ଆଥ୍ଲେଟ୍ଙ୍କ ପାଇଁ ସ୍କଲାରସିପ୍ ଘୋଷଣା କଲା Go Sports ଫାଉଣ୍ଡେସନ୍, କ୍ରୀଡ଼ାବିତ୍ ତୁରନ୍ତ କରନ୍ତୁ ଆବେଦନ
ଅଲମ୍ପିକ୍ ଓ ପାରା ଅଲମ୍ପିକ୍ରେ ଅଂଶ ଗ୍ରହଣ କରିବାକୁ ଇଚ୍ଛୁକ ଝିଅମାନଙ୍କ ପାଇଁ ସୁଯୋଗ ନେଇ ଆସିଛି ଅନ୍ଷ୍ଟପେବଲ୍ କରକେ ଦିଖାଉଙ୍ଗୀ ଆଥ୍ଲେଟ୍ ସ୍କଲାରସିପ୍ ୨୦୨୨-୨୩ (Unstoppable Karke Dikhaungi Athlete Scholarship 2022-23)। ଗୋ ସ୍ପୋର୍ଟ୍ସ ଫାଉଣ୍ଡେସନ୍ (Go Sports Foundation) ପକ୍ଷରୁ କେବଳ ମହିଳା କ୍ରୀଡ଼ାବିତ୍ଙ୍କ ପାଇଁ ଏହି ସ୍କଲାରସିପ୍ ଯୋଗାଇ ଦିଆଯାଉଛି। ଗୋ ସ୍ପୋର୍ଟ୍ସ ଫାଉଣ୍ଡେସନ୍ ସହ ଏଚ୍ଡିଏଫ୍ସି ବ୍ୟାଙ୍କ ପରିବର୍ତ୍ତନର ସହଯୋଗରେ ଅଲମ୍ପିକ୍ସ ଓ ପାରା ଅଲମ୍ପିକ୍ରେ ଅଂଶ ଗ୍ରହଣ କରିବାକୁ ଚାହୁଁଥିବା ଯୁବତୀ ଓ ମହିଳା ଏହି ସ୍କଲାରସିପ୍ର ଲାଭ ଉଠାଇ ପାରିବେ।
ସଂସ୍ଥାର ନାମ:
ଗୋ ସ୍ପୋର୍ଟ୍ସ ଫାଉଣ୍ଡେସନ୍ (Go Sports Foundation)
ସ୍କଲାରସିପ୍ର ନାମ:
ଅନ୍ଷ୍ଟପେବଲ୍ କରକେ ଦିଖାଉଙ୍ଗୀ ଆଥ୍ଲେଟ୍ ସ୍କଲାରସିପ୍ ୨୦୨୨-୨୩ (Unstoppable Karke Dikhaungi Athlete Scholarship 2022-23)
ଯୋଗ୍ୟତା:
- ଏହି ସ୍କଲାରସିପ୍ ପାଇଁ ଭାରତୀୟ ଯୁବତୀ ଓ ମହିଳାମାନେ ଆବେଦନ କରିପାରିବେ।
- ଆବେଦନ କରୁଥିବା ଯୁବତୀଙ୍କ ବୟସ ୧୩ ବର୍ଷ କିମ୍ବା ତା’ ଠାରୁ ଅଧିକ ହୋଇଥିବା ଆବଶ୍ୟକ।
- ସେମାନେ ଅଲମ୍ପିକ/ପାରା ଅଲମ୍ପିକ୍/ ଓ୍ଵିଣ୍ଟର ଅଲମ୍ପିକ/ ଆଡଭେଞ୍ଚର/ ମୋଟର ସ୍ପୋର୍ଟ୍ସ ଇଭେଣ୍ଟରେ ଜାତୀୟ କିମ୍ବା ଅନ୍ତର୍ଜାତୀୟ ସ୍ତରରେ ଭାଗ ନେଇଥିବା ଆବଶ୍ୟକ। ସେ ଦେଶ କିମ୍ବା ରାଜ୍ୟ ପାଇଁ କୌଣସି ଜାତୀୟସ୍ତରୀୟ ଖେଳରେ ପ୍ରତିନିଧିତ୍ୱ କରୁଥିବା ଆବଶ୍ୟକ।
- ଯେଉଁ ଆଥ୍ଲେଟ୍ ନିଜ ଖେଳ ମାଧ୍ୟମରେ ଅନ୍ୟଙ୍କୁ ଆକର୍ଷିତ କରିପାରୁଥିବେ ସେମାନେ ଏହି ସ୍କଲାରସିପ୍ ପାଇବାକୁ ଯୋଗ୍ୟ ହେବେ।
- ପ୍ରାର୍ଥୀଙ୍କର ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ପଦକ ଜିତିବା କ୍ଷମତା ଥିବା ଆବଶ୍ୟକ।
ଏହି ସ୍କଲାରସିପ୍ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଜୁନ୍ ୪, ୨୦୨୨।
ଯଦି ଆବେଦନ ପତ୍ର ଭରିବା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ହେଉଥିଲେ, [email protected] ରେ ଯୋଗାଯୋଗ କରନ୍ତୁ। ଯଦି ଆପଣ ନିଜେ ଜଣେ ଆଥ୍ଲେଟ୍ ନୁହଁନ୍ତି, କିନ୍ତୁ ଏମିତି କୌଣସି ବ୍ୟକ୍ତିଙ୍କୁ ଜାଣିଛନ୍ତି ଯିଏ ଏହି ସ୍କଲାରସିପ୍ ପାଇଁ ମାପଦଣ୍ଡକୁ ପୂରା କରୁଛନ୍ତି। ତେବେ ତାଙ୍କୁ ଫର୍ମ ପୂରଣ କରିବାକୁ ପ୍ରୋତ୍ସାହିତ କରନ୍ତୁ।
ଏସବୁ କାଗଜପତ୍ର ଆବଶ୍ୟକ:
- ପାସ୍ପୋର୍ଟ ସାଇଜ୍ ଫଟୋ
- ସରକାରୀ ଫଟୋ ଆଇଡି ପ୍ରମାଣ ପତ୍ର (ପାସ୍ପୋର୍ଟ, ଆଧାର କାର୍ଡ)
- ବ୍ୟାଙ୍କ ପାସ୍ ବୁକ୍ ୧ ପେଜ୍
- କୌଣସି ୫ଟି ମୁଖ୍ୟ ଜାତୀୟ/ ଅନ୍ତର୍ଜାତୀୟ ପୁରସ୍କାରର ପ୍ରମାଣ ପତ୍ର
- ଟ୍ରେନିଂ କିମ୍ବା ଖେଳିବା ସମୟର ଫୁଲ୍ ସାଇଜ୍ ଫଟୋ
ଅଧିକ ସୂଚନା ପାଇଁ ଅଫିସିଆଲ ୱେବ୍ସାଇଟ୍କୁ ଫଲୋ କରନ୍ତୁ।
Also Read: ବାପା ହେଲେ ଓଲିଉଡ୍ ଷ୍ଟାର ସମ୍ବିତ୍ ଆଚାର୍ଯ୍ୟ, କଟକର ଘରୋଇ ହସ୍ପିଟାଲରେ ପୁତ୍ର ସନ୍ତାନ ଜନ୍ମ ଦେଲେ ପତ୍ନୀ ସୟୋନା