ଜଳଖିଆରୁ ବାହାରିଲା ଚୁଟି, ସ୍ତ୍ରୀକୁ ଲଣ୍ଡା କରିଦେଲେ ସ୍ୱାମୀ, ଏବେ ହୋଇପାରେ ୧୪ ବର୍ଷ ଜେଲ୍‌

ନିକଟରେ ବାଂଲାଦେଶରେ ଘଟିଥିବା ଏକ ଅଜବ ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଘଟଣାଟି ହେଉଛି, ସକାଳୁ ସକାଳୁ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ପରଷି ଦେଇଥିଲେ ସ୍ୱାଦିଷ୍ଟ ଜଳଖିଆ। ହେଲେ ଦୁଃର୍ଭାଗ୍ୟବଶତଃ ସେଥିରୁ ଏକ ଚୁଟି ବାହାରିବାରୁ ଭୟଙ୍କର ରାଗିଯାଇଥିଲେ ମହିଳାଙ୍କ ସ୍ୱାମୀ। ଆଉ ଏହାପରେ ସେ ସ୍ତ୍ରୀଙ୍କୁ ଜୋର୍ ଜବରଦସ୍ତ ଲଣ୍ଡା କରିଦେଲେ। ଯଦିଓ ଏ ନେଇ ପୋଲିସରେ ଅଭିଯୋଗ ହେବା ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିନେଇଛି।

ଏହି ଘଟଣା ବାଂଲାଦେଶର ଜୋୟପୁରହାଟ ଜିଲାର ଏକ ଗାଁରେ ଘଟିଛି। ଏଠାରେ ରହୁଥିବା ୩୫ ବର୍ଷୀୟ ବବ୍‌ଲୁ ମଣ୍ଡଳ ନାମକ ବ୍ୟକ୍ତିଙ୍କ ପତ୍ନୀ ତାଙ୍କୁ ଜଳଖିଆରେ କ୍ଷୀର-ଭାତ ଦେଇଥିଲେ। ଏହାକୁ ସେ ନିଜେ ବନାଇଥିଲେ। ହେଲେ ଏହି ଜଳଖିଆରୁ ଏକ ଚୁଟି ବାହାରିଥିଲା। ଏହାଦେଖି ବବ୍‌ଲୁ ଏତେ ରାଗିଯାଇଥିଲେ ଯେ ଜୋର୍ ଜବରଦସ୍ତ ସେ ତାଙ୍କ ସ୍ତ୍ରୀଙ୍କ ଚୁଟି ସବୁ କାଟିଦେଲେ। ଏ ନେଇ ଗ୍ରାମବାସୀ ଥାନାରେ ଅଭିଯୋଗ କରିଥିଲେ।

save2

ଏବେ ହୋଇପାରେ ଜେଲ୍ ଦଣ୍ଡ

ପୋଲିସର କହିବା ଅନୁସାରେ, ଯେତେବେଳେ ବବ୍‌ଲୁ ଜଳଖିଆରେ ଏକ ଚୁଟି ଦେଖିଥିଲେ, ସେତେବେଳେ ସେ ନିଜ ସ୍ତ୍ରୀଙ୍କ ଉପରେ ସବୁ ଦୋଷ ଲଦିଥିଲେ। ଏହାପରେ ସଙ୍ଗେ ସଙ୍ଗେ ରେଜର ଆଣି ସ୍ତ୍ରୀକୁ ଲଣ୍ଡା କରିଦେଲେ। ବବ୍‌ଲୁ ଜାଣିଶୁଣି ସ୍ତ୍ରୀଙ୍କୁ ଗମ୍ଭୀର ଆଘାତ ପହଞ୍ଚାଇଛନ୍ତି। ଏଥିପାଇଁ ତାଙ୍କୁ ୧୪ ବର୍ଷ ଜେଲ୍ ହୋଇପାରେ।

ଏହାସହ ପଢ଼ନ୍ତୁ: ମା’ ପେଟରୁ ଜନ୍ମ ନେଇଥିଲେ ୬୯ଟି ଛୁଆ! ପ୍ରସବ ସମୟରେ ଆଖି ବୁଜିଦେଲେ ୪୦ ବର୍ଷୀୟା ଏହି ମହିଳା, ପଢ଼ନ୍ତୁ ରୋଚକ କାହାଣୀ

ଏ ବାବଦରେ ଜଣେ ସାମାଜିକ କର୍ମୀ କୁହନ୍ତି, ଘଟଣାରୁ ଜଣାପଡ଼ୁଛି ବାଂଲାଦେଶରେ ମହିଳାଙ୍କ ଉପରେ କେତେ ଅତ୍ୟାଚାର ହେଉଛି। ଜାନୁୟାରୀରୁ ଜୁନ୍ ମାସ ଭିତରେ ୬୩୦ଜଣ ମହିଳା ବଳାତ୍କାରର ଶିକାର ହୋଇଛନ୍ତି। ସେହିପରି ୩୭ଜଣ ମହିଳାଙ୍କୁ ହତ୍ୟା କରାଯାଇଛି। ୭ଜଣ ପ୍ରତାରଣାର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି। ଏହାଛଡ଼ା ୧୦୫ଜଣରୁ ଅଧିକ ମହିଳାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.