ଅଯୋଧ୍ୟା: ରାମ ମନ୍ଦିର ଟ୍ରଷ୍ଟ ଏବଂ ଟିଟିଡି ଅଧିକାରୀଙ୍କ ମଧ୍ୟରେ ବୈଠକ, ନବମୀ ଦିନ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଯୋଜନା
ରାମ ନବମୀ ଅବସରରେ ପ୍ରାୟ ୨୫ ଲକ୍ଷ ଭକ୍ତ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ ପାଇପାରିବେ । ଏଭଳି ପରିସ୍ଥିତିରେ ଭକ୍ତଙ୍କ ଭିଡ ପରିଚାଳନା ପାଇଁ ରାମ ମନ୍ଦିର ଟ୍ରଷ୍ଟର ଅଧିକାରୀ ଏବଂ ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟର ଇଞ୍ଜିନିୟରଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।

ଆଗକୁ ରାମ ନବମୀ ଥିବା ଯୋଗୁ ଅନେକ ସ୍ଥାନରେ ବିଭିନ୍ନ ପ୍ରକାରର ଆୟୋଜନା କରାଯାଉଛି । କିନ୍ତୁ ଅଯୋଧ୍ୟାରେ ଏଥିପାଇଁ ବିଶେଷ ଆୟୋଜନା କରାଯାଇଛି । ତେବେ ରାମ ନବମୀ ଅବସରରେ ପ୍ରାୟ ୨୫ ଲକ୍ଷ ଭକ୍ତ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ ପାଇପାରିବେ । ଏଭଳି ପରିସ୍ଥିତିରେ ଭକ୍ତଙ୍କ ଭିଡ ପରିଚାଳନା ପାଇଁ ରାମ ମନ୍ଦିର ଟ୍ରଷ୍ଟର ଅଧିକାରୀ ଏବଂ ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟର ଇଞ୍ଜିନିୟରଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ ଦ୍ୱାରା ବିଭିନ୍ନ ପ୍ରକାରର ପରାମର୍ଶ ଦିଆଯାଇଛି ।
ତିରୁମାଲା ତିରୁପତି ଦେବସ୍ଥାନମ୍ର ଇଓ ଏଭି ଧର୍ମ ରେଡ୍ଡୀଙ୍କ ନେତୃତ୍ୱରେ ଏକ ଇଞ୍ଜିନିୟର ଟିମ୍ ରାମ ମନ୍ଦିର ଟ୍ରଷ୍ଟର ଡାକରା ପରେ ଅଯୋଧ୍ୟାରେ ପହଞ୍ଚିଥିଲେ । ଅଧିକାରୀଙ୍କ ଟିମ୍ ମଧ୍ୟ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଶନିବାର ରାମ ମନ୍ଦିର ଟ୍ରଷ୍ଟକୁ କିଛି ବିଶେଷ ପରାମର୍ଶ ଦେଇଛନ୍ତି । ଏହି ପରିସରରେ ଭକ୍ତଙ୍କ ଭିଡ଼କୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେନେଇ ଟ୍ରଷ୍ଟର ଲୋକଙ୍କୁ କହିଥିଲେ ।
ଏହା ପୂର୍ବରୁ ତିରୁମାଲା ତିରୁପତି ଦେବସ୍ଥାନମ୍ର ଏକ ଟିମ୍ ମଧ୍ୟ ଫେବୃଆରୀ ୧୬ ଏବଂ ୧୭ରେ ଅଯୋଧ୍ୟା ପରିଦର୍ଶନ କରିଥିଲେ । ଯେପରି ତିରୁମାଲା ପରି ଭକ୍ତମାନଙ୍କୁ ସୁବିଧାରେ ଦର୍ଶନ ଯୋଗାଇବା ପାଇଁ ଟିଟିଡି ଅଧିକାରୀଙ୍କ ଟିମ୍ ଟ୍ରଷ୍ଟର ଆବଶ୍ୟକତାକୁ ଆକଳନ କରିଥିଲେ । ଏହା ସହ ସେହି ଟିମ୍ ବର୍ତ୍ତମାନ ରାମ ମନ୍ଦିର ଟ୍ରଷ୍ଟର ଲୋକଙ୍କୁ କିଛି ବିଶେଷ ପରାମର୍ଶ ଦେଇଛି ।
ଶନିବାର ଦିନ ଟିଟିଡି ଇଓ ଏବଂ ଟ୍ରଷ୍ଟ ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାମ ମନ୍ଦି ପରିସର ଅଞ୍ଚଳରେ ଭିଡ଼ ପରିଚାଳନା ପାଇଁ କ୍ୟୁ ଲାଇନ, ୱାଟର ପଏଣ୍ଟ, ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟ ଇତ୍ୟାଦି ଉପରେ ପରାମର୍ଶ ଦେଇ ଏକ ରିପୋର୍ଟ ଦାଖଲ କରାଯାଇଥିଲା। । ଏହା ପରେ ଟିଟିଡି ଟିମ୍ ମନ୍ଦିରରେ ପହଞ୍ଚି ରାମଲାଲାଙ୍କ ଦର୍ଶନ ମଧ୍ୟ କରିଥିଲେ ।
ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟର ଇଞ୍ଜିନିୟରଙ୍କ ଟିମ୍ରେ ରାମଚନ୍ଦ୍ର ରେଡ୍ଡୀ, ଜଗଦୀଶ୍ୱର ରେଡ୍ଡୀ, ଡେପୁଟି ଇଏ ରାମକୃଷ୍ଣ, ନାଗରାଜୁ ଏଥିରେ ଅଂଶଗ୍ରହଣ କରିଥିବାବେଳେ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଚମ୍ପତ ରାୟ, ଗୋପାଳ ଜୀ, ଅନିଲ ମିଶ୍ର, ଦୀନେଶ ଏବଂ ସୁଖଲା ଏହି ବୈଠକରେ ଉପସ୍ଥିତ ଥିଲେ ।
ବାସ୍ତବରେ, ରାମ ମନ୍ଦିରର ଉଦଘାଟନ ପରଠାରୁ ଲକ୍ଷ ଲକ୍ଷ ଭକ୍ତ ଅଯୋଧ୍ୟାରେ ରାମଲାଲାର ଦର୍ଶନ କରିବାକୁ ଯାଉଛନ୍ତି । ରାମ ମନ୍ଦିରର ଉଦଘାଟନ ପରେ ପ୍ରଥମ ରାମ ନବମୀ ଏପ୍ରିଲ ୧୭ରେ ପାଳନ କରାଯିବ ବୋଲି ଆୟୋଜନ ଚାଲିଛି । ତେବେ ଆଶା କରାଯାଉଛି ଯେ ଏହି ଦିନ ପ୍ରାୟ ୨୫ ଲକ୍ଷ ଭକ୍ତ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ ପାଇବେ । ସେଥିପାଇଁ ମନ୍ଦିରର ଟ୍ରଷ୍ଟ ପକ୍ଷରୁ ଭକ୍ତଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ କରାଯାଉଛି ।