ସ୍ପେଶାଲ

କ’ଣ ଥିଲା ‘କଳାପାଣି ଦଣ୍ଡ’? ଯାହାର ନାଁ ଶୁଣିଲେ ଥରିବାକୁ ଲାଗୁଥିଲେ କଏଦୀ

ଅତୀତରେ କଏଦୀମାନେ “କଳାପାଣି ଦଣ୍ଡ” ର ନା ଶୁଣିଲେ ଥରୁଥିଲେ । ବାସ୍ତବରେ ଏହା ଏକ ଜେଲ୍, ଯାହା ସେଲ୍ଯୁଲାର ଜେଲ୍ ନାଁରେ ଜଣାଶୁଣା। ଆଣ୍ଡାମାନ ନିକୋବରରେ ଦ୍ବୀପରେ ଥିବା ରାଜଧାନୀ ପୋର୍ଟ ବ୍ଲେୟରରେ ଏହି ଜେଲ ଅବସ୍ଥିତ। ଭାରତ ଭୂମିରୁ ହଜାରେ କିଲୋମିଟର ଦୁରରେ ଥିବା ଏହି ଜେଲକୁ ଇଂରେଜମାନେ ତିଆରି କରିଥିଲେ, ଯେଉଁଥିରେ ସେମାନେ ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମୀର ସେନାଙ୍କୁ ବନ୍ଦୀ କରି ରଖିୁଥିଲେ । ସସ୍କୃତ ଭାଷାରେ କଳା ପାଣିର ଅର୍ଥ ହେଉଛି ମୃତ୍ୟୁର ସ୍ଥାନ, ଯେଉଁ ଯାଗାରୁ କେହି ବି ଫେରି ଆସି ପାରିବେ ନାହିଁ । ତେବେ ଇଂରେଜମାନେ ଏହାର ନାମ ସେଲ୍ୟୁଲାର ରଖିବା ପଛରେ ଏକ ଆଶ୍ଚର୍ଯ୍ୟଜନକ କାରଣ ମଧ୍ଯ ରହିଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହି କାରଣ।

ଏହି କାରାଗାରର ମୂଳଦୁଆ ୧୮୯୭ ଖ୍ରୀଷ୍ଟାବ୍ଦରେ ସ୍ଥାପିତ ହୋଇଥିଲା ଏବଂ ଏହା ୧୯୦୬ ମସିହାରେ ସମାପ୍ତ ହୋଇଥିଲା | ଯେଉଁଥିରେ ୬୯୮ ଟି କୋଠରୀ ନିର୍ମାଣ କରାଯାଇଥିଲା ଏବଂ ପ୍ରତ୍ୟେକ କୋଠରୀ ୧୫X୮ ଫୁଟର ରହିଥିଲା। କଏଦୀମାନେ ପରସ୍ପର ସହ କଥା ନ ହେବା ପାଇଁ କଠୋରୀ ଗୁଡିକର ୩ ମିଟର ଉଚ୍ଚରେ ସ୍କାଇଲାଇଟ ମଧ୍ଯ ତିଆରି କରାଯାଇଥିଲା। ଏହି ସେଲ୍ୟୁଲାର ଜେଲରେ ଭାରତୀୟ ସ୍ୱତନ୍ତ୍ରତା ସେନାଙ୍କୁ ଇଂରେଜମାନେ ଖୁବ ଅତ୍ୟାଚାର କରୁଥିଲେ ।

ଏହି କଳାପାଣି ଜେଲର ଚର୍ତୁପାର୍ଶ୍ୱରେ ରହିଛି ଗଭୀର ସମୁଦ୍ର । ଏହି ସମୁଦ୍ର ଖୁବ ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ଲମ୍ବି ରହିଛି ଯାହାକୁ ପାରି କରିବା କୌଣସି ବ୍ୟକ୍ତି ପକ୍ଷରେ ସମ୍ଭବପର ନୁହେଁ । ଯଦି କୌଣସି କଏଦୀ ଜେଲରୁ ଖସି ପଳେଇବାକୁ ଚେଷ୍ଟା କରେ ତେବେ ସେ ସେହି ସମୁଦ୍ରର ଗଭିର ପାଣି ଭିତରେ ବୁଡି ମରିଯାଇଥାଏ । ଏହି ଜେଲରେ ସମସ୍ତ କଏଦୀଙ୍କ ପାଇଁ ସ୍ୱତନ୍ତ୍ର କଠୋରୀ ରହିଥିଲା । ସମସ୍ତ କଏଦୀଙ୍କୁ ଅଲଗା ଅଲଗା ରଖିବା ଦ୍ୱାରା ସେମାନେ ପରସ୍ପର ସହ କଥା ହୋଇ ପାରୁନଥିଲେ । ଏହି କାରଣରୁ ଏହି କଳାପାଣି ଜେଲର ନାମ ସେଲ୍ୟୁଲାର ମଧ୍ୟ ରହିଛି ।

ଏସବୁ ବ୍ଯତୀତ ଏହି ଜେଲରେ ଅନେକ ଭାରତୀୟଙ୍କୁ ଫାସୀ ଦିଆଯାଇଛି ବୋଲି କୁହାଯାଏ । ଏଥିସହ ବହୁ ଜଣଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ମଧ୍ଯ ଅସ୍ପଷ୍ଟ ରହିଛି । ଭାରତୀୟଙ୍କ ଲହୁରେ ଏହି ଜେଲ ଜର୍ଜରିତ ହୋଇଥିବାରୁ ଏହି ଜେଲକୁ ଭାରତ ଇତିହାସରେ ଏକ ଅନ୍ଧକାରର ଅଧ୍ୟାୟ କୁହାଯାଏ ।

KNews Bureau

Recent Posts

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

1 min ago

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

3 mins ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

17 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

18 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

1 hour ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago