ରାଜ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଲଗାମ ଲଗାଇ ନାହାନ୍ତି ଅଦାଲତ: କାର୍ଯ୍ୟ ତଦାରଖ ପାଇଁ ରାଜ୍ୟ ସରକାର ଓ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ

କଟକ(କେନ୍ୟୁଜ୍):  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ରାଜ୍ୟ ସରକାର ଓ ଏଏସଆଇ ମିଳିତ ଭାବେ କାର୍ଯ୍ୟ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପରିକ୍ରମା ପ୍ରକଳ୍ପ ଉପରେ କୌଣସି ରହିତାଦେଶ ବା ଲଗାମ ଲଗାଇ ନାହାନ୍ତି ଅଦାଲତ। ପୁରୀ ଶ୍ରୀମନ୍ଦିର ସମ୍ପର୍କୀତ ମୃଣାଳିନୀ ପାଢ଼ୀ ବନାମ କେନ୍ଦ୍ର ସରକାର ମାମଲାରେ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ଏହି କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ।ତେବେ ଶ୍ରୀମନ୍ଦିରର ଐତିହ୍ୟ ଉପରେ ଯେଭଳି କୌଣସି ପ୍ରଭାବ ନ ପଡିବ, ତାହା ରାଜ୍ୟ ସରକାର ଦେଖିବାକୁ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ।

ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ଓଡିଶା ହାଇକୋର୍ଟରେ ଗତ ୮ ତାରିଖରେ ଏକ ସତ୍ୟପାଠ ଦାଖଲ କରାଯାଇଛି। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶନାମା ଅନୁଯାୟୀ ଗତ ମେ ୨ ତାରିଖରେ ଏଏସଆଇ ପ୍ରତିନିଧି ଦଳ ପରିକ୍ରମା ଅଞ୍ଚଳ ବୁଲିବା ସହ ଓବିସିସି ଏବଂ ଶ୍ରୀମନ୍ଦିର ପ୍ରଶାସନ ସହିତ ଏକ ବୈଠକରେ ଆଲୋଚନା କରିଥିଲେ। ତଦନୁଯାୟୀ ଏଏସଆଇ ହାଇକୋର୍ଟରେ ଏହି ରିପୋର୍ଟ ଉପସ୍ଥାପିତ କରିଛି। ଏଏସଆଇର ବିନା ଅନୁମତିରେ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ନେଇ ସତ୍ୟପାଠ ରେ ଉଲେଖ କରିଛି ଏଏସଆଇ। ନିସିଦ୍ଧାଞ୍ଚଳରେ କାର୍ଯ୍ୟ ପାଇଁ ଏଏସଆଇ ଅନୁମତି ଆବଶ୍ୟକ ଥିବାବେଳେ ରେଗୁଲେଟେଡ଼ ଅଞ୍ଚଳ ପାଇଁ ନ୍ୟାସନାଲ ମନୋମେଣ୍ଟ ଅଥରିଟିଙ୍କ ଅନୁମତି ଆବଶ୍ୟକତା ରହିଥିବା ଏଏସଆଇ ପକ୍ଷରୁ ସତ୍ୟପାଠରେ କୁହାଯାଇଛି। ଏଏସଆଇର ଦାଖଲ କରିଥିବା ରିପୋର୍ଟ ଉପରେ ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୁନ ୨୦ ତାରିଖ କିମ୍ବା ତା ପୂର୍ବରୁ ରାଜ୍ୟ ସରକାର ସତ୍ୟପାଠ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୁନ ୨୨ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।ତେବେ ନିର୍ମାଣ କାର୍ଯ୍ୟରେ କୋର୍ଟ କୌଣସି ପ୍ରତିବନ୍ଧକ ଲଗାଇନାହାନ୍ତି ହାଇକୋର୍ଟ।

ପୂର୍ବ ଶୁଣାଣି ସମୟରେ ରାଜ୍ୟ ସରକାର ଓ ପ୍ରତ୍ନତତ୍ତ୍ୱ ବିଭାଗକୁ ଜବାବ ତଲବ କରିଥିଲେ ହାଇକୋର୍ଟ।କଣ ନିର୍ମାଣ ହେଉଛି, କିଏ ନିର୍ମାଣ କରୁଛି ଓ ଶ୍ରୀମନ୍ଦିର ପ୍ରତି କି ବିପଦ ରହିଛି ସେ ସମ୍ପର୍କରେ ଏହି ରିପୋର୍ଟ ମାଗିଥିଲେ ହାଇକୋର୍ଟ। ଏ ସଂକ୍ରାନ୍ତରେ ରାଜ୍ୟ ସରକାର ଓ ପ୍ରତ୍ନତତ୍ତ୍ୱ ବିଭାଗକୁ ଜବାବ୍ ରଖିବାକୁ କୋର୍ଟ ନିର୍ଦେଶ ଦେଇଥିଲେ। ପ୍ରତ୍ନତତ୍ତ୍ୱ ବିଭାଗ ସେହି ସ୍ଥାନକୁ ସ୍ୱାଧୀନ ଭାବରେ ଯାଇ ଖନନର ତଦାରଖ କରି ପାରିବ କିନ୍ତୁ ଯିବା ପୂର୍ବରୁ ଗସ୍ତ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇବାକୁ କୋର୍ଟ କହିଥିଲେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଆର କେ ପଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଥିଲେ। ପୁରୀର ସମାଜସେବୀ ଦିଲ୍ଲୀପ ବରାଳଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଛି ।

 

KNews Bureau

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

2 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

17 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

29 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

30 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago