ଦେଶ ବିଦେଶ

ଆଥ୍‌ଲେଟ୍‌ଙ୍କ ପାଇଁ ସ୍କଲାରସିପ୍‌ ଘୋଷଣା କଲା Go Sports ଫାଉଣ୍ଡେସନ୍‌, କ୍ରୀଡ଼ାବିତ୍‌ ତୁରନ୍ତ କରନ୍ତୁ ଆବେଦନ

ଅଲମ୍ପିକ୍‌ ଓ ପାରା ଅଲମ୍ପିକ୍‌ରେ ଅଂଶ ଗ୍ରହଣ କରିବାକୁ ଇଚ୍ଛୁକ ଝିଅମାନଙ୍କ ପାଇଁ ସୁଯୋଗ ନେଇ ଆସିଛି ଅନ୍‌ଷ୍ଟପେବଲ୍‌ କରକେ ଦିଖାଉଙ୍ଗୀ ଆଥ୍‌ଲେଟ୍‌ ସ୍କଲାରସିପ୍‌ ୨୦୨୨-୨୩ (Unstoppable Karke Dikhaungi Athlete Scholarship 2022-23)। ଗୋ ସ୍ପୋର୍ଟ୍ସ ଫାଉଣ୍ଡେସନ୍‌ (Go Sports Foundation) ପକ୍ଷରୁ କେବଳ ମହିଳା କ୍ରୀଡ଼ାବିତ୍‌ଙ୍କ ପାଇଁ ଏହି ସ୍କଲାରସିପ୍‌ ଯୋଗାଇ ଦିଆଯାଉଛି। ଗୋ ସ୍ପୋର୍ଟ୍ସ ଫାଉଣ୍ଡେସନ୍‌ ସହ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପରିବର୍ତ୍ତନର ସହଯୋଗରେ ଅଲମ୍ପିକ୍ସ ଓ ପାରା ଅଲମ୍ପିକ୍‌ରେ ଅଂଶ ଗ୍ରହଣ କରିବାକୁ ଚାହୁଁଥିବା ଯୁବତୀ ଓ ମହିଳା ଏହି ସ୍କଲାରସିପ୍‌ର ଲାଭ ଉଠାଇ ପାରିବେ।

ସଂସ୍ଥାର ନାମ:

ଗୋ ସ୍ପୋର୍ଟ୍ସ ଫାଉଣ୍ଡେସନ୍‌ (Go Sports Foundation)

ସ୍କଲାରସିପ୍‌ର ନାମ:

ଅନ୍‌ଷ୍ଟପେବଲ୍‌ କରକେ ଦିଖାଉଙ୍ଗୀ ଆଥ୍‌ଲେଟ୍‌ ସ୍କଲାରସିପ୍‌ ୨୦୨୨-୨୩ (Unstoppable Karke Dikhaungi Athlete Scholarship 2022-23)

ଯୋଗ୍ୟତା:

  • ଏହି ସ୍କଲାରସିପ୍‌ ପାଇଁ ଭାରତୀୟ ଯୁବତୀ ଓ ମହିଳାମାନେ ଆବେଦନ କରିପାରିବେ।
  • ଆବେଦନ କରୁଥିବା ଯୁବତୀଙ୍କ ବୟସ ୧୩ ବର୍ଷ କିମ୍ବା ତା’ ଠାରୁ ଅଧିକ ହୋଇଥିବା ଆବଶ୍ୟକ।
  • ସେମାନେ ଅଲମ୍ପିକ/ପାରା ଅଲମ୍ପିକ୍‌/ ଓ୍ଵିଣ୍ଟର ଅଲମ୍ପିକ/ ଆଡଭେଞ୍ଚର/ ମୋଟର ସ୍ପୋର୍ଟ୍ସ ଇଭେଣ୍ଟରେ ଜାତୀୟ କିମ୍ବା ଅନ୍ତର୍ଜାତୀୟ ସ୍ତରରେ ଭାଗ ନେଇଥିବା ଆବଶ୍ୟକ। ସେ ଦେଶ କିମ୍ବା ରାଜ୍ୟ ପାଇଁ କୌଣସି ଜାତୀୟସ୍ତରୀୟ ଖେଳରେ ପ୍ରତିନିଧିତ୍ୱ କରୁଥିବା ଆବଶ୍ୟକ।
  • ଯେଉଁ ଆଥ୍‌ଲେଟ୍‌ ନିଜ ଖେଳ ମାଧ୍ୟମରେ ଅନ୍ୟଙ୍କୁ ଆକର୍ଷିତ କରିପାରୁଥିବେ ସେମାନେ ଏହି ସ୍କଲାରସିପ୍‌ ପାଇବାକୁ ଯୋଗ୍ୟ ହେବେ।
  • ପ୍ରାର୍ଥୀଙ୍କର ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ପଦକ ଜିତିବା କ୍ଷମତା ଥିବା ଆବଶ୍ୟକ।

ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଜୁନ୍‌ ୪, ୨୦୨୨

ଯଦି ଆବେଦନ ପତ୍ର ଭରିବା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ହେଉଥିଲେ, scholarships@gosports.in ରେ ଯୋଗାଯୋଗ କରନ୍ତୁ। ଯଦି ଆପଣ ନିଜେ ଜଣେ ଆଥ୍‌ଲେଟ୍‌ ନୁହଁନ୍ତି, କିନ୍ତୁ ଏମିତି କୌଣସି ବ୍ୟକ୍ତିଙ୍କୁ ଜାଣିଛନ୍ତି ଯିଏ ଏହି ସ୍କଲାରସିପ୍‌ ପାଇଁ ମାପଦଣ୍ଡକୁ ପୂରା କରୁଛନ୍ତି। ତେବେ ତାଙ୍କୁ ଫର୍ମ ପୂରଣ କରିବାକୁ ପ୍ରୋତ୍ସାହିତ କରନ୍ତୁ।

ଏସବୁ କାଗଜପତ୍ର ଆବଶ୍ୟକ:

  • ପାସ୍‌ପୋର୍ଟ ସାଇଜ୍‌ ଫଟୋ
  • ସରକାରୀ ଫଟୋ ଆଇଡି ପ୍ରମାଣ ପତ୍ର (ପାସ୍‌ପୋର୍ଟ, ଆଧାର କାର୍ଡ)
  • ବ୍ୟାଙ୍କ ପାସ୍‌ ବୁକ୍‌ ୧ ପେଜ୍‌
  • କୌଣସି ୫ଟି ମୁଖ୍ୟ ଜାତୀୟ/ ଅନ୍ତର୍ଜାତୀୟ ପୁରସ୍କାରର ପ୍ରମାଣ ପତ୍ର
  • ଟ୍ରେନିଂ କିମ୍ବା ଖେଳିବା ସମୟର ଫୁଲ୍‌ ସାଇଜ୍‌ ଫଟୋ

ଅଧିକ ସୂଚନା ପାଇଁ ଅଫିସିଆଲ ୱେବ୍‌ସାଇଟ୍‌କୁ ଫଲୋ କରନ୍ତୁ।

Also Read: ବାପା ହେଲେ ଓଲିଉଡ୍‌ ଷ୍ଟାର ସମ୍ବିତ୍‌ ଆଚାର୍ଯ୍ୟ, କଟକର ଘରୋଇ ହସ୍ପିଟାଲରେ ପୁତ୍ର ସନ୍ତାନ ଜନ୍ମ ଦେଲେ ପତ୍ନୀ ସୟୋନା

WCW 11

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

8 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

17 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

26 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

42 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

57 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago