା ଦେଶ ଘୋଷିତ କରିବାକୁ ଏକ ବିଲ୍‌ ମଧ୍ୟ ପାଶ୍‌ ହୋଇଛି ।

ତାଇବାନକୁ ବଳ ପୂର୍ବକ ହାସଲ୍‌ କରିବାକୁ ଚୀନ୍‌ ଘୋଷଣା କରିଥିବା ବେଳେ ଆମେରିକା ଏହାକୁ ରୋକିବା ପାଇଁ ପ୍ରୋଜେକ୍ଟ ଆରମ୍ଭ କରିଦେଇଛି । ଖାଲି ସେତିକି ନୁହେଁ ଚୀନ୍‌ ଖିଲାପରେ ଆମେରିକା ଏବେ ମୁସଲ୍‌ମାନ୍‌ କାର୍ଡ ଖେଳିବା ଆରମ୍ଭ କରିଛି । ଚୀନ୍‌ ଉପରେ ଆମେରିକାର ଚାରିତରଫା ଆକ୍ରମଣରେ ଚୀନ୍‌ ମୁହଁତୋଡ଼ ଦେଖାଉଥିଲେ ହେଁ ଭିତରେ ଡ଼ରିଯାଇଛି ।

Niharanjan

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

24 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

27 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

31 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

44 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

1 hour ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago