ପିଶାଚ ପାଲଟିଲେ ନାବାଳକ, କବରରୁ ଖୋଳି ଆଣି ଶବ ସହ କଲେ ଦୁଷ୍କର୍ମ !

ଆମେ ଯେଉଁ ଘଟଣା ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ ତାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। କାରଣ କବର ଭିତରୁ ମହିଳାଙ୍କ ଶବକୁ ବାହାର କରି ତା ସହିତ କରାଯାଇଛି ଦୁଷ୍କର୍ମ। ଜଣେ ୮୪ ବର୍ଷର ବୃଦ୍ଧା ମହିଳାଙ୍କ ସହିତ ଦୁଷ୍କର୍ମ ଅଭିଯୋଗରେ ୨ ନାବାଳକଙ୍କୁ ପୋଲିସ ଗିରଫ କରିଛି।

ଏଭଳି ଏକ ଲଜ୍ଜାଜନକ ଘଟଣା ସେତେବେଳେ ଜଣାପଡିଲା ଯେତେବେଳେ ମହିଳାଙ୍କ ପରିବାର ଲୋକେ ତାଙ୍କ କବରକୁ ଦେଖିବାକୁ ଯାଇଥିଲେ। ପରିବାର ଲୋକେ କବର ପାଖରେ ପହଁଚି ଦେଖିଲେ ଯେ ଭିତରେ ରଖାଯାଇଥିବା କଫିନ ଖୋଲାଥିଲା ଏବଂ ଶବର ପାଦ ମଧ୍ୟ ବାହାରକୁ ବାହାରି ରହିଥିଲା।

culpritଏହି ଘୃଣ୍ୟ କାମ ଘଟିଛି ଫିଲିପିନ୍ସରେ। ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ମହିଳାଙ୍କ ସହିତ ଦୁଷ୍କର୍ମ ହୋଇଛି ଏବଂ ତାଙ୍କ ଅନ୍ତଃବସ୍ତ୍ର ମଧ୍ୟ ଗାଏବ ଥିଲା। ୮୪ ବର୍ଷିୟା ଏହି ମହିଳାଙ୍କର ମୃତ୍ୟୁ ହେବା ପରେ ତାଙ୍କୁ କଫିନରେ ରଖାଯାଇ କବର ଦିଆଯାଇଥିଲା । ହେଲେ ଯେତେବେଳେ ପରିବାର ଲୋକେ କବର ପାଖକୁ ସକାଳୁ ଯାଇଥିଲେ ତେବେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ କେହି ନରରୂପୀ ରାକ୍ଷସ ଶବକୁ ବାହାର କରି ତା ସହିତ ଦୁଷ୍କର୍ମ କରିଛି।

ଏହାସହ ପଢନ୍ତୁ : ଚାଲାଣ କଟିବାରୁ ସ୍ତ୍ରୀ ଏବଂ ପିଲାଙ୍କୁ ଧରି ବିଚ୍ ରାସ୍ତାରେ ଧାରଣାରେ ବସିଲେ ଟ୍ୟାକ୍ସି ଡ୍ରାଇଭର

ପୋଲିସ୍‌ର କହିବା ଅନୁଯାୟୀ ଏହି ମାମଲାରେ କିଛି ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରା ଉଚୁରା କରାଯାଇଥିଲା ଏବଂ ଏହାପରେ ଦୁଇ ନାବାଳକଙ୍କୁ ଗିରଫ କରାଯାଇଥିଲା। ପୋଲିସର କହିବା କଥା ଯେ କବର ତଳୁ କିଛି ଜିନିଷର ମଧ୍ୟ ପତ୍ତା ମିଳୁନଥିଲା। ତେବେ ଦୁଇ ନାବାଳକ ତାଙ୍କ ଦୋଷ ସ୍ୱୀକାର କରିଛନ୍ତି। ସେହିପରି ପୀଡିତଙ୍କ ପରିବାର ଲୋକେ ଦୁଇ ନାବାଳକଙ୍କ ବିରୁଦ୍ଧରେ ମଧ୍ୟ ଆଇନଗତ କାଯ୍ୟର୍ନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.