ଦେଶ ବିଦେଶ

ଅଳ୍ପକେ ରକ୍ଷା ପାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଡ୍ରୋନ ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଲା ବିମାନ

ଆମେରିକା: ଅଘଟଣ ହଉ ହଉ ଅଳ୍ପକେ ରକ୍ଷା ପାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆକାଶରେ ଉଡୁଥିବା ଏକ ଛୋଟ ଡ୍ରୋନ ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଗଲା ଟ୍ରମ୍ପଙ୍କ ବିମାନ। ଗତ ରବିବାର ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ଉଦିଷ୍ଟ ଏୟାରଫୋର୍ସ ୱାନ୍‌ରେ ଥିବା ଟ୍ରମ୍ପଙ୍କ ବିମାନ କଳା ଓ ହଳଦିଆ ରଙ୍ଗ ଯୁକ୍ତ କ୍ରସ୍‌ ପରି ଦିଶୁଥିବା କୌଣସି ଏକ ଜିନିଷ ପାର୍ଶ୍ୱ ଦେଇ ଗତି କରିଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଓ ଜଣେ ସାମ୍ବାଦିକ ସୂଚନା ଦେଇଛନ୍ତି।

ବିମାନଟି ରବିବାର ସଂଧ୍ୟା ୬ଟାରେ ମେରିଲ୍ୟାଣ୍ଡରେ ଅବତରଣ କରିବାର କିଛି ସମୟ ପୂର୍ବରୁ ଏହା ଘଟିଥିବା ବିମାନରେ ଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ଲକ୍ଷ୍ୟ କରିଛନ୍ତି। ଏନେଇ ୟୁଏସ୍‌ ଏୟାରଫୋର୍ସ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଏପରି ରିପୋର୍ଟକୁ ନିଶ୍ଚିତ କରିବାକୁ ସୋମବାର ସିକ୍ରେଟ୍‌ ସର୍ଭିସ୍‌ କୌଣସି ପ୍ରତିକ୍ରିୟା ଦେଇନାହିଁ। ଆମେରିକାରେ ଅଧିକାଂଶ ସମୟରେ ଡ୍ରୋନ୍‌ ଗୁଡ଼ିକ ଏପରି ନିଷିଦ୍ଧାଞ୍ଚଳରେ ଉଡ଼ି ସମସ୍ୟା ସୃଷ୍ଟି କରିଥାଏ ବୋଲି ଫେଡେରାଲ ଆଭିଏସନ୍‌ ଆଡମିନିଷ୍ଟ୍ରେସନ ପ୍ରତି ବର୍ଷ ରିପୋର୍ଟ ହାସଲ କରିଥାଏ।

Sonalisa

Recent Posts

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

6 mins ago

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

7 mins ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

21 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

22 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

1 hour ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago