ଥରେ ଚାର୍ଜ ହେଲେ ସପ୍ତାହେ ଚାଲିବ ଏହି କମ୍ପାନୀର ସ୍ମାର୍ଟଫୋନ୍‌, ଡିସେମ୍ବର ହେଉଛି ଲଞ୍ଚ୍‌

ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ Sharp ଚଳିତବର୍ଷ ନୂଆ ସ୍ମାର୍ଟଫୋନ୍‌ Sharp S7 ଲଞ୍ଚ କରିବାକୁ ଘୋଷଣା କରିଛି। ଏହି ଫୋନ୍‌ Sharp Aquos Sense 3 Lite ରିବ୍ରାଣ୍ଡ ଭାରିଏଣ୍ଟର ହେବା ସହ ଏଥିରେ ପୂର୍ବ ତୁଳନାରେ ନୂଆ ହାର୍ଡଓ୍ଵୟାର ଫିଚର ମଧ୍ୟ ବ୍ୟବହାର କରାଯାଇଛି। Sharp S7 କୁ ନେଇ କମ୍ପାନୀ ଦାବି କରିଛି ଯେ ଏହି ଫୋନ୍‌ ଥରେ ଚାର୍ଜ ହେଲେ ୭ ଦିନ ପର୍ଯ୍ୟନ୍ତ ଚାଲିବ। ଫୋନ୍‌ରେ ୪୦୦୦mah ର ବ୍ୟାଟେରୀ ଦିଆଯାଇଛି। ଜାପାନରେ ଏହି ଫୋନ୍‌କୁ ପ୍ରଦର୍ଶିତ କରାଯାଇଥିବା ବେଳେ ଡିସେମ୍ବରରେ ଲଞ୍ଚ୍‌ ହେବ। ଏହି ଫୋନ୍‌ ପିଚ୍‌, ସିଲଭର ଓ ଗ୍ରେ କଲରରେ ଉପଲବ୍ଧ ହେବ ବୋଲି ଜଣାଯାଇଛି।

Sharp S7 ର ଫିଚର ଓ ସ୍ପେସିଫିକେସନ୍‌:

Sharp S7 ର ଓଜନ ମାତ୍ର ୧୬୭ ଗ୍ରାମ ରହିଛି। ଆଣ୍ଡ୍ରଏଡ୍‌ ଓ୍ଵାନ୍‌ ଉପରେ ପର୍ଯ୍ୟବେସିତ ଏହ ଫୋନ୍‌ରେ ୫.୫ ଇଞ୍ଚର ଡିସ୍‌ପ୍ଲେ ଦିଆଯାଇଛି। ଏହାର ସ୍କ୍ରିନ୍‌ର ରିଜଲ୍ୟୁସନ୍‌ ୨୧୬୦*୧୦୮୦ ପିକ୍ସେଲ ରହିଛି। ଫୋନ୍‌ରେ କମ୍ପାନୀର IGZO LCD energy-saving ଟେକ୍‌ନିକ ବ୍ୟବହାର କରାଯାଇଛି। କମ୍ପାନୀର କହିବାନୁସାରେ ଏହାର ବ୍ୟାଟେରୀ ସପ୍ତାହେ ପର୍ଯ୍ୟନ୍ତ ବ୍ୟାକ୍‌ଅପ୍‌ ଦେବ।

ଫୋନ୍‌ରେ Snapdragon 630 ପ୍ରୋସେସରର ବ୍ୟବହାର କରାଯାଇଛି। ଏଥିରେ ୩ଜିବି ରାମ ଏବଂ ୩୨ଜିବି ଇଣ୍ଟରନାଲ ମେମୋରୀ ଦିଆଯାଇଛି। ଅନ୍ୟପଟେ ଫୋନ୍‌ରେ ୧୨ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ଦିଆଯାଇଛି, ଯେଉଁଥିରେ f/2.0 ଏବଂ Electronic Image Stabilization ଭଳି ଅତ୍ୟାଧୁନିକ ଫିଚର ରହିଛି।

ଏହାସହ ପଢନ୍ତୁ: ଅନ୍‌ଲାଇନ୍‌ ସପିଂ କରିବା ବେଳେ ଏହି ଜିନିଷ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ, ନଚେତ୍‌ ଚୋରି ହୋଇପାରେ ଡାଟା

ସେଲ୍‌ଫି ପାଇଁ Sharp S7 ରେ ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଉତ୍ତମ କ୍ୟାମେରା କ୍ଲାରିଟି ସକାଶେ ଏଥିରେ AI ଫିଚର ବ୍ୟବହାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.