ପୁଣିଥରେ ନିଜ ଦବ୍ଦବା ଜାହିର କରିଛି ତାଲିବାନ୍। ଆଫଗାନିସ୍ତାନକୁ ନିଜ ଲୋକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ୟୁକ୍ରେନ୍ର ଏକ ବିମାନକୁ ତାଲିବାନ୍ ହାଇଜ୍ୟାକ୍ କରିଥିବା ସୂଚନା ମିଳିଛି। ୟୁକ୍ରେନ୍ ସରକାରଙ୍କର ଜଣେ ମନ୍ତ୍ରୀ ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ରବିବାର ଦିନ ଏହି ବିମାନକୁ ହାଇଜ୍ୟାକ୍ କରାଯାଇଥିଲା। କିଛି ଅଜଣା ଲୋକ ବିମାନକୁ ଅପହରଣ କରି ନିଜ କବ୍ଜାକୁ ନେଇଥିବା ସୂଚନା ମିଳିଥିବା ସେ କହିଛନ୍ତି।
ୟୁକ୍ରେନ୍ର ଡେପୁଟି ବୈଦେଶିକ ମନ୍ତ୍ରୀ ୟେଭଗେନି ୟେନିନ୍ କହିଛନ୍ତି, ରବିବାର ଆମ ବିମାନକୁ କିଛି ଅଜଣା ଲୋକ ହାଇଜ୍ୟାକ୍ କରିନେଇଛନ୍ତି। ମଙ୍ଗଳବାର ଦିନ ଏହି ବିମାନକୁ ଇରାନ୍ ନିଆଯାଇଛି। ବିମାନରେ କିଛି ଅଜ୍ଞାତ ଲୋକ ଅଛନ୍ତି। କେବଳ ଏତିକି ନୁହେଁ ଉଦ୍ଧାର ପାଇଁ ଯାଇଥିବା ଆମର ଆଉ ୩ଟି ପ୍ଲେନ୍ ବି ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିନାହିଁ। ସେମାନେ ବିମାନକୁ ଏୟାରପୋର୍ଟରେ ପହଞ୍ଚିବାକୁ ଦେଇନଥିଲେ ବୋଲି କହିଛନ୍ତି ମନ୍ତ୍ରୀ।
ସୂଚନାଯୋଗ୍ୟ ଯେ ନିକଟ ଅତୀତରେ ତାଲିବାନ ଏକ ବିମାନ ଅପହରଣ କରିଥିଲା। ଯେଉଁଥିରେ କିଛି ଭାରତୀୟ ଥିଲେ ବୋଲି କୁହାଯାଉଥିଲା। କିନ୍ତୁ ପରେ ସେମାନଙ୍କୁ ତାଲିବାନ ପକ୍ଷରୁ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଥିଲା।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…