ଶ୍ରୀଲଙ୍କାର ଏହି ଆଠ ହଜାର ଫୁଟ ଉଚ୍ଚ ଗୁମ୍ଫାରେ ରହିଛି ରାବଣର ଶବ ! ମମି ଭଳି ସାଇତି ରଖାଯାଇଛି ବାକ୍ସରେ

ରାମାୟଣ ସହିତ ଜଡିତ ଇତିହାସ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ମନରେ ଜିଜ୍ଞାସା ରହିଥାଏ। କୁହାଯାଏ କି, ଶ୍ରୀଲଙ୍କାରେ ଆଜି ମଧ୍ୟ ରାମାୟଣ ସହିତ ଜଡିତ ଏପରି ଐତିହାସିକ ସ୍ଥଳ ରହିଛି, ଯାହା ବିଷୟରେ ଜାଣିବାକୁ ପ୍ରାୟ ସମସ୍ତେ ବ୍ୟାକୁଳ। ଏହି ସ୍ଥଳ ଭଗବାନ ଶ୍ରୀରାମ ଏବଂ ରାବଣ ସହିତ ଜଡିତ ଅନେକ ସତ୍ୟ ଲୁଚି ରହିଛି।

6

ଏକ ରିସର୍ଚ୍ଚ ମୁତାବକ, ପୁରାତତ୍ତ୍ୱବିତ୍‌ ଶ୍ରୀଲଙ୍କାରେ ଏପର୍ଯ୍ୟନ୍ତ ୫୦ଟି ଏପରି ଐତିହାସିକ ସ୍ଥଳ ଖୋଜି ପାଇଛନ୍ତି, ଯାହାର ସମ୍ବନ୍ଧ ରାମାୟଣ କାଳ ସହିତ ରହିଛି। ରାବଣର ଶବ ଆଜି ମଧ୍ୟ ଏଠିକାର ଏକ ଗୁମ୍ଫାରେ ରହିଛି। ଯାହା ଶ୍ରୀଲଙ୍କାର ରେଗଲାରେ ଘନ ଜଙ୍ଗଲ ମଧ୍ୟରେ ରହିଛି ବୋଲି ରିସର୍ଚ୍ଚରେ କୁହାଯାଇଛି।

55

କିନ୍ତୁ ରାବଣର ମୃତ୍ୟୁ କେବେ ହୋଇଥିଲା, ତାର କୌଣସି ପ୍ରମାଣ ମିଳିନାହିଁ, କିନ୍ତୁ କୁହାଯାଉଛି କି, ଭଗବାନ ଶ୍ରୀରାମଙ୍କ ହାତରେ ବଧ ହେବାରେ ୧୦ ହଜାର ବର୍ଷରୁ ଉର୍ଦ୍ଧ୍ୱ ହୋଇଗଲାଣି। ରେଗଲାର ଜଙ୍ଗଲ ମଧ୍ୟରେ ୮ ହଜାର ଫୁଟ ଉଚ୍ଚରେ ଏକ ଗୁମ୍ଫା ରହିଛି, ଯେଉଁଠି ରାବଣର ଶବକୁ ମମି ରଖିବା ଭଳି ଏକ ବାକ୍ସ ମଧ୍ୟରେ ରଖାଯାଇଛି। ଏହି ବାକ୍ସରେ ଏକ ସ୍ୱତନ୍ତ୍ର ପ୍ରକାରର ଲେପ ଲଗାଯାଇଛି, ଯେଉଁଥିପାଇଁ ଏତେ ବର୍ଷ ଧରି ସେହି ବାକ୍ସ ସେଭଳି ରହିଛି।
ଶ୍ରୀଲଙ୍କାର ଇଣ୍ଟରନ୍ୟାସନାଲ ରାମାୟଣ ରିସର୍ଚ୍ଚ ସେଣ୍ଟର ଦ୍ୱାରା କରାଯାଇଥିବା ଏହି ରିସର୍ଚ୍ଚ ମୁତାବକ, ଯେଉଁ ବାକ୍ସରେ ରାବଣର ଶବ ରହିଛି, ତାର ଲମ୍ବା ୧୮ ଫୁଟ ଏବଂ ଚଉଡା ୫ ଫୁଟ ରହିଛି। ଏହି ବାକ୍ସ ତଳେ ରାବଣରେ ଅତି ମୂଲ୍ୟବାନ ଅଳଙ୍କାର ମଧ୍ୟ ରଖାଯାଇଛି। ଯାହାର ଦେଖାଶୁଣା ଏକ ବିଷଧର ନାଗ ଏବଂ ଅନେକ ଭୟଙ୍କର ଜନ୍ତୁ କରୁଛନ୍ତି।

ଏହାସହ ପଢ଼ନ୍ତୁ ; ଆଜି ବି ଏଠାକାର ଲୋକମାନେ ରାବଣକୁ ମାନନ୍ତି ନିଜର ଜ୍ୱାଇଁପୁଅ, ଲଙ୍କାପତିଙ୍କ ଆଗରେ ମୁଣ୍ଡରେ ଓଢ଼ଣା ପକାଇ ଯାଆନ୍ତି…

4

ରାମାୟଣ କଥାନୁସାରେ, ଯେବେ ଭଗବାନ ଶ୍ରୀରାମ ରାବଣର ବଧ କରିଥିଲେ, ସେତେବେଳେ ରାବଣର ଶବକୁ ଅନ୍ତିମ ସଂସ୍କାର କରିବା ପାଇଁ ବିଭୀଷଣକୁ ହସ୍ତାନ୍ତର କରିଥିଲେ। କିନ୍ତୁ ବିଭୀଷଣ ରାଜଗାଦି ସମ୍ଭାଳିବା ଚକ୍କରରେ ରାବଣର ଶବକୁ ସେଠାରେ ସେହିପରି ଛାଡି ଚାଲିଯାଇଥିଲେ। ସେଠାରେ ନାଗକୂଳର ଲୋକ ରାବଣର ଶବକୁ ନିଜ ସାଥିରେ ନେଇଯାଇଥିଲେ। ସେମାନଙ୍କର ବିଶ୍ୱାସ ରହିଥିଲା କି, ରାବଣର ମୃତ୍ୟୁ କ୍ଷଣିକ ମାତ୍ର, ସେ ପୁଣି ଥରେ ଜୀବିତ ହୋଇପାରିବେ। କିନ୍ତୁ ଏଭଳି ହେଲା ନାହିଁ। ଏହାପରେ ସେମାନେ ରାବଣ ଶବକୁ ମମି ବନାଇ ରଖିଥିଲେ। ଯାହା ଏପର୍ଯ୍ୟନ୍ତ ସୁରକ୍ଷିତ ରହିଛି।

human foot

ରାବଣର ପୁଷ୍ପକ ବିମାନ କେଉଁଠାରେ ଓହ୍ଲାଉଥିଲା, ଅଶୋକ ବାଟିକା କେଉଁ ସ୍ଥାନରେ ରହିଛି ତାହା ମଧ୍ୟ ଏହି ରିସର୍ଚ୍ଚରେ ଜାଣିବାକୁ ମିଳିଛି। ଏହାଛଡା ଭଗବାନ ହନୁମାନଙ୍କ ପାଦର ଚିହ୍ନ ଖୋଜି ପାଇଥିବା ମଧ୍ୟ କୁହାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଏହି ସବୁ ଜିନିଷର ପ୍ରମାଣ ଏପର୍ଯ୍ୟନ୍ତ ମଧ୍ୟ ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.