କ’ଣ ଥିଲା ‘କଳାପାଣି ଦଣ୍ଡ’? ଯାହାର ନାଁ ଶୁଣିଲେ ଥରିବାକୁ ଲାଗୁଥିଲେ କଏଦୀ

ଅତୀତରେ କଏଦୀମାନେ “କଳାପାଣି ଦଣ୍ଡ” ର ନା ଶୁଣିଲେ ଥରୁଥିଲେ । ବାସ୍ତବରେ ଏହା ଏକ ଜେଲ୍, ଯାହା ସେଲ୍ଯୁଲାର ଜେଲ୍ ନାଁରେ ଜଣାଶୁଣା। ଆଣ୍ଡାମାନ ନିକୋବରରେ ଦ୍ବୀପରେ ଥିବା ରାଜଧାନୀ ପୋର୍ଟ ବ୍ଲେୟରରେ ଏହି ଜେଲ ଅବସ୍ଥିତ। ଭାରତ ଭୂମିରୁ ହଜାରେ କିଲୋମିଟର ଦୁରରେ ଥିବା ଏହି ଜେଲକୁ ଇଂରେଜମାନେ ତିଆରି କରିଥିଲେ, ଯେଉଁଥିରେ ସେମାନେ ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମୀର ସେନାଙ୍କୁ ବନ୍ଦୀ କରି ରଖିୁଥିଲେ । ସସ୍କୃତ ଭାଷାରେ କଳା ପାଣିର ଅର୍ଥ ହେଉଛି ମୃତ୍ୟୁର ସ୍ଥାନ, ଯେଉଁ ଯାଗାରୁ କେହି ବି ଫେରି ଆସି ପାରିବେ ନାହିଁ । ତେବେ ଇଂରେଜମାନେ ଏହାର ନାମ ସେଲ୍ୟୁଲାର ରଖିବା ପଛରେ ଏକ ଆଶ୍ଚର୍ଯ୍ୟଜନକ କାରଣ ମଧ୍ଯ ରହିଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହି କାରଣ।

kalapaniଏହି କାରାଗାରର ମୂଳଦୁଆ ୧୮୯୭ ଖ୍ରୀଷ୍ଟାବ୍ଦରେ ସ୍ଥାପିତ ହୋଇଥିଲା ଏବଂ ଏହା ୧୯୦୬ ମସିହାରେ ସମାପ୍ତ ହୋଇଥିଲା | ଯେଉଁଥିରେ ୬୯୮ ଟି କୋଠରୀ ନିର୍ମାଣ କରାଯାଇଥିଲା ଏବଂ ପ୍ରତ୍ୟେକ କୋଠରୀ ୧୫X୮ ଫୁଟର ରହିଥିଲା। କଏଦୀମାନେ ପରସ୍ପର ସହ କଥା ନ ହେବା ପାଇଁ କଠୋରୀ ଗୁଡିକର ୩ ମିଟର ଉଚ୍ଚରେ ସ୍କାଇଲାଇଟ ମଧ୍ଯ ତିଆରି କରାଯାଇଥିଲା। ଏହି ସେଲ୍ୟୁଲାର ଜେଲରେ ଭାରତୀୟ ସ୍ୱତନ୍ତ୍ରତା ସେନାଙ୍କୁ ଇଂରେଜମାନେ ଖୁବ ଅତ୍ୟାଚାର କରୁଥିଲେ ।

kalapani2ଏହି କଳାପାଣି ଜେଲର ଚର୍ତୁପାର୍ଶ୍ୱରେ ରହିଛି ଗଭୀର ସମୁଦ୍ର । ଏହି ସମୁଦ୍ର ଖୁବ ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ଲମ୍ବି ରହିଛି ଯାହାକୁ ପାରି କରିବା କୌଣସି ବ୍ୟକ୍ତି ପକ୍ଷରେ ସମ୍ଭବପର ନୁହେଁ । ଯଦି କୌଣସି କଏଦୀ ଜେଲରୁ ଖସି ପଳେଇବାକୁ ଚେଷ୍ଟା କରେ ତେବେ ସେ ସେହି ସମୁଦ୍ରର ଗଭିର ପାଣି ଭିତରେ ବୁଡି ମରିଯାଇଥାଏ । ଏହି ଜେଲରେ ସମସ୍ତ କଏଦୀଙ୍କ ପାଇଁ ସ୍ୱତନ୍ତ୍ର କଠୋରୀ ରହିଥିଲା । ସମସ୍ତ କଏଦୀଙ୍କୁ ଅଲଗା ଅଲଗା ରଖିବା ଦ୍ୱାରା ସେମାନେ ପରସ୍ପର ସହ କଥା ହୋଇ ପାରୁନଥିଲେ । ଏହି କାରଣରୁ ଏହି କଳାପାଣି ଜେଲର ନାମ ସେଲ୍ୟୁଲାର ମଧ୍ୟ ରହିଛି ।

kalapani3ଏସବୁ ବ୍ଯତୀତ ଏହି ଜେଲରେ ଅନେକ ଭାରତୀୟଙ୍କୁ ଫାସୀ ଦିଆଯାଇଛି ବୋଲି କୁହାଯାଏ । ଏଥିସହ ବହୁ ଜଣଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ମଧ୍ଯ ଅସ୍ପଷ୍ଟ ରହିଛି । ଭାରତୀୟଙ୍କ ଲହୁରେ ଏହି ଜେଲ ଜର୍ଜରିତ ହୋଇଥିବାରୁ ଏହି ଜେଲକୁ ଭାରତ ଇତିହାସରେ ଏକ ଅନ୍ଧକାରର ଅଧ୍ୟାୟ କୁହାଯାଏ ।

Leave A Reply

Your email address will not be published.