ଅଶାନ୍ତ ଦିଲ୍ଲୀ ଦାୟିତ୍ବରେ ଏବେ ଦୁଇ ବରିଷ୍ଠ ଓଡ଼ିଆ ଆଇପିଏସ ଅଫିସର, ଛାତ୍ର ଆନ୍ଦୋଳନ ଉପରେ ରଖିଛନ୍ତି ନଜର

କେନ୍ୟୁଜ୍(ବ୍ୟୁରୋ): ଛାତ୍ର ହିଂସାକାଣ୍ଡକୁ ନେଇ ଦିଲ୍ଲୀ ଅଶାନ୍ତ ହୋଇପଡ଼ିଥିବା ବେଳେ ଏବେ ଦୁଇ ବରିଷ୍ଠ ଓଡ଼ିଆ ଆଇପିଏସ ଅଫିସରଙ୍କ ଉପରେ ନଜର । ଛାତ୍ର ଆନ୍ଦୋଳନକୁ କିଭଳି ନିୟନ୍ତ୍ରଣ କରାଯିବ ସେଥିପାଇଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ଓ ସାଉଥ-ଇଷ୍ଟ ଦିଲ୍ଲୀ ଡିସିପି ଚିନ୍ମୟ ବିଶ୍ୱାଳଙ୍କ ଉପରେ । ୧୯୮୫ ବ୍ୟାଚର ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ ୟୁନିଅନ ଟେରିଟୋରିଜ ବା ଅଗମଟ କ୍ୟାଡର ଆଇପିଏସ ଅଫିସର ଅମୂଲ୍ୟ ପଟ୍ଟନାୟକ । ୨୦୧୭ ଜାନୁଆରୀ ୩୦ରୁ ସେ ଦିଲ୍ଲୀ ପୋଲିସ କମିଶନର ଅଛନ୍ତି । ଆସନ୍ତା ବର୍ଷ ଜାନୁଆରୀରେ ଅବସର ନେବେ । ପୋଲିସ କମିଶନର ଭାବେ ଦାୟିତ୍ୱ ନେବା ପୂର୍ବରୁ ସେ ଦିଲ୍ଲୀ ପୋଲିସର ଭିଜିଲାନ୍‌ସ ଓ ପ୍ରଶାସନର ସ୍ୱତନ୍ତ୍ର କମିଶନର ଥିଲେ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଅମୂଲ୍ୟ ପଟ୍ଟନାୟକ ଦିଲ୍ଲୀ ନଜାଫଗଡ଼ର ଏସିପି ଭାବେ ଆରମ୍ଭ କରିଥିଲେ ଚାକିରୀ ଜୀବନ । ସେହିପରି ପଣ୍ଡିଚେରୀରେ ଏସ୍‌ଏସ୍‌ପି ଭାବେ ମଧ୍ୟ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି । କିଛି ଦିନ ପୂର୍ବରୁ ଦିଲ୍ଲୀରେ ପୋଲିସଙ୍କ ବଡ଼ ଧରଣର ଆନ୍ଦୋଳନ ବେଳେ ସାମ୍ନାକୁ ଆସି ମୁକାବିଲା କରିଥିଲେ ଅମୂଲ୍ୟ ପଟ୍ଟନାୟକ । ସେହିଭଳି ଏବେ ସାଉଥ-ଇଷ୍ଟ ଦିଲ୍ଲୀ ଡିସିପି ଅଛନ୍ତି ଓଡ଼ିଆ ଆଇପିଏସ ଅଫିସର ଚିନ୍ମୟ ବିଶ୍ୱାଳ । ସେ ୨୦୦୮ ବ୍ୟାଚ ଅଗମଟ କ୍ୟାଡର ଆଇପିଏସ ଅଧିକାରୀ। ବିଜେବି କଲେଜରେ ଅଧ୍ୟୟନ କରିଥିବା ଡିସିପି ଚିନ୍ମୟ ବିଶ୍ୱାଳଙ୍କର ଛାତ୍ର ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ଦିଲ୍ଲୀରେ ଶାନ୍ତି ଶୃଙ୍ଖଳା ବଜାୟ ସହ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ଓ ଚିନ୍ମୟ ବିଶ୍ୱାଳ ଉଦ୍ୟମ ଚଳାଇଛନ୍ତି । ଛାତ୍ର ଆନ୍ଦୋଳନର ବ୍ୟାପୁଥିବାରୁ ଏହାକୁ ରୋକିବା ପାଇଁ ସ୍ୱତନ୍ତ୍ର ରଣନୀତି କରିଛନ୍ତି ।

KNews Bureau

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

10 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

14 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

16 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

22 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

34 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

40 mins ago