ସାଉଥ ଆଫ୍ରିକା ବିରୋଧ ଟେଷ୍ଟ ମ୍ୟାଚରେ ଏକ ବିରଳ ରେକର୍ଡ କଲେ ରୋହିତ ଶର୍ମା

ଦକ୍ଷିଣ ଆଫ୍ରିକା ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଜିତି ୧-୦ରେ ଶୃଙ୍ଖଳାର ଆଗରେ ଅଛି ଭାରତ । ଏହି ମ୍ୟାଚରେ ସମସ୍ତ ୧୧ ଜଣ ଖେଳାଳି ଭଲ ପଦର୍ଶନ କରିଥିଲେ ମଧ୍ୟ ‘ହିଟ ମ୍ୟାନ’ ରୋହିତ ଶର୍ମା ଏକ ବିରଳ ରେକର୍ଡ କରିଛନ୍ତି । ପ୍ରଥମ ମ୍ୟାଚରେ ରୋହିତ କ୍ରମାଗତ ଭାବେ ୧୭୬ ଓ ୧୨୭ ରନ କରି ରେକର୍ଡ କରିଯାଇଛନ୍ତି । କିନ୍ତୁ ପରେ ବି ସେ ନିଜ ନାଁରେ ଏମିତି ଏକ ବିରଳ ରେକର୍ଡ ଛାଡି ଯାଇଛନ୍ତି ଯାହାକୁ କି କୌଣସି ବ୍ୟାଟ୍ସ ମ୍ୟାନ ସାଧାରଣ ଭାବେ କେବେ ମଧ୍ୟ ଚାହାନ୍ତି ନାହିଁ । ରୋହିତ ଶର୍ମା ଏହି ଟେଷ୍ଟ ମ୍ୟାଚର ଦୁଇଟି ଯାକ ସ୍ତରରେ ଭଲ ପଦର୍ଶନ କରିଥିଲେ ମଧ୍ୟ ଭାରତର ପ୍ରଥମ ବ୍ୟାଟ୍ସ ମ୍ୟାନ ଭାବେ ଷ୍ଟମ୍ପ ଦ୍ୱାରା ଆଉଟ ହୋଇଥିଲେ । ଖାଲି ସେତିକି ନୁହେଁ ତାଙ୍କୁ ୨ଟି ଯାକ ସ୍ତରରେ ପାଭିଲିଆନକୁ ଜଣେ ଖେଳାଳି ହିଁ ପଠାଇଥିଲେ ।

ଏହା ସହ ପଢନ୍ତୁ: ନ୍ୟାସନାଲ ୟୁନିଭରସିଟି ଗେମସ୍‌ର ଆଜି ତୃତୀୟ ଦିନ, ୩୫୦ଟି ୟୁନିଭରସିଟରୁ ଅଂଶ ଗ୍ରହଣ କରିଛନ୍ତି ୪ ହଜାରରୁ ଅଧିକ ପ୍ରତିଯୋଗୀ

ଏହା ସହ ତାଙ୍କୁ ୨ଟି ଯାକ ସ୍ତରରେ କେଶବ ମହାରାଜ ହିଁ ଆଉଟ କରିଥିଲେ । ସବୁଠୁ ଆଶ୍ଚଯ୍ୟ କଥା ହେଉଛି କି ପ୍ରାୟ ୮୦ ବର୍ଷ ପରେ ରୋହିତ ଏହି ପରି ଏକ ବିରଳ ରେକର୍ଡ କରିଛନ୍ତି । ଏହା ପୂର୍ବରୁ ୧୯୩୯ ମସିହାରେ ଇଂଲଣ୍ଡର କ୍ରିକେଟର ଵୈଳୀ ହେମଣ୍ଡ ଷ୍ଟାମ୍ପ ଦ୍ୱାରା ଆଉଟ ହୋଇଥିବା ଅନ୍ତିମ ବ୍ୟାଟ୍ସମ୍ୟାନ ଥିଲେ । ଏହା ବ୍ୟତିତ ମୟଙ୍କ ଅଗ୍ରୱାଲ ବି ଖେଳର ପ୍ରଥମ ସ୍ତରରେ ଦ୍ବିଶତକ ମାରିଥିଲେ । ବ୍ୟାଟ୍ସ ମ୍ୟାନ ମାନଙ୍କ ବ୍ୟତିତ ବୋଲର ମାନେ ବି ୨୦୩ ରନ ବିଶିଷ୍ଟ ବଡ ଲକ୍ଷରେ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇଥିଲେ । ରବିଚନ୍ଦ୍ରନ ଅଶ୍ୱିନ ସଂଯୁକ୍ତ ଭାବେ ୩୫୦ ଵିକେଟ ନେବାର ରେକର୍ଡ କରିଛନ୍ତି । ଓ ରବୀନ୍ଦ୍ର ଜାଡେଜା ମଧ୍ୟ ନିଜର ୨୦୦ ଵିକେଟ ପୂରଣ କରିଛନ୍ତି । ଏହା ସହ ମହମ୍ମଦ ସାମୀ ମଧ୍ୟ ଭଲ ପଦର୍ଶନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.