ପବିତ୍ର ମହାବିଷୁବ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ହେଉଛି ସ୍ୱତନ୍ତ୍ର ନୀତି

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଶ୍ରୀହନୁମାନ ଜୟନ୍ତୀ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ଯାଗା,ଆଖଡ଼ା ଉତ୍ସବମୁଖର । ମହାବୀରଙ୍କ ସମେତ ପ୍ରତ୍ୟେକ ହନୁମାନ ମନ୍ଦିରରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି ।

ପୁରୀ (କେନ୍ୟୁଜ): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଶ୍ରୀହନୁମାନ ଜୟନ୍ତୀ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି ।  ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ଯାଗା,ଆଖଡ଼ା ଉତ୍ସବମୁଖର । ମହାବୀରଙ୍କ ସମେତ ପ୍ରତ୍ୟେକ ହନୁମାନ ମନ୍ଦିରରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ସକାଳ ଧୂପ ଶେଷ ହେବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀହନୁମାନ ବିମାନରେ ବିଜେ ହୋଇ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଦେଇ ଜଗନ୍ନାଥବଲ୍ଲଭ ମଠରେ ବିଜେ ହେବା ପରେ ନଗର ପରିକ୍ରମା କରିଥିଲେ ।  ଏହି ଅବସରରେ ଶ୍ରୀମନ୍ଦିର ଦକ୍ଷିଣଦ୍ଵାରସ୍ଥିତ ମହାବୀର ନାଗା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ।

ଆଜିର ଦିନରେ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ପଣା ଓ ଛତୁଆ ଭୋଗ ପରମ୍ପରା ମଧ୍ୟ ରହିଛି । ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଏକ ଆନନ୍ଦ ଉଲ୍ଲାସର ଦିନ ।  ଏହି ପର୍ବ ଆମର ସାମାଜିକ, ଆଧ୍ୟାତ୍ମିକ ଓ ପାରିବାରିକ ଭିତ୍ତିଭୂମିକୁ ସୃଦୃଢ଼ କରେ ।  ସେହିପରି ଯାଗା ଆଖଡ଼ାରେ ମଲ୍ଲଯୋଦ୍ଧା ଓ କସରତ କରୁଥିବା ଯୁବକମାନେ ଆଜିଠାରୁ କୁସ୍ତି ଓ ବ୍ୟାୟାମ ପ୍ରଶିକ୍ଷଣର ଶୁଭାରମ୍ଭ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.