ଖାଆନ୍ତୁ ଏବଂ ଖୁଆନ୍ତୁ ‘ପୋଡ଼ି ଇଡଲି’

ସକାଳୁ ସକାଳୁ ଠିକ୍ ଭାବେ ଖାଇବା ଏବଂ ସ୍ବାଦିଷ୍ଟ ଜଳଖିଆ କରିବା, ଏହି ଦୁଇଟି ଯାକ କେବେ ବି ଏକା ସାଙ୍ଗେ କରିହୁଏ ନାହିଁ। କିନ୍ତୁ ଇଡଲି ଏପରି ଏକ ଅପଶନ, ଯାହାକୁ ଆପଣ ଖୁବ୍ କମ୍ ସମୟ ମଧ୍ୟରେ ପ୍ରସ୍ତୁତ କରିପାରିବେ। ଆଉ ଏହା ବି ସମସ୍ତଙ୍କୁ ପସନ୍ଦ ଆସିପାରିବ। ତେବେ ଆସନ୍ତୁ ଜାଣିବା ଏକ ନୂଆ ରେସିପି ‘ପୋଡ଼ି ଇଡଲି’।

ଆବଶ୍ୟକ ସାମଗ୍ରୀ:
୩ ଜଣଙ୍କ ପାଇଁ ଆପଣଙ୍କୁ ଦରକାର
-ଛୋଟ ଇଡଲି ୧୦ଟି
-ଚିନାବାଦାମ ୨ରୁ ୩ ଚାମଚ
-ଚଣା ଡାଲି ୨ ବଡ଼ ଚାମଚ
-ହରଡ଼ ଡାଲି ୧ ବଡ଼ ଚାମଚ
-ନାଲି ବା ଶୁଖିଲା ଲଙ୍କା ୨/୩ଟି
-ରାଶି ୨ ଛୋଟ ଚାମଚ
-ଶୁଖିଲା ନଡ଼ିଆ କୋରା ୨ ଛୋଟ ଚାମଚ
-ଜିରା ଆଧା ଛୋଟ ଚାମଚ
-ଭୃସଙ୍ଗ ପତ୍ର ୬ରୁ ୭ଟା
-ଲୁଣ ସ୍ବାଦ ଅନୁସାରେ
-ଘିଅ ଆବଶ୍ୟକ ଅନୁସାରେ

ଏହାସହ ଜାଣନ୍ତୁ: ଘରେ ଏପରି ଭାବରେ ପ୍ରସ୍ତୁତ କରନ୍ତୁ ସ୍ବାଦିଷ୍ଟ ଗାଜର ଲଡୁ

ପ୍ରସ୍ତୁତି ପ୍ରଣାଳୀ:
ଇଡଲି ବନାଇବା ପାଇଁ ପ୍ରଥମେ କମ୍ ଆଞ୍ଚରେ ଏକ ପ୍ୟାନ ବସାଇ ସେଥିରେ ଚିନାବାଦାମ, ଶୁଖିଲା ଲଙ୍କା, ଚଣା ଡାଲି, ହରଡ଼ ଡାଲି, ରାଶି, କୋରା ନଡ଼ିଆ, ଜୀରା ଏବଂ ଭୃସଙ୍ଗ ପତ୍ର ନେଇ ଶୁଖିଲା ଭାବେ ଭାଜି ଦିଅନ୍ତୁ। ଏହାପରେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ। ଯେତେବେଳେ ସବୁ ଜିନିଷ ଥଣ୍ଡା ହୋଇଯିବ, ସେତେବେଳେ ସେଗୁଡ଼ିକୁ ଗ୍ରାଇଣ୍ଡରରେ ପକାଇ ସ୍ବାଦ ଅନୁସାରେ ଲୁଣ ଦେଇ ପେଷି ଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଗଲା ପୋଡ଼ି ମସଲା। ବର୍ତ୍ତମାନ ମଧ୍ୟମ ଆଞ୍ଚରେ ଅନ୍ୟ ଏକ ପ୍ୟାନରେ ଘିଅ ଗରମ କରିବାକୁ ରଖନ୍ତୁ। ପ୍ୟାନରେ ଇଡଲି ପକାନ୍ତୁ ଏବଂ ହାଲକା ଭାଜି ଗ୍ୟାସ୍ ବନ୍ଦ କରି ଦିଅନ୍ତୁ। ଇଡଲି ଉପରେ ପୋଡ଼ି ସମଲା ପକାଇ ତାହାକୁ ମିଶାଇ ଦିଅନ୍ତୁ। ଏବେ ସର୍ଭିଂ ପାଇଁ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ପୋଡ଼ି ଇଡଲି’।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖୁସିରେ କଟିବ, ସାଙ୍ଗଙ୍କ ସହ ଭେଟ ହୋଇପରେ

ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…

5 hours ago

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

6 hours ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

7 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

9 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

9 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

10 hours ago