ଦେଶ ବିଦେଶ

ବେଲାଋଷରେ ୟୁକ୍ରେନ ପ୍ରତିନିଧି ମଣ୍ଡଳ ପହଞ୍ଚିବା ପୂର୍ବରୁ କହିଲେ ଯୁଦ୍ଧ ବିରାମ୍ ଲଗାଅ, ରୁଷ କହିଲା- ନଇଁ ଯାଅ

ଆକ୍ସନ ମୋଡ଼ରେ ୟୁକ୍ରେନ-ରୁଷ। ନିଜ ନିଜ ଭିତରେ ଆଲୋଚନା ପାଇଁ ଡକାଗଲା ବୈଠକ। ସ୍ଥିତି ସୁଧୁରୁ ନାହିଁ। ୟୁକ୍ରେନର ପ୍ରତିନିଧି ମଣ୍ଡଳ ୨:୧୦ରେ ପହଞ୍ଚିଲେ ରୁଷର ବେଲାଋଷ ଠାରେ। ଶାନ୍ତି ବାର୍ତ୍ତା ପାଇଁ ପ୍ରତିନିଧି ମଣ୍ଡଳ ପହଞ୍ଚି ଥିଲେ ରୁଷରେ। ଲମ୍ବା ସମୟ ଧରି ଯୁଦ୍ଧ ଦୁନିଆଁ କୁ କେବଳ ବର୍ବାଦ ଆଡ଼େ ନେଉଛି । ତେଲ ଦର, ଗ୍ୟାସ୍ ଦର ଆକାଶ ଛୁଆଁ । ଯେଉଁ ସମୟରେ ୟୁକ୍ରେନ ପହଞ୍ଚୁ ଥିଲା ରୁଷରେ ସେ ଭିତରେ ୟୁକ୍ରେନର ଖାର୍କିବ ଠାରେ ଥିବା ଏକ ସ୍କୁଲ ବିଲ୍ଡିଂ ଉଡାଇ ଦେଲେ ରୁଷ ସେନା। ୟୁକ୍ରେନ ପହଞ୍ଚୁ ପହଞ୍ଚୁ ବୈଠକ ପୂର୍ବରୁ ଦାବି କଲା, ଆଗ ୟୁକ୍ରେନରୁ ରୁଷ ସେନା ହଟାଯାଉ। ସିଜ୍ ଫାୟାର କରାଯାଉ। ମାନେ ଯୁଦ୍ଧ ବିରାମ ଲାଗୁ କରାଯାଉ।

ମହାଯୁଦ୍ଧର ପଞ୍ଚମ ଦିନରେ କଥା ହେଲେ ରୁଷ ଏବଂ ୟୁକ୍ରେନ। ଯୁଦ୍ଧ ମଝିରେ ଏହା ହେଉଛି ପ୍ରଥମ ବୈଠକ। ଭାରତୀୟ ସମୟ ଦିନ ୨:୩୮ ମିନିଟ୍ ରେ ଆରମ୍ଭ ହେଲା ବୈଠକ। ସେପଟେ ରୁଷ ଉଡାଇ ଦେଲା ୟୁକ୍ରେନର ଚୋନେହିବ ସହର। ସେତିକି ନୁହେଁ ଖର୍କିବରେ ଲୋକଙ୍କ ସାମ୍ନାରେ ମିସାଇଲ ପକାଇଲା ରୁଷ। ବୈଠକ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଲେ ରୁଷ ସୈନିକ ୟୁକ୍ରେନ ତୁରନ୍ତ ଛାଡ଼ନ୍ତୁ । ୟୁକ୍ରେନ ଠାରୁ ବହୁତ୍ ବଡ ରୁଷ, ତଥାପି ୟୁକ୍ରେନ ନଇଁବାକୁ ଆଦୌ ରାଜି ହେଉନି। ରୁଷ ପରମାଣୁ ମିସାଇଲ ଷ୍ଟାଣ୍ଡ ବାଇ ରେ ରଖିଛି।

ଶେଷରେ ରୁଷ ନ୍ୟୁଜ ଏଜେନ୍ସି ତରଫରୁ ସ୍ପଷ୍ଟ ଉକ୍ତି ଆସିଲା ନ୍ୟୁକ୍ଲିୟର ବ୍ୟବହାର ପାଇଁ ଅଭ୍ୟାସ ଆରମ୍ଭ କରାଯାଉଛି। କମାଣ୍ଡ କଣ୍ଟ୍ରୋଲ , ଆରମ୍ଭ ହୋଇ ଯାଇଛି। ମାନେ ରୁଷ ପଛକୁ ଘୁଞ୍ଚିବ ନାହିଁ, ରୁଷ ସିଧା କହୁଛି ଆମେ ଯୁଦ୍ଧ ଆଗକୁ ବଢାଇବୁ। ରୁଷିଆ ବାରମ୍ବାର କହୁଛି, କୌଣସି ଦେଶ ୟୁକ୍ରେନକୁ ସାହାଯ୍ୟ କଲେ ସେ ରୁଷର ଶତ୍ରୁ ହୋଇଯିବ । ତେବେ ଏ ସବୁ ଭିତରେ ସାଧାରଣ ଲୋକ ହିଁ ବଳି ପଡ଼ିବା ଭଳି ଅବସ୍ଥା ସାମ୍ନାକୁ ଆସୁଛି।

KNews Bureau

Recent Posts

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

4 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି (କେନ୍ୟୁଜ) : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ…

5 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

10 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

19 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

37 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

39 mins ago