ଦେଶ ବିଦେଶ

AICCରେ ପରିବର୍ତ୍ତନ ପାଇଁ ସୋନିଆଙ୍କୁ ଚିଠି ଲେଖିଲେ ୨୩ ବରିଷ୍ଠ ନେତା

ନୂଆଦିଲ୍ଲୀ: କଂଗ୍ରେସରେ ଉଠିଲା ପରିବର୍ତ୍ତନର ସ୍ୱର। କଂଗ୍ରେସର ୨୩ ବରିଷ୍ଠ ନେତା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି। ବରିଷ୍ଠ ନେତାଙ୍କ ମଧ୍ୟରେ ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ,ବହୁ ସିଡବ୍ଲୁସି ସଦସ୍ୟ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ଅଛନ୍ତି। କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତନ ପାଇଁ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତିି।

ଯୁବ ଭୋଟରମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ଣ୍ଣାୟକ ଭାବରେ ଭୋଟ୍‌ ଦେଇଥିବା ଚିଠିରେ ଦର୍ଶାଯାଇଛି। ଯୁବ ଭୋଟରଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ ରହିଛି। ପୂର୍ଣ୍ଣକାଳୀନ ଓ ପ୍ରଭାବଶାଳୀ ନେତୃତ୍ୱ ଉପରେ ଏହି ଚିଠିରେ ଉଲ୍ଲେଖ ରହିଛି। କଂଗ୍ରେସର ସାଙ୍ଗଠନିକ ପରିବର୍ତ୍ତନ ପାଇଁ ଚିଠି ଲେଖିଲେ କଂଗ୍ରେସର ବରିଷ୍ଠ ନେତା। ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, କପିଲ ଶିବଲ, ପୂର୍ବତନ ମନ୍ତ୍ରୀ ଅନନ୍ତ ଶର୍ମା, ମନିଷ ତିୱାରୀ, ଶଶୀ ଥରୁର, ବିବେକ୍‌ ତନ୍‌ଖା ଚିଠିରେ ଦସ୍ତଖତ କରିଛନ୍ତି।

ସିଡବ୍ଲୁସି ସଦସ୍ୟ ମୁକୁଲ୍‌ ୱାସନିକ୍‌, ଜିତେନ୍‌ ପ୍ରସାଦ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ହୁଡ୍ଡା, ରାଜେନ୍ଦ୍ର କୌର ଭଟ୍ଟାଲ, ଏମ୍‌. ଭିରପ୍ପା ମୋଇଲି, ପୃଥ୍ଵୀରାଜ ଚୌହାନ୍‌, ପି. ଜେ କୁରିଆନ୍‌, ଅଜୟ ସିଂ , ରେଣୁକା ଚୌଧୁରୀ , ମିଲିନ୍ଦ ଦୌରା, ପୂର୍ବତନ ପିସିସି ମୁଖ୍ୟ ରାଜ ବାବର, ଅରବିନ୍ଦ ସିଂହ ସଭ୍‌ଲି, କୌଲ ସିଂ ଠାକୁର, ଅଖିଲେଶ ପ୍ରସାଦ ସିଂହ, ପୂର୍ବତନ ହରିୟାନା ବାଚସ୍ପତି କୁଲଦୀପ ଶର୍ମା ଓ ପୂର୍ବତନ ଦିଲ୍ଲୀ ବାଚସ୍ପତି ଯୌଗାନନ୍ଦ ଶାସ୍ତ୍ରୀ, ପୂର୍ବତନ ସାଂସଦ ସନ୍ଦିପ୍‌ ଦିକ୍ଷୀତ ଚିଠିରେ ଦସ୍ତଖତ କରିଛନ୍ତି।

Sonalisa

Recent Posts

ଦିଲ୍ଲୀ: ତାଜ୍‌ ଏକ୍ସପ୍ରେସ୍‌ରେ ଭୟାବହ ଅଗ୍ନିକାଣ୍ଡ, ଧୁ ଧୁ ହୋଇ ଜଳୁଛି କୋଚ୍‌

ଦିଲ୍ଲୀର ଓଖଲା ରେଳ ଷ୍ଟେସନରେ ତାଜ ଏକ୍ସପ୍ରେସରେ ଲାଗିଛି ଭୟାବହ ନିଆଁ । କୁହାଯାଉଛି ଯେ ଯେତେବେଳେ ୨୨୮୦ ତାଜ…

9 mins ago

ନିଖୋଜ ଥିଲେ ଏବେ ଜଙ୍ଗଲରୁ ମୃତ ଦେହ ଉଦ୍ଧାର, ହତ୍ୟା କରାଯାଇଥିବା ସନ୍ଦେହ

ଆଠଗଡ(କେନ୍ୟୁଜ୍‌) : ଆଠଗଡ଼ ଥାନା ଅନ୍ତର୍ଗତ ଗୋପୀବଲ୍ଲଭ ପୁର ସିଜୁ ମୁଣ୍ଡିଆ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର…

18 mins ago

ମୁମ୍ବାଇ: ଛକ୍କା ମାରି ହଠାତ୍‌ ତଳେ ପଡ଼ିଗଲେ ଯୁବକ, ହୃଦ୍‌ଘାତରେ ହେଲା ମୃତ୍ୟୁ

କ୍ରିକେଟ୍‌ ଖେଳିବା ସମୟରେ ହଠାତ୍‌ ଆସିଲା ହୃଦ୍‌ଘାତ । ଫଳରେ ସେଇଠି ହିଁ ଟଳିପଡ଼ିଲେ ଯୁବକ । ଘଟଣା ଘଟିଛି…

37 mins ago

କେବେ ଆରମ୍ଭ ହୋଇଥିଲା World Bicycle Day? ଜାଣନ୍ତୁ କ’ଣ ଥିଲା ଏହାର ଉଦ୍ଦେଶ୍ୟ

ସାଇକେଲ ଚଳାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ । ସେଥିପାଇଁ ପ୍ରତିବର୍ଷ ବିଶ୍ୱ ସାଇକେଲ ଦିବସ ଆଜି ଅର୍ଥାତ୍…

38 mins ago

ଟି୨୦ ବିଶ୍ୱକପ : ଅଧିନାୟକ ରୋହିତ ଶର୍ମାଙ୍କ ଫଟୋକୁ ନେଇ କରାଯାଇଛି କଦର୍ଥ, ଫ୍ୟାନ୍‌ ଦେଲେ ମୁହଁତୋଡ ଜବାବ

ଆଇସିସି ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ ହୋଇଛି । ଲଗାତାର ଦ୍ୱିତୀୟ ଥର ପାଇଁ ରୋହିତ ଶର୍ମା ଭାରତୀୟ ଟିମର…

1 hour ago

ହସପିଟାଲ ବେଡରୁ ଦୁବାଇ ପାର୍ଟିରେ ପହଞ୍ଚିଲେ ରାକ୍ଷୀ ! ଫ୍ୟାନ୍ସ କଲେ ଟ୍ରୋଲ

ରାକ୍ଷୀ ସାୱନ୍ତ ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି । କିଛି…

1 hour ago