ଦେଶ ବିଦେଶ

ଯୁଦ୍ଧ ଭିତରେ ‘ସୁପରହିରୋ’ ସାଜିଲା ଏହି ୟୁକ୍ରେନୀ କୁକୁର! ୨୦୦ରୁ ଅଧିକ ଲ୍ୟାଣ୍ଡମାଇନ ସନ୍ଧାନ କରି ବଞ୍ଚାଇଲା ଶହ ଶହ ଲୋକଙ୍କ ଜୀବନ

ବାସ୍ତବରେ, କୁକୁର ମଣିଷର ସବୁଠାରୁ ଭଲ ସାଙ୍ଗ ହୋଇଥାଏ ଏବଂ ଏହା ବାରମ୍ବାର ପ୍ରମାଣିତ ମଧ୍ୟ ହୋଇସାରିଛି। ରୁଷ୍‌-ୟୁକ୍ରେନ ଯୁଦ୍ଧ ଭିତରେ ବି ଏକ କୁକୁର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। କିଭ୍‌ର ଏହି କୁକୁର ନିଜ ଦେଶ ପାଇଁ ସାହସ ଏବଂ ବୀରତାର ପରିଚୟ ଦେଇ ଏକ ବିରାଟ ଉଦାହରଣ ସୃଷ୍ଟି କରିଛି। ନିଜର ଉଲ୍ଲେଖନୀୟ ସେବା ମାଧ୍ୟମରେ କୁକୁରଟି ବଞ୍ଚାଇଛି ଶହ ଶହ ଲୋକଙ୍କ ଜୀବନ।

କାହାଣୀଟି ହେଉଛି ୟୁକ୍ରେନର ସ୍ନିଫିଙ୍ଗ୍‌ ଡଗ୍‌ ପ୍ୟାଟ୍ରନ୍‌ର। ରୁଷ୍‌ ଆକ୍ରମଣ ଭିତରେ ପ୍ୟାଟ୍ରନ ଅନେକ ଲ୍ୟାଣ୍ଡ୍‌ମାଇନ ବୋମା ଖୋଜି ବାହାର କରି ବିପଦ ପୂର୍ବରୁ ହିଁ ୟୁକ୍ରେନ ସେନାକୁ ସତର୍କ କରାଇ ଦେଇଛି। ପ୍ୟାଟ୍ରନର ସାହସିକତା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି ତାକୁ ପଦକରେ ସମ୍ମାନିତ କରିଛନ୍ତି। ଏହି ଯୁଦ୍ଧ ନାୟକ ଓ ତା’ର କେୟାର ଟେକରଙ୍କୁ ନିକଟରେ ଜେଲେନ୍‌ସ୍କି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ୟୁକ୍ରେନ ଗସ୍ତ ସମୟରେ ମେଡାଲରେ ସମ୍ମାନିତ କରିଛନ୍ତି।

ରିପୋର୍ଟ ମୁତାବକ, ଜ୍ୟାକ୍ ରସେଲ୍ ଟେରିଅର୍ ବ୍ରିଡ୍‌ର ସ୍ନିଫର୍ କୁକୁର ‘ପ୍ୟାଟ୍ରନ୍’ ୨୦୦ରୁ ଅଧିକ ଲ୍ୟାଣ୍ଡମାଇନ୍ ବୋମା ଖୋଜି ବାହାର କରିଛି। ଫେବୃଆରୀ ୨୪ରୁ ଆରମ୍ଭ ହୋଇଥିବା ଯୁଦ୍ଧ ପର ଠାରୁ ଅନେକ ବିପଦକୁ ଟାଳି ଦେବାରେ ପ୍ୟାଟ୍ରେନକୁ ଶ୍ରେୟ ଦିଆଯାଇଛି। ବାସ୍ତବ ଜୀବନର ସୁପରହିରୋ ସାଜିଥିବା ପ୍ୟାଟ୍ରନକୁ ଯେତେବେଳେ ପଦକରେ ସମ୍ମାନିତ କରାଯାଉଥିଲା, ତ ସେହି ସମୟରେ ସେ ଜୋର୍‌ରେ ଭୁକି ଏବଂ ଲାଞ୍ଜ ହଲାଇ ସମସ୍ତଙ୍କ ହୃଦୟ ଜିତିଥିଲା। ପ୍ୟାଟ୍ରନର କ୍ୟୁଟ୍‌ନେସ ଦେଖି ସେଠାରେ ଉପସ୍ଥିତ ସମସ୍ତ ଲୋକ ଖୁବ୍‌ ହସିଥିଲେ। ଟ୍ରୁଡୋ ମଧ୍ୟ ପ୍ୟାଟ୍ରନକୁ ପ୍ରଶଂସା କରିଥିଲେ।

ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, ‘ମୁଁ ସେହି ୟୁକ୍ରେନ ହିରୋମାନଙ୍କୁ ପୁରସ୍କୃତ କରିବାକୁ ଚାହୁଁଛି, ଯେଉଁମାନେ ଆମ ମାଟିକୁ ସୁରକ୍ଷିତ ରଖୁଛନ୍ତି। ପ୍ୟାଟ୍ରନ, ଯିଏ କେବଳ ବିସ୍ଫୋରକଗୁଡ଼ିକୁ ଖୋଜିବାରେ ସାହାଯ୍ୟ କରୁନି, ବରଂ ଲ୍ୟାଣ୍ଡମାଇନ୍ ବିପଦ ଥିବା ଅଞ୍ଚଳରେ ଆମ ପିଲାମାନଙ୍କୁ ଆବଶ୍ୟକ ସୁରକ୍ଷା ନିୟମ ଶିଖାଇବାରେ ମଧ୍ୟ ସାହାଯ୍ୟ କରୁଛି। ସେପଟେ ପ୍ୟାଟ୍ରନର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ଏକ ଭ୍ୟାନରେ ଡେଉଁଥିବା ଏବଂ ଜଣେ ସେନା ଅଧିକାରୀଙ୍କ କୋଳରେ ବସି ଥିବାର ଦେଖିବାକୁ ମିଳୁଛି। ଗନ୍ଧ ବାରି ଏହା ସୁନିଶ୍ଚିତ କରୁଛି ଯେ ଉକ୍ତ ଅଞ୍ଚଳଟି ସୁରକ୍ଷିତ ତଥା ଲ୍ୟାଣ୍ଡମାଇନ୍ ବୋମାରୁ ମୁକ୍ତ ଅଛି। ବାସ୍ତବିକ, ରୁଷ୍‌-ୟୁକ୍ରେନ ଯୁଦ୍ଧ ଭିତରେ ପ୍ୟାଟ୍ରନର ସାହସିକତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

Roshni

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

15 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

30 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

43 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

43 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago