ଟ୍ରେନରେ ଅତ୍ୟଧିକ ଗହଳିକୁ ନେଇ ପ୍ରଶ୍ନ କଲେ ମହିଳା ଯାତ୍ରୀ, ଉତ୍ତରରେ ଟିଟିଇ କହିଲେ ‘ମୁଁ ରେଳ ମନ୍ତ୍ରୀ ନୁହେଁ’
ସୋସିଆଲ ମିଡିଆ ପ୍ରତିଦିନ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ତେବେ ଆଜିର ଏହି ଭିଡିଓ ଟିକେ ଭିନ୍ନ । ଷ୍ଟେସନ୍ ଭିତର ପ୍ଲାଟଫର୍ମର ଏକ ଭିଡିଓ ଏବେ ଭାଇରାଲ ହେଉଛି । ଯେଉଁ ଭିଡିଓ ଭାରତରେ ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ । ଯାତ୍ରୀ ମାନେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହାକୁ ଦର୍ଶାଉଛି ।

ସୋସିଆଲ ମିଡିଆ ପ୍ରତିଦିନ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ତେବେ ଆଜିର ଏହି ଭିଡିଓ ଟିକେ ଭିନ୍ନ । ଷ୍ଟେସନ୍ ଭିତର ପ୍ଲାଟଫର୍ମର ଏହି ଭିଡିଓ ଏବେ ଭାଇରାଲ ହେଉଛି । ଯେଉଁ ଭିଡିଓ ଭାରତରେ ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ । ଖାସ୍ କରି ଯାତ୍ରୀ ମାନେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହାକୁ ଦର୍ଶାଉଛି ଏହି ଭିଡିଓଟି ।
ସୂଚନା ମୁତାବକ, 22969 OKHA BSBS ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନରେ ଅତ୍ୟଧିକ ଗହଳି ଥିବା ନେଇ ଜଣେ ମହିଳା ଅଭିଯୋଗ କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓରେ ଥିବା ମହିଳା କୋଚରେ ଅତ୍ୟଧିକ ଭିଡ଼ ଯୋଗୁଁ ସୁରକ୍ଷା ଏବଂ ବ୍ୟକ୍ତିଗତ ସ୍ଥାନ ଅଭାବକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
TC : “SORRY I am not a minister”🔥🔥
– 22969 train filled with passengers like animals, no way even to urinate, passengers are left stranded at the stations.”
Helpless Girl: Sir please make me sit in the train,the coach is full, how will a girl go among the boys?#railways 🤦 pic.twitter.com/h3FqkD4dw6
— Manu🇮🇳🇮🇳 (@mshahi0024) April 12, 2024
ଏଭଳି ପରିସ୍ଥିତିରେ ମହିଳାମାନେ କିପରି ନିଜକୁ ସୁରକ୍ଷିତ ଅନୁଭବ କରିପାରିବେ ସେହି ବିଷୟକୁ ନେଇ ମହିଳା ଜଣଙ୍କ ଟିଟିଇ କୁ ପ୍ରଶ୍ନ କରିଛନ୍ତି । ତେବେ ଏହି ପ୍ରଶ୍ନ ପଚାରିବା ପରେ , ସେ ଟିଟିଇଙ୍କ ଠାରୁ ଏକ ଅଦ୍ଭୁତ ପ୍ରତିକ୍ରିୟା ପାଇଥିଲେ । ଯାହା ପାଇଁ ଖାସ୍ କରି ଭିଡିଓଟି ଭାଇରାଲ୍ ହେବାରେ ଲାଗିଛି । ମହିଳାଙ୍କୁ ଟିଟିଇ କହିଛନ୍ତି ଯେ, ସେ ରେଳ ମନ୍ତ୍ରୀ ନୁହଁନ୍ତି, ତେଣୁ ସେ କିଛି କରିପାରିବେ ନାହିଁ ଏବଂ ଅତିରିକ୍ତ ଟ୍ରେନ୍ ଚଲାଇ ପାରିବେ ନାହିଁ ।
ଏହି ଭିଡିଓକୁ ଦେଖିସାରିବା ପରେ ସୋସିଆଲମିଡିଆ ଉପଭୋକ୍ତା ମାନେ ନିଜର ଅସନ୍ତୋଷ ଜାହିର୍ କରିଛନ୍ତି । ଅନେକେ ଟିଟିଇଙ୍କର ଏଭଳି ପ୍ରତିକ୍ରିୟାକୁ ନେଇ ସମାଲୋଚନା କରିଛନ୍ତି । ପ୍ଲାଟଫର୍ମରେ ଟିକେଟ୍ କନଫର୍ମ ଥିବା ଯାତ୍ରୀମାନଙ୍କୁ କେବଳ ଯାତ୍ରା କରିବାକୁ ଅନୁମତି ଦେବା ସହିତ ଟ୍ରେନର କ୍ଷମତାକୁ ବୃଦ୍ଧି କରିବାକୁ ଅନେକ ଉପଭୋକ୍ତା ମନ୍ତବ୍ୟ ବିଭାଗରେ ପରାମର୍ଶ ଦେଇଛନ୍ତି ।