ନୂଆଦିଲ୍ଲୀ:ଋଷ୍ କବଜାରେ ଖେରସନ୍ ସହର । ଦକ୍ଷିଣ ୟୁକ୍ରେନର ବଡ଼ ସହର ଖେରସନ୍କୁ ନିଜ ନିୟନ୍ତ୍ରଣକୁ ନେଇଛି ଋଷ୍ । କ୍ରିମିଆକୁ ଲାଗିଛି ଖେରସନ୍ ସହର । ଏହାର ସମସ୍ତ ସାମରିକ ପ୍ରତିଷ୍ଠାନ ଧ୍ୱଂସ ହୋଇଯାଇଛି । କୌଣସି ସ୍ଥାନରେ ୟୁକ୍ରେନ ସେନାର ପ୍ରଭାବ ଦେଖିବାକୁ ମିଳୁନାହିଁ । ସହରକୁ ସମ୍ପୂର୍ଣ୍ଣ ଭାବେ ୟୁକ୍ରେନ୍ ସାମରିକ ବାହିନୀ କବଳରୁ ମୁକ୍ତ କରାଯାଇଥିବା କହିଛନ୍ତି ଋଷ୍ ପ୍ରତିରକ୍ଷା ମୁଖପାତ୍ର ।
ନାଗରିକଙ୍କୁ ଯେପରି କିଛି କ୍ଷତି ନପହଁଚିବ ସେଥିପ୍ରତି ବ୍ୟବସ୍ଥା କରାଯାଉଛି। ଖେରସନ୍ର ଆଞ୍ଚଳିକ କେନ୍ଦ୍ରକୁ ଋଷ୍ ସେନାବାହିନୀ ନିଜ ନିୟନ୍ତ୍ରଣକୁ ନେବା ସହ ସହରର ସମସ୍ତ ସୀମା ନିୟନ୍ତ୍ରଣ ମଧ୍ୟ ନିଜ ହାତକୁ ଯାଇଛି। ଏଠାରେ ସାଧାରଣ ପରିବହନ ବ୍ୟବସ୍ଥା ଜାରି ରଖିବାକୁ ଅନୁମତି ଦେଇଛି ଋଷ୍ ସେନା ।
ସହରରେ ଖାଦ୍ୟ କିମ୍ବା ଅତ୍ୟାବଶ୍ୟକ ଜିନିଷର ଅଭାବ ନାହିଁ ବୋଲି କୁହାଯାଇଛି। ଖେରସନ୍ ଋଷ୍ ନିୟନ୍ତ୍ରଣକୁ ଯିବା ପରେ ସେଠାରେ ଋଷ୍ ସମର୍ଥକ ୟୁକ୍ରେନ ନାଗରିକ ଏହାକୁ ସ୍ୱାଗତ କରିଛନ୍ତି।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…