ଦେଶ ବିଦେଶ

ଅଯୋଧ୍ୟା: ରାମ ମନ୍ଦିର ଟ୍ରଷ୍ଟ ଏବଂ ଟିଟିଡି ଅଧିକାରୀଙ୍କ ମଧ୍ୟରେ ବୈଠକ, ନବମୀ ଦିନ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଯୋଜନା

ଆଗକୁ ରାମ ନବମୀ ଥିବା ଯୋଗୁ ଅନେକ ସ୍ଥାନରେ ବିଭିନ୍ନ ପ୍ରକାରର ଆୟୋଜନା କରାଯାଉଛି । କିନ୍ତୁ ଅଯୋଧ୍ୟାରେ ଏଥିପାଇଁ ବିଶେଷ ଆୟୋଜନା କରାଯାଇଛି । ତେବେ ରାମ ନବମୀ ଅବସରରେ ପ୍ରାୟ ୨୫ ଲକ୍ଷ ଭକ୍ତ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ ପାଇପାରିବେ । ଏଭଳି ପରିସ୍ଥିତିରେ ଭକ୍ତଙ୍କ ଭିଡ ପରିଚାଳନା ପାଇଁ ରାମ ମନ୍ଦିର ଟ୍ରଷ୍ଟର ଅଧିକାରୀ ଏବଂ ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟର ଇଞ୍ଜିନିୟରଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ ଦ୍ୱାରା ବିଭିନ୍ନ ପ୍ରକାରର ପରାମର୍ଶ ଦିଆଯାଇଛି ।

ତିରୁମାଲା ତିରୁପତି ଦେବସ୍ଥାନମ୍‌ର ଇଓ ଏଭି ଧର୍ମ ରେଡ୍ଡୀଙ୍କ ନେତୃତ୍ୱରେ ଏକ ଇଞ୍ଜିନିୟର ଟିମ୍‌ ରାମ ମନ୍ଦିର ଟ୍ରଷ୍ଟର ଡାକରା ପରେ ଅଯୋଧ୍ୟାରେ ପହଞ୍ଚିଥିଲେ । ଅଧିକାରୀଙ୍କ ଟିମ୍ ମଧ୍ୟ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଶନିବାର ରାମ ମନ୍ଦିର ଟ୍ରଷ୍ଟକୁ କିଛି ବିଶେଷ ପରାମର୍ଶ ଦେଇଛନ୍ତି । ଏହି ପରିସରରେ ଭକ୍ତଙ୍କ ଭିଡ଼କୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେନେଇ ଟ୍ରଷ୍ଟର ଲୋକଙ୍କୁ କହିଥିଲେ ।

ଏହା ପୂର୍ବରୁ ତିରୁମାଲା ତିରୁପତି ଦେବସ୍ଥାନମ୍‌ର ଏକ ଟିମ୍ ମଧ୍ୟ ଫେବୃଆରୀ ୧୬ ଏବଂ ୧୭ରେ ଅଯୋଧ୍ୟା ପରିଦର୍ଶନ କରିଥିଲେ । ଯେପରି ତିରୁମାଲା ପରି ଭକ୍ତମାନଙ୍କୁ ସୁବିଧାରେ ଦର୍ଶନ ଯୋଗାଇବା ପାଇଁ ଟିଟିଡି ଅଧିକାରୀଙ୍କ ଟିମ୍‌ ଟ୍ରଷ୍ଟର ଆବଶ୍ୟକତାକୁ ଆକଳନ କରିଥିଲେ । ଏହା ସହ ସେହି ଟିମ୍‌ ବର୍ତ୍ତମାନ ରାମ ମନ୍ଦିର ଟ୍ରଷ୍ଟର ଲୋକଙ୍କୁ କିଛି ବିଶେଷ ପରାମର୍ଶ ଦେଇଛି ।

ଶନିବାର ଦିନ ଟିଟିଡି ଇଓ ଏବଂ ଟ୍ରଷ୍ଟ ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାମ ମନ୍ଦି ପରିସର ଅଞ୍ଚଳରେ ଭିଡ଼ ପରିଚାଳନା ପାଇଁ କ୍ୟୁ ଲାଇନ, ୱାଟର ପଏଣ୍ଟ, ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟ ଇତ୍ୟାଦି ଉପରେ ପରାମର୍ଶ ଦେଇ ଏକ ରିପୋର୍ଟ ଦାଖଲ କରାଯାଇଥିଲା। । ଏହା ପରେ ଟିଟିଡି ଟିମ୍ ମନ୍ଦିରରେ ପହଞ୍ଚି ରାମଲାଲାଙ୍କ ଦର୍ଶନ ମଧ୍ୟ କରିଥିଲେ ।

ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟର ଇଞ୍ଜିନିୟରଙ୍କ ଟିମ୍‌ରେ ରାମଚନ୍ଦ୍ର ରେଡ୍ଡୀ, ଜଗଦୀଶ୍ୱର ରେଡ୍ଡୀ, ଡେପୁଟି ଇଏ ରାମକୃଷ୍ଣ, ନାଗରାଜୁ ଏଥିରେ ଅଂଶଗ୍ରହଣ କରିଥିବାବେଳେ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଚମ୍ପତ ରାୟ, ଗୋପାଳ ଜୀ, ଅନିଲ ମିଶ୍ର, ଦୀନେଶ ଏବଂ ସୁଖଲା ଏହି ବୈଠକରେ ଉପସ୍ଥିତ ଥିଲେ ।

ବାସ୍ତବରେ, ରାମ ମନ୍ଦିରର ଉଦଘାଟନ ପରଠାରୁ ଲକ୍ଷ ଲକ୍ଷ ଭକ୍ତ ଅଯୋଧ୍ୟାରେ ରାମଲାଲାର ଦର୍ଶନ କରିବାକୁ ଯାଉଛନ୍ତି । ରାମ ମନ୍ଦିରର ଉଦଘାଟନ ପରେ ପ୍ରଥମ ରାମ ନବମୀ ଏପ୍ରିଲ ୧୭ରେ ପାଳନ କରାଯିବ ବୋଲି ଆୟୋଜନ ଚାଲିଛି । ତେବେ ଆଶା କରାଯାଉଛି ଯେ ଏହି ଦିନ ପ୍ରାୟ ୨୫ ଲକ୍ଷ ଭକ୍ତ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ ପାଇବେ । ସେଥିପାଇଁ ମନ୍ଦିରର ଟ୍ରଷ୍ଟ ପକ୍ଷରୁ ଭକ୍ତଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ କରାଯାଉଛି ।

D Sonali

Recent Posts

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

8 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

14 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

18 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

19 mins ago

Airtel ୟୁଜର୍ସଙ୍କ ପାଇଁ ଖୁସି ଖବର, ୮୪ ଦିନ ଭାଲିଡିଟି ସହ ପ୍ରତିଦିନ ମିଳିବ ୩GB ଡାଟା

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…

1 hour ago

ଇରଫାନ ପଠାନଙ୍କ ମେକଅପ୍‌ ଆର୍ଟିଷ୍ଟଙ୍କ ମୃତ୍ୟୁ, ସୁଇମିଂ ପୁଲରେ ଗାଧେଇବା ବେଳେ ଚାଲିଗଲା ଜୀବନ

ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଣ୍ଟର ଇରଫାନ ପଠାନଙ୍କ ମେକଅପ ଆର୍ଟିଷ୍ଟଙ୍କ ମୃତ୍ୟୁ । ସୁଇମିଂ ପୁଲରେ ବୁଡ଼ି ଯିବାରୁ…

1 hour ago