ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ଉପରକୁ ପଥରମାଡ, ଫାଟିଲା ମୁଣ୍ଡ : ଶୀଘ୍ର ସୁସ୍ଥ କାମନା କଲେ ମୋଦି

ଶନିବାର ଦିନ ସନ୍ଧ୍ୟା ସମୟରେ ଏହି ଅଘଟଣ ଘଟିଥିଲା । ଦୁର୍ବୃତ୍ତମାନେ ମୁଖ୍ୟମନ୍ତ୍ରୀଙ୍କ ବସ ଉପରକୁ ପଥର ଫିଙ୍ଗିଥିଲେ । ଫଳରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଜଣେ ବିଧାୟକ ଆହତ ହୋଇଥିଲେ । ଜଗନଙ୍କ ବାମ ଆଖି ଉପରେ ଆଘାତ ଲାଗିଥିଲା । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଠିଆ ହୋଇଥିବା ବିଧାକ ବେଲ୍ଲମପଲ୍ଲୀଙ୍କ ବାମ ଆଖିରେ ମଧ୍ୟ ଆଘାତ ଲାଗିଛି ।

ନିର୍ବାଚନ ପ୍ରଚାର ସମୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଆହତ ହୋଇଛନ୍ତି । ବିଜୟୱାଡ଼ାରେ ଏକ ରୋଡ଼ ଶୋ କରୁଥିବା ସମୟରେ ଜଗନଙ୍କ ଉପରକୁ ପଥରମାଡ଼ ହୋଇଥିଲା । କିଛି ପଥର ଜଗନଙ୍କ ଆଖି ଉପରେ ବାଜିଥିଲା ଓ ରକ୍ତ ବାହାରୁଥିବା ଦେଖାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଠିଆ ହୋଇଥିବା ବିଧାକ ବେଲ୍ଲମପଲ୍ଲୀଙ୍କ ବାମ ଆଖିରେ ମଧ୍ୟ ଆଘାତ ଲାଗିଛି । ତେଣୁ ବସ୍ ଭିତରେ ଜଗନଙ୍କର ଚିକିତ୍ସା କରାଯାଇଥିଲା । ତେବେ ପ୍ରାଥମିକ ଉପଚାର ପରେ ମୁଖ୍ୟମନ୍ତ୍ରୀ ଜଗନମୋହନ ନିଜର ବସ୍‌ ଯାତ୍ରା ଜାରି ରଖିଥିଲେ ।

ସୂଚନା ମୁତାବକ, ଶନିବାର ଦିନ ସନ୍ଧ୍ୟା ସମୟରେ ଏହି ଅଘଟଣ ଘଟିଥିଲା । ଦୁର୍ବୃତ୍ତମାନେ ମୁଖ୍ୟମନ୍ତ୍ରୀଙ୍କ ବସ ଉପରକୁ ପଥର ଫିଙ୍ଗିଥିଲେ । ଫଳରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଜଣେ ବିଧାୟକ ଆହତ ହୋଇଥିଲେ । ଜଗନଙ୍କ ବାମ ଆଖି ଉପରେ ଆଘାତ ଲାଗିଥିଲା । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଠିଆ ହୋଇଥିବା ବିଧାକ ବେଲ୍ଲମପଲ୍ଲୀଙ୍କ ବାମ ଆଖିରେ ମଧ୍ୟ ଆଘାତ ଲାଗିଛି । ତେବେ ପଥର ମାଡ଼ରେ ବ୍ୟତିବ୍ୟସ୍ତ ନହୋଇ ଜଗନ ପାଖାପାଖି ୪ ଘଣ୍ଟା ଧରି ପ୍ରଚାର କରିଥିଲେ ।

ପ୍ରଚାର ସରିବା ପରେ ହସପିଟାଲରେ ପହଞ୍ଚିଥିଲେ,ଡାକ୍ତର ତାଙ୍କୁ ଚିକିତ୍ସା କରି ଘା ଷ୍ଟିଚ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ଆହତ ହେବା ପରେ ଦଳୀୟ କର୍ମୀ ତାଙ୍କୁ ସାକ୍ଷାତ କରିବା ପାଇଁ ହସପିଟାଲରେ ପହଞ୍ଚିଥିଲେ । ଡାକ୍ତର ଜଗନ ମୋହନଙ୍କୁ ବିଶ୍ରାମ ପାଇଁ ପରାମର୍ଶ ଦେଇଥିଲେ । ଚିକିତ୍ସା ପରେ ଜଗନମୋହନ କେସରପଲ୍ଲେ ବାସଭବନକୁ ଯାଇଥିଲେ । ଏହି ଘଟଣାକୁ ଟିଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡ଼ୁ ନିନ୍ଦା କରିବା ସହ ନିରପେକ୍ଷ ତଦନ୍ତ କରି ଦୋଷୀକୁ ଦଣ୍ଡିତ କରିବାକୁ ଦାବି କରିଛନ୍ତି ।

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଉପରେ ପଥରମାଡ ହେବା ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି ଶୀଘ୍ର ସୁସ୍ଥ ହେବାକୁ କାମନା କରିଛନ୍ତି । ମୋଦି ଲେଖିଛନ୍ତି, ମୁଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଶୀଘ୍ର ସୁସ୍ଥ କାମନା ସହିତ ଉତ୍ତର ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି ।
ଆନ୍ଧ୍ରପ୍ରଦେଶର ୨୫ଟି ସିଟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ । ଏଠାରେ ଚତୁର୍ଥ ପର୍ଯ୍ୟାୟ ୧୩ ମଇରେ ଭୋଟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.