୫୦୦ କେଜି ଓଜନ ବିଶିଷ୍ଟ ଘୁଷୁରୀ ପାଳୁଛି ଚୀନ୍‌, କାରଣ ଜାଣିଲେ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ

ଚୀନ୍‌ରେ ଏବେ ୫୦୦ କେଜି ଓଜନ ବିଶିଷ୍ଟ ଘୁଷୁରୀ ପାଳନ କରାଯାଉଛି। ସାଧାରଣ ଘୁଷୁରୀଙ୍କ ଓଜନ ୧୫୦ କେଜି ଭିତରେ ହୋଇଥିବା ବେଳେ ଚୀନରେ ଏତେ ବଡ଼ ବଡ଼ ଘୁଷୁରୀ ପାଳନର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଚୀନରେ ବର୍ତ୍ତମାନ ପୋର୍କ ବା ଘୁଷୁରୀ ମାଂସର ଅଭାବ ଯୋଗୁଁ ଚାଷୀମାନେ ଏତେ ଓଜନବିଶିଷ୍ଟ ଘୁଷୁରୀ ପାଳନ କରୁଥିବା ଜଣାଯାଇଛି।

ଏହାସହ ପଢ଼ନ୍ତୁ: ଜଳଖିଆରୁ ବାହାରିଲା ଚୁଟି, ସ୍ତ୍ରୀକୁ ଲଣ୍ଡା କରିଦେଲେ ସ୍ୱାମୀ, ଏବେ ହୋଇପାରେ ୧୪ ବର୍ଷ ଜେଲ୍‌

ଗତ ବର୍ଷେ ମଧ୍ୟରେ ସ୍ୱାଇନ୍‌ ଫ୍ଲୁ ଯୋଗୁ ଚୀନ୍‌ରେ ଲକ୍ଷାଧିକ ଘୁଷୁରୀଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରୁ ପ୍ରାୟ ଏକ ତୃତୀୟାଂଶ ଘୁଷୁରୀ କମିଯାଇଛନ୍ତି। ଏତେ ସଂଖ୍ୟକ ଘୁଷୁରୀ କମିଯିବା ଯୋଗୁ ଏବେ ଚୀନ୍‌ରେ ଖାଦ୍ୟ ସଙ୍କଟ ଦେଖାଦେଇଛି। ଏଣୁ ଦେଶର ସରକାର ମଧ୍ୟ ଘୁଷୁରୀ ସଂଖ୍ୟା ବୃଦ୍ଧି କରିବାକୁ ଆହ୍ଵାନ କରିଛନ୍ତି।

ପୂର୍ବରୁ ଘୁଷୁରୀ ବେପାରୀ ହାଇବ୍ରିଡ୍‌ ପ୍ରଜାତିର ଘୁଷୁରୀ କେବଳ ଲାଭ ପାଇଁ ପାଳନ କରୁଥିଲେ। ମାତ୍ର ଏବେ ଦେଶରେ ଖାଦ୍ୟାଭାବ ଦେଖାଯାଉଥିବାରୁ ବାଧ୍ୟ ହୋଇ ସେମାନେ ହାଇବ୍ରିଡ ପ୍ରଜାତିର ଘୁଷୁରୀ ଚାଷ କରୁଥିବା କହିଛନ୍ତି।

ସୂଚନାନୁଯାୟୀ, ଚୀନର ପ୍ରମୁଖ ଖାଦ୍ୟ ହେଉଛି ପୋର୍କ। ଏବେ ପୋର୍କ ଅଭାବରୁ ଚୀନ୍‌ରେ ଏହାର ଦର ଆକାଶଛୁଆଁ ହୋଇଛି। ଫଳରେ ସାଧାରଣ ଜନତା ଖାଦ୍ୟାଭାବ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ଖାଦ୍ୟ ସମସ୍ୟା ଦୂର କରିବା ପାଇଁ ଚୀନ୍‌ରେ ଏତେ ମୋଟା ମୋଟା ଘୁଷୁରୀ ପାଳନ କରାଯାଉଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.