Below header

ପୁଣିଥରେ ନିଜ ଦବ୍‌ଦବା ଜାହିର କରିଛି ତାଲିବାନ୍‌, କାବୁଲରୁ ହାଇଜ୍ୟାକ୍‌ ହେଲା ୟୁକ୍ରେନ୍‌ ବିମାନ

ପୁଣିଥରେ ନିଜ ଦବ୍‌ଦବା ଜାହିର କରିଛି ତାଲିବାନ୍‌। ଆଫଗାନିସ୍ତାନକୁ ନିଜ ଲୋକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ୟୁକ୍ରେନ୍‌ର ଏକ ବିମାନକୁ ତାଲିବାନ୍‌ ହାଇଜ୍ୟାକ୍‌ କରିଥିବା ସୂଚନା ମିଳିଛି। ୟୁକ୍ରେନ୍‌ ସରକାରଙ୍କର ଜଣେ ମନ୍ତ୍ରୀ ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ରବିବାର ଦିନ ଏହି ବିମାନକୁ ହାଇଜ୍ୟାକ୍‌ କରାଯାଇଥିଲା। କିଛି ଅଜଣା ଲୋକ ବିମାନକୁ ଅପହରଣ କରି ନିଜ କବ୍‌ଜାକୁ ନେଇଥିବା ସୂଚନା ମିଳିଥିବା ସେ କହିଛନ୍ତି।

ୟୁକ୍ରେନ୍‌ର ଡେପୁଟି ବୈଦେଶିକ ମନ୍ତ୍ରୀ ୟେଭଗେନି ୟେନିନ୍‌ କହିଛନ୍ତି, ରବିବାର ଆମ ବିମାନକୁ କିଛି ଅଜଣା ଲୋକ ହାଇଜ୍ୟାକ୍‌ କରିନେଇଛନ୍ତି। ମଙ୍ଗଳବାର ଦିନ ଏହି ବିମାନକୁ ଇରାନ୍‌ ନିଆଯାଇଛି। ବିମାନରେ କିଛି ଅଜ୍ଞାତ ଲୋକ ଅଛନ୍ତି। କେବଳ ଏତିକି ନୁହେଁ ଉଦ୍ଧାର ପାଇଁ ଯାଇଥିବା ଆମର ଆଉ ୩ଟି ପ୍ଲେନ୍‌ ବି ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିନାହିଁ। ସେମାନେ ବିମାନକୁ ଏୟାରପୋର୍ଟରେ ପହଞ୍ଚିବାକୁ ଦେଇନଥିଲେ ବୋଲି କହିଛନ୍ତି ମନ୍ତ୍ରୀ।

ସୂଚନାଯୋଗ୍ୟ ଯେ ନିକଟ ଅତୀତରେ ତାଲିବାନ ଏକ ବିମାନ ଅପହରଣ କରିଥିଲା। ଯେଉଁଥିରେ କିଛି ଭାରତୀୟ ଥିଲେ ବୋଲି କୁହାଯାଉଥିଲା। କିନ୍ତୁ ପରେ ସେମାନଙ୍କୁ ତାଲିବାନ ପକ୍ଷରୁ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.