ପିଶାଚ ପାଲଟିଲେ ନାବାଳକ, କବରରୁ ଖୋଳି ଆଣି ଶବ ସହ କଲେ ଦୁଷ୍କର୍ମ !

ଆମେ ଯେଉଁ ଘଟଣା ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ ତାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। କାରଣ କବର ଭିତରୁ ମହିଳାଙ୍କ ଶବକୁ ବାହାର କରି ତା ସହିତ କରାଯାଇଛି ଦୁଷ୍କର୍ମ। ଜଣେ ୮୪ ବର୍ଷର ବୃଦ୍ଧା ମହିଳାଙ୍କ ସହିତ ଦୁଷ୍କର୍ମ ଅଭିଯୋଗରେ ୨ ନାବାଳକଙ୍କୁ ପୋଲିସ ଗିରଫ କରିଛି।

ଏଭଳି ଏକ ଲଜ୍ଜାଜନକ ଘଟଣା ସେତେବେଳେ ଜଣାପଡିଲା ଯେତେବେଳେ ମହିଳାଙ୍କ ପରିବାର ଲୋକେ ତାଙ୍କ କବରକୁ ଦେଖିବାକୁ ଯାଇଥିଲେ। ପରିବାର ଲୋକେ କବର ପାଖରେ ପହଁଚି ଦେଖିଲେ ଯେ ଭିତରେ ରଖାଯାଇଥିବା କଫିନ ଖୋଲାଥିଲା ଏବଂ ଶବର ପାଦ ମଧ୍ୟ ବାହାରକୁ ବାହାରି ରହିଥିଲା।

ଏହି ଘୃଣ୍ୟ କାମ ଘଟିଛି ଫିଲିପିନ୍ସରେ। ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ମହିଳାଙ୍କ ସହିତ ଦୁଷ୍କର୍ମ ହୋଇଛି ଏବଂ ତାଙ୍କ ଅନ୍ତଃବସ୍ତ୍ର ମଧ୍ୟ ଗାଏବ ଥିଲା। ୮୪ ବର୍ଷିୟା ଏହି ମହିଳାଙ୍କର ମୃତ୍ୟୁ ହେବା ପରେ ତାଙ୍କୁ କଫିନରେ ରଖାଯାଇ କବର ଦିଆଯାଇଥିଲା । ହେଲେ ଯେତେବେଳେ ପରିବାର ଲୋକେ କବର ପାଖକୁ ସକାଳୁ ଯାଇଥିଲେ ତେବେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ କେହି ନରରୂପୀ ରାକ୍ଷସ ଶବକୁ ବାହାର କରି ତା ସହିତ ଦୁଷ୍କର୍ମ କରିଛି।

ଏହାସହ ପଢନ୍ତୁ : ଚାଲାଣ କଟିବାରୁ ସ୍ତ୍ରୀ ଏବଂ ପିଲାଙ୍କୁ ଧରି ବିଚ୍ ରାସ୍ତାରେ ଧାରଣାରେ ବସିଲେ ଟ୍ୟାକ୍ସି ଡ୍ରାଇଭର

ପୋଲିସ୍‌ର କହିବା ଅନୁଯାୟୀ ଏହି ମାମଲାରେ କିଛି ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରା ଉଚୁରା କରାଯାଇଥିଲା ଏବଂ ଏହାପରେ ଦୁଇ ନାବାଳକଙ୍କୁ ଗିରଫ କରାଯାଇଥିଲା। ପୋଲିସର କହିବା କଥା ଯେ କବର ତଳୁ କିଛି ଜିନିଷର ମଧ୍ୟ ପତ୍ତା ମିଳୁନଥିଲା। ତେବେ ଦୁଇ ନାବାଳକ ତାଙ୍କ ଦୋଷ ସ୍ୱୀକାର କରିଛନ୍ତି। ସେହିପରି ପୀଡିତଙ୍କ ପରିବାର ଲୋକେ ଦୁଇ ନାବାଳକଙ୍କ ବିରୁଦ୍ଧରେ ମଧ୍ୟ ଆଇନଗତ କାଯ୍ୟର୍ନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି।

Pritiparna

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

7 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

22 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

32 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

43 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago