ରାଜ୍ୟ

ପାଣିପାଗ ଖବର : କାଲି ପାଇଁ ୬ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ରାଜ୍ୟରେ ଉଭୟ ଗରମ ଗୁଳୁଗୁଳି ସହ ବର୍ଷା ଓ ବଜ୍ରପାତର ଦୃଶ୍ୟ ଦେଖିବାକୁ ମିଳିଛି । ବାଲେଶ୍ୱର, ମୟୁରଭଞ୍ଜ ଆଦି ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ପୂର୍ବ ପରି ୪୦ ଡିଗ୍ରୀରୁ ଅଧିକ ତାତି ଜାରି ରହିଛି । ରାଜ୍ୟର ୧୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ରହିଥିଲା । ସବୁଠାରୁ ତାତିଲା ସହର ଥିଲା ଅନୁଗୁଳ । ଏଠାରେ ୪୩.୭ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ତା ପଛକୁ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ଥିଲା । ଝାରସୁଗୁଡ଼ା, ସମ୍ବଲପୁର, କଳହାଣ୍ଡି, ବଲାଙ୍ଗିର, ବୌଦ୍ଧ, ଗଜପତି ଆଦି ଜିଲ୍ଲାରେ ପାରଦ ୪୨ ଡିଗ୍ରୀ ପହଞ୍ଚିଥିଲା । ଭୁବନେଶ୍ୱରରେ ଆଜି ୩୬.୩ ଓ କଟକରେ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି ।

ଏଭଳି ସ୍ଥିତି ଆଗାମୀ ଦିନରେ ବି ରହିବ । ତେବେ ଆସନ୍ତାକାଲି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାରେ କାଳବୈଶାଖୀର ସୂଚନା ରହିଛି । ସେହିପରି ସୁନ୍ଦରଗଡ଼, ଦେବଗଡ଼, କେନ୍ଦ୍ରାପଡ଼ା, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, କଟକ, କୋରାପୁଟ, କନ୍ଧମାଳ ଆଦି ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ।

KNews Bureau

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

21 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

24 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

28 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

40 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

57 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago