ଉତ୍ତର ପ୍ରଦେଶର ନୋଏଡାରେ ଏକ ଦ୍ରୁତଗାମୀ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଠାରେ କାର୍ ଚାଳକ ବେପରୁଆ ଭାବରେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ଏକ ରିକ୍ସାକୁ ଧକ୍କା ଦେଇଥିଲେ । ଏହାପରେ କାର୍ଟି ଭାରସାମ୍ୟ ହରାଇ ସେକ୍ଟର-୫୫ସ୍ଥିତ ଏକ କୋଠାଘରେ ପିଟି ହୋଇଯାଇଥିଲା । ଏଥିରେ ଘରର କାନ୍ଥ ଓ ରେଲିଂ ଭାଙ୍ଗିରୁଜି ଯାଇଛି । ସେପଟେ କାର୍ ଧକ୍କାରେ ରିକ୍ସା ଚାଳକ ଏବଂ ରିକ୍ସାରେ ଯାତ୍ରା କରୁଥିବା ୨ ମହିଳା ସହ କାର୍ରେ ଥିବା ୨ ଯୁବକ ଆହତ ହୋଇଛନ୍ତି ।
ସେକ୍ଟର-୫୫ ଥାନା ଇନ୍ସପେକ୍ଟର ଅମିତ କୁମାର କହିଛନ୍ତି ଯେ ଆଜି ସକାଳେ ଗୌରବ ଶର୍ମା ଓ ଆଦିତ୍ୟ ଏକ କାର୍ରେ ଯାଉଥିଲେ । ଆଦିତ୍ୟ କାର ଚଲାଉଥିଲେ । ସେ ଦ୍ରୁତ ଗତିରେ ଏବଂ ବେପରୁଆ ଭାବରେ ଗାଡ଼ି ଚଳାଇବା ବେଳେ ଜଣେ ରିକ୍ସା ଚାଳକଙ୍କୁ ଧକ୍କା ଦେଇଥିଲେ ।
ରିକ୍ସାରେ ଥିବା ଦୁଇ ମହିଳା ନୀତୁ ଓ ଚାନ୍ଦିନୀଙ୍କ ସହ ରିକ୍ସା ଚାଳକ ରିତେଶ ଗୁରୁତର ଆହତ ହୋଇଛନ୍ତି । କାର୍ଟି ନିୟନ୍ତ୍ରଣ ବାହାରକୁ ଯାଇ ସେକ୍ଟର-୫୫ସ୍ଥିତ ଏକ କୋଠାଘରେ ପଶିଯାଇଥିଲା । ଏଥିଯୋଗୁ ଘରର କାନ୍ଥ ଓ ରେଲିଂ କ୍ଷତିଗ୍ରସ୍ତ ହୋଇଛି । କାର୍ରେ ଥିବା ଉଭୟ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି ।
କୁହାଯାଉଛି ଯେ ଘର କାନ୍ଥରେ କାର୍ଟି ଧକ୍କା ହେବା ସମୟରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଆଖାପାଖର ଲୋକମାନେ ଏହି ଶବ୍ଦ ଶୁଣି ଥରି ଉଠିଥିଲେ । ଏହି ଦୁର୍ଘଟଣାରେ କାର୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍କୁ ଜବତ କରି ଘଟଣାର ତଦନ୍ତ କରୁଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ହେଲା, କାର୍ଟି ଦ୍ରୁତ ଗତିରେ ଆସୁଥିଲା, ଯାହାଫଳରେ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଏହାପରେ କାର୍ ଏକ ଘରେ ପଶିଯାଇଥିଲା । ପ୍ରଥମେ ଏହା ଘର ବାହାରେ ଲାଗିଥିବା ଗେଟ୍କୁ ଭାଙ୍ଗି ପୁଣି ଘରର କାନ୍ଥ ଭାଙ୍ଗି ଭିତରେ ପଶିଥିଲା ।
ଶ୍ରୀଲଙ୍କାରେ ତାଣ୍ଡବ ରଚିଛି ବର୍ଷା । ଭୟଙ୍କର ବନ୍ୟା ପରିସ୍ଥିତି ଯୋଗୁ ସୋମବାର ସ୍କୁଲଗୁଡ଼ିକୁ ବନ୍ଦ କରି ଦିଆଯାଇଛି ।…
ଭୁବନେଶ୍ୱର : ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା -ଓଜେଇ ୨୦୨୪ର ଫଳାଫଳ ପ୍ରକାଶ । ଚଳିତ ବର୍ଷ ମେ'ରେ ହୋଇଥିଲା…
ୟୁପିର ବିଜନୋରରେ ପିଲାଙ୍କୁ ପିଟିଥିବା ଇନ୍ସପେକ୍ଟରଙ୍କ ପାଇଁ ମହଙ୍ଗା ପଡିଛି । ଭିଡିଓ ଭାଇରାଲ ହେବା ପରେ ଇନ୍ସପେକ୍ଟରଙ୍କୁ ନିଲମ୍ବିତ…
ନୟାଗଡ଼: ଜୀବନରେ ଦୁଃଖ ଆଉ ସୁଖ ଏ ତ ଲାଗି ରହିଛି । ହେଲେ ଏହି ଦୁଃଖ ବେଳେ ବେଳେ…
ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଛି ଅଦ୍ଭୁତ ଘଟଣା । ଚୋରି କରିବାକୁ ଆସିଥିବା ଚୋର ରୁମରେ ଏସି ଥଣ୍ଡା…
ଭୁବନେଶ୍ୱର (କେନ୍ୟୁଜ): ଆଜି ବିଶ୍ୱ ବାଇସାଇକେଲ ଦିବସ । ଏହି ଅବସରରେ ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଳବର ସାଇକେଲ ଯାତ୍ରା…