Below header

ମୟୁରଭଞ୍ଜ: ୩ ଦିନ ପରେ ମିଳିଲା ନିଖୋଜ ଦମ୍ପତ୍ତିଙ୍କ ମୃତଦେହ, ହାଣିବା ପରେ ପଥରରେ ବାନ୍ଧି ଫିଙ୍ଗି ଦିଆଯାଇଥିଲା ଡ୍ୟାମ୍ ଭିତରେ

ମୟୁରଭଞ୍ଜ : ୩ ଦିନ ପରେ ମିଳିଲା ନିଖୋଜ ଦମ୍ପତ୍ତିଙ୍କ ମୃତଦେହ। ଦମ୍ପତ୍ତିଙ୍କୁ ହାଣିବା ପରେ ପଥରରେ ବାନ୍ଧି ଡ୍ୟାମ୍ ଭିତରେ ଫିଙ୍ଗାଯାଇଥିଲା। ଆଜି ଡ଼ିଫା ଟିମ୍ ମୃତଦେହ ଉଦ୍ଧାର କରିଛି। ମୃତକ ଦୁଇ ଜଣ ମୟୁରଭଞ୍ଜ କପ୍ତିପଦା ଥାନା ସୀତାରାମ ସାହିର ସୀତାରାମ ସିଂ ଓ ଲେତ ସିଂ। ଫୁଟବଲ ମ୍ୟାଚ୍ ଦେଖିବାକୁ ଯାଇ ଦମ୍ପତି ନିଖୋଜ ଥିଲେ। ନିଖୋଜ ଦିନ ଘରଠାରୁ ଅଧ କିଲୋମିଟର ଦୂରରୁ ରକ୍ତଛିଟା ପୋଷାକ, ଚୁଡି ଓ ଜୋତା ମିଳିଥିଲା। ଏହାପରେ ସେମାନଙ୍କୁ ଖୋଜିବା ପାଇଁ ଉଦଳା ପୋଲିସ ତନାଘନା ଜାରି ରଖିଥିଲା। ଗୁଣିଗାରେଡି ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.