Below header

ଯାଜପୁର: ଡିୟୁଟିରେ ଥିବା ବେଳେ ଦୁର୍ବୃତ୍ତଙ୍କ ଟେକା ମାଡ଼ରେ ମହିଳା ଟ୍ରାଫିକ ଇନ୍ସପେକ୍ଟର ଆହତ

ଯାଜପୁର: ଡିୟୁଟିରେ ଥିବା ବେଳେ ଦୁର୍ବୃତଙ୍କ ଟେକା ମାଡ଼ରେ ମହିଳା ଟ୍ରାଫିକ ଇନ୍ସପେକ୍ଟର ଆହତ । ଆହତ ହେଲେ ଚଣ୍ଡିଖୋଲ ଟ୍ରାଫିକ ଥାନା ଇନ୍ସପେକ୍ଟର ବିଜୟିନୀ ମଲ୍ଲ । ମଙ୍ଗଳବାର ରାତି ୯ ଟାରେ ସେ ଚଣ୍ଡିଖୋଲ ଛକ ନିକଟସ୍ଥ ମାଂସମରା ଛକରେ ଗାଡିଚେକିଂ କରୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ଟେକାମାଡ଼ କରିଥିଲା । ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତୁରନ୍ତ ତାଙ୍କୁ ବଡ଼ଚଣା ମେଡିକାଲ ନିଆଯାଇ ଚିକିତ୍ସା କରାଯାଇଛି । ତେବେ ତାଙ୍କ ମୁଣ୍ଡରେ ୬ଟି ଷ୍ଟିଜ ଲାଗିଥିବା ଜଣାପଡିଛି । ଏନେଇ ସେ ବଡ଼ଚଣା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.