ବଂଶଧାରା ନଦୀରେ ଗାଧୋଇବାକୁ ଯାଇ ବୁଡି ଗଲେ ୫୩ ବର୍ଷିୟ ବ୍ୟକ୍ତି
ଗଜପତି : ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମରେ ଅଘଟଣ। ବଂଶଧାରା ନଦୀରେ ଶୌଚ ଓ ଗାଧୋଇବାକୁ ଯାଇ ଗୋଡ ଖସିଯିବାରୁ ୫୩ ବର୍ଷିୟ ବୃନ୍ଦାବନ ଦୋରାଙ୍କ ମୃତ୍ୟୁ ଘଟିଛି। ବୃନ୍ଦାବନ ନଦୀରେ ନିଖୋଜ ହେବା ପରେ ଅନେକ ସମୟ ଧରୀ ଗ୍ରାମବାସୀ ଓ ସମ୍ପକୀୟ ଖୋଜାଖୋଜି କରି ମୃତ ଦେହ ବାହାର କରିଥିଲେ। ଘଟଣା ବିଷୟରେ ସୂଚନା ପାଇ କାଶୀନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୂଖ୍ୟ ଚିକିତ୍ସା କେନ୍ଦ୍ରକୁ ଶବବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।