Below header

ବାପା ହେଲେ ଓଲିଉଡ୍‌ ଷ୍ଟାର ସମ୍ବିତ୍‌ ଆଚାର୍ଯ୍ୟ, କଟକର ଘରୋଇ ହସ୍ପିଟାଲରେ ପୁତ୍ର ସନ୍ତାନ ଜନ୍ମ ଦେଲେ ପତ୍ନୀ ସୟୋନା

ବାପା ହେଲେ ଓଲିଉଡ୍‌ ଷ୍ଟାର ସମ୍ବିତ୍‌ ଆଚାର୍ଯ୍ୟ। ଆଜି ତାଙ୍କ ପତ୍ନୀ ସୟୋନା ମହାପାତ୍ର କଟକର ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ସନ୍ତାନ ଜନ୍ମ ପରେ ତାଙ୍କ ପତ୍ନୀ ଓ ପୁଅ ସୁସ୍ଥ ଥିବା ସମ୍ବିତ କହିଛନ୍ତି। ତେବେ ପୁଅ ହେବା ପରେ ନିଜ ପ୍ରତିକ୍ରିୟା ଦେଇ ସମ୍ବିତ୍‌ କହିଛନ୍ତି, ଏବେ ମୁଁ ବହୁତ ଖୁସି। ବାପା ହେଲି। ଏଣୁ ଦାୟିତ୍ୱ ବଢ଼ିଗଲା ବୋଲି କହିଛନ୍ତି ସମ୍ବିତ୍‌।

Sambeet

ପ୍ରକାଶ ଯେ ସମ୍ବିତ ହାପି ଲକି, ଚଉକା ଛକ୍କା, ଗଞ୍ଜା ଲଢ଼େଇ, ପ୍ରେମ ୱେଡ୍‌ସ ପ୍ରିୟା, ତମକୁ ଦେଖିଲା ପରେ ଆଦି ଫିଲ୍ମରେ ଦମ୍‌ଦାର ଅଭିନୟ କରି ଦର୍ଶକଙ୍କ ମନ ଜିତିଛନ୍ତି। ତେବେ କେବଳ ଓଲିଉଡ୍‌ ନୁହେଁ, ସମ୍ବିତ ସାଉଥ୍‌ ଫିଲ୍ମରେ ବି ଅଭିନୟ କରିଛନ୍ତି।

Also Read: ମହିଳାମାନେ ଏହି କାମ କରିବା ବେଳେ ଭୁଲରେ ବି ଦେଖନ୍ତୁନି ପୁରୁଷ, ମିଳିବ ନର୍କ ଯନ୍ତ୍ରଣା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.