ଦେଶ ବିଦେଶ

ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଜାତିସଂଘ ମହାସଚିବ, ୨୬ରେ ମସ୍କୋ ଯିବେ

କେନ୍ୟୁଜ୍(ବ୍ୟୁରୋ):  ଯୁଦ୍ଧ ଭିତରେ ବଡ଼ ଖବର । ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଜାତିସଂଘ ମହାସଚିବ । ମଙ୍ଗଳବାର ମସ୍କୋ ଯିବେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ । ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୨୬ ତାରିଖରେ ସେ ମସ୍କୋ ଯିବେ । ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟି ୟୁକ୍ରେନ-ରୁଷ ଯୁଦ୍ଧ ସମ୍ପର୍କରେ ଆଲୋଚନା କରିବେ । ଯୁଦ୍ଧ ସମୟରେ ଜାତିସଂଘ ମହାସଚିବଙ୍କ ମସ୍କୋ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି । ଯୁଦ୍ଧ ବନ୍ଦ ପାଇଁ କହିପାରନ୍ତି ଆଣ୍ଟୋନିଓ ଗୁଟେରସ୍‌ । ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ ମଧ୍ୟ ଆଲୋଚନା କରିବେ ।

ପୁଟିନଙ୍କୁ ଭେଟିବା ପରେ ଗୁରୁବାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିବେ ଜାତିସଂଘ ମହାସଚିବ । ଆଣ୍ଟୋନିଓ ଗୁଟେରସ୍‌ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଡିମିଟ୍ରୋ କୁଲେବାଙ୍କୁ ମଧ୍ୟ ଭେଟିବେ । ପୂର୍ବରୁ ରୁଷ ରାଷ୍ଟ୍ରପତି ପୁଟିନ ଓ ୟୁକ୍ରେନ୍‌ର ଭୋଲୋଦମିର ଜେଲେନ୍‌ସ୍କିଙ୍କ ସହ ସାକ୍ଷାତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଜାତିସଂଘ ସଚିିବ ଆଣ୍ଟୋନିଓ ଗୁଟେରସ୍‌ । ଦୁଇ ରାଷ୍ଟ୍ରପତିଙ୍କୁ ଭେଟିବା ପରେ କ’ଣ ନିର୍ଯାସ ବାହାରୁଛି, ତାରି ଉପରେ ସାରା ବିଶ୍ୱର ନଜର ।.

KNews Bureau

Recent Posts

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

1 min ago

ଏହି ସବୁ ଜୀବ ଘର ପାଇଁ ହୋଇଥାନ୍ତି ଅଶୁଭ, ଦେଇଥାନ୍ତି ବିପତ୍ତିର ସଙ୍କେତ

ଯେତେବେଳେ ବି ଆମେ କୌଣସି କାର୍ଯ୍ୟ କରିବା ପାଇଁ ବାହାରିଥାଉ, ଆମ ମୂଳ ଉଦ୍ଦେଶ୍ୟ ହୋଇଥାଏ ସେହି କାର୍ଯ୍ୟକୁ ସଂପୂର୍ଣ୍ଣ…

5 mins ago

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

19 mins ago

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…

32 mins ago

ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ, ଜଙ୍ଗଲରୁ ମୃତଦେହ ଜବତ

ମୟୂରଭଞ୍ଜ : ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଥାନାରେ ଅଟକ । ଘଟଣା…

35 mins ago

ଷଷ୍ଠ ଥର ନବୀନ ସରକାର, ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ ବହୁମତ

ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…

58 mins ago