ଜଣଙ୍କର ଆଖି ନାହିଁ ତ ଅନ୍ୟ ଜଣଙ୍କର ପାଦ ନାହିଁ ତଥାପି କରିଦେଖାଇଲେ କିଛି ଏପରି …

ଦୃଢ ଇଛାଶକ୍ତି ଆଗରେ ହାରମାନେ ସମସ୍ତ ବାଧାବିଘ୍ନ । ଯଦି ଆପଣଙ୍କ ପାଖେ ଦୃଢ ଇଛାଶକ୍ତି ଅଛି ତାହେଲେ ଦୁନିଆର କୌଣସି ଅସୁବିଧା ଆପଣଙ୍କୁ ଆଗକୁ ବଢ଼ିବାରେ ରୋକିପାରିବ ନାହିଁ । କିଛି ଏପରି କରିଦେଖାଇଛନ୍ତି ଦୁଇଜଣ ବନ୍ଧୁ । ଯେଉଁମାନଙ୍କ ଜୀବନରେ ଏତେ ବାଧାବିଘ୍ନ ଥାଇମଧ୍ୟ ସେମାନେ ସଫଳ ହୋଇଛନ୍ତି । ନିକଟରେ ମେଲନୀ ନେକ୍ଟ ଏବଂ ଟ୍ରେବର ହନ ନାମକ ଦୁଇଜଣ ବ୍ୟକ୍ତି ଯେଉଁମାନେକି ଜନ୍ମରୁ ବିକଳାଙ୍ଗ କିନ୍ତୁ ତଥାପି ସେମାନେ ପାହାଡ଼ ଚଢିବାରେ ସକ୍ଷମ ହୋଇଛନ୍ତି । ବର୍ତ୍ତମାନ ସେମାନେ ୧୪୦୦୦ ଫୁଟର ପାହାଡ଼ ଚଢ଼ିବାକୁ ଯୋଜନା ବନାଇଛନ୍ତି ।

ସୂଚନା ଅନୁଯାୟୀ, ମେଲନୀ ଚାଲିପାରନ୍ତି ନାହିଁ ଏବଂ ଟ୍ରେବର ଦେଖିପାରନ୍ତି ନାହିଁ । ଏହାପରେ ମଧ୍ୟ ଦୁଇଜଣ କୋଲୋରାଡୋର ପାହାଡ଼କୁ ଚଢିବାରେ ସକ୍ଷମ ହୋଇଛନ୍ତି । ବର୍ତ୍ତମାନ ଦୁଇଜଣ ମିଶି ୧୪୦୦୦ ଫୁଟ ପାହାଡ଼ ଚଢିବା ପାଇଁ ପ୍ରସ୍ତୁତି କରୁଛନ୍ତି । ମେଲନୀ ନିଜର ପୋଷ୍ଟରେ ଲେଖିଛନ୍ତି କି ଟ୍ରେବରଙ୍କ ପାଖେ ପାଦ ଅଛି ଏବଂ ମୋପାଖେ ଆଖି ଏବଂ ଏହା ହେଉଛି ଆମ ସ୍ୱପ୍ନର ଟିମ । କିଛିଦିନ ପୂର୍ବେ ଦୁଇବନ୍ଧୁ ମିଶି କୋଲୋରାଡୋର ପାହାଡ଼କୁ ଅତିକ୍ରମ କରିଛନ୍ତି । ଏହି ଯାତ୍ରାରେ ଟ୍ରେବର ମେଲନୀଙ୍କୁ ଏକ ଚେୟାର ସାହାଯ୍ୟରେ ନିଜ ପିଠି ଉପରେ ବସାଇଥିଲେ । ମେଲନି କହିଛନ୍ତି କି ” ଆମ ଦୁଇଜଣଙ୍କ ଭିତରେ ଅଜବ ପ୍ରକାରର ତାଳମେଳ ରହିଛି । ମୁଁ ଟ୍ରେବରଙ୍କୁ ଦୃଶ୍ୟ ବର୍ଣ୍ଣନା କରେ ଏବଂ ସେ ଆଗକୁ ବଢ଼ନ୍ତି । ମୁଁ ସାରାଜୀବନ ହ୍ୱିଲଚେୟାରରେ ଥିଲି ବର୍ତ୍ତମାନ ଏହିଭଳି ଭାବେ ପାହାଡ଼ ଚଢି ମୋତେ ବହୁତ ଖୁସି ଲାଗୁଛି ଏହା ମୋ ଜୀବନର ସବୁଠାରୁ ଆନନ୍ଦପୁର୍ଣ ମୁହୂର୍ତ୍ତ ଥିଲା ।”

ମେଲନି ପିଲାଦିନରୁ ହିଁ ସ୍ପାଇନା ବିଫିଡା(ଏଥିରେ ମେରୁଦଣ୍ଡର ହାଡ଼ ବୃଦ୍ଧି ହୋଇପାରେ ନାହିଁ)ନାମକ ଏକ ରୋଗରେ ଆକ୍ରାନ୍ତ । ଯେଉଁ କାରଣରୁ ସେ ହୁଇଲ ଚେୟାର ସାହାଯ୍ୟରେ ନିଜ କାମ କରନ୍ତି ଅନ୍ୟପକ୍ଷେ ଗ୍ଲୁକୋମା କାରଣରୁ ଟ୍ରେବରଙ୍କ ଆଖିର ଜ୍ୟୋତି ନଷ୍ଟ ହୋଇଯାଇଛି । ବର୍ତ୍ତମାନ ଦୁଇଜଣ ମିଶି ହାଇକିଂ କରୁଛନ୍ତି । ସେମାନେ କୁହନ୍ତି ଆମେ ଦୁଇଜଣ ସତ କିନ୍ତୁ ଆମର ଦୁଇଟି ଆଖି ଏବଂ ଦୁଇଟି ଗୋଡ଼ ରହିଛି । ଦୁଇଜଣଙ୍କ ସାକ୍ଷାତ ଆଡ଼ପ୍ଟିଭ ଏକ୍ସରସାଇଜ କ୍ଲାସରେ ହୋଇଥିଲା ଏବଂ ତାହାପରଠୁ ସେମାନେ ଟ୍ରେକିଙ୍ଗରେ ଯିବାପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଟ୍ରେବରଙ୍କ କହିବା ଅନୁଯାୟୀ କାରରେ ପାହାଡ଼ ଉପରକୁ ଯିବାଦ୍ୱାରା ଆପଣଙ୍କୁ ସେହିଖୁସି ମିଳିବନି ଯାହା ଆପଣ ପାଦରେ ଯାଇ ଅନୁଭବ କରିପାରିବେ ।

KNews Bureau

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

17 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

19 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

23 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

28 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

31 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

43 mins ago