ମସଲା ବାଟିବା ପାଇଁ ମିକ୍ସି ଗ୍ରାଇଣ୍ଡର ଧରି ବିଜୁଳି ଅଫିସରେ ପହଞ୍ଚନ୍ତି ବ୍ୟକ୍ତି, ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ
ଡହ ଡ଼ହ ଖରା ଗରମରେ ଯଦି ବିଜୁଳି ଚାଲିଯାଏ ତେବେ କେତେ କଷ୍ଟ ହୁଏ ଆପଣ ନିଶ୍ଚିତ ଜାଣିଥିବେ । ତା’ ଠାରୁ ଆହୁରି କଷ୍ଟ ଘଣ୍ଟା ଘଣ୍ଟା ବସି ବିଜୁଳି ଆସିବା ନେଇ ଅପେକ୍ଷା କରିବା । ଆଉ ଅତି ବ୍ୟତିବ୍ୟସ୍ତ ଲାଗୁଥିବା ବେଳେ ଲାଇନ ହିଁ ଆସେ ନାହିଁ ତେବେ ମନକୁ ମନ ଉପାୟ ବାହାର କରି କିଛି ଯୁଗାଡ କରିବାକୁ ପଡିଥାଏ । ନହେଲେ ପରିସ୍ଥିତି ଅସମ୍ଭାଳ ହୋଇପଡ଼େ । କିଛି ଜଣ ବିଜୁଳି ବିଭାଗରେ ଯାଇ ଡେରା ପକାନ୍ତି । ଆଉ ସେଠି ବି ଲାଇନ ଦେଇ ଘଣ୍ଟା ଘଣ୍ଟା ସମୟ କାଟିବା ପରେ ମଧ୍ୟ କିଛି ବି ଲାଭ ହୁଏନାହିଁ । ଖାଲି ଯାହା ଛଟ ପଟ ହେବା ସାର ହୁଏ । ଆଉ ଏବେର ସୋସିଆଲ ମିଡ଼ିଆ ଯୁଗରେ ଏହି ଧରଣର ଘଟଣା ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି । ଟିକେ କୋଉଠି କଣ ହେଲେ ଲୋକେ ତାକୁ ଭିଡିଓ କରି ପୋଷ୍ଟ କରି ଦେଉଛନ୍ତି । କିନ୍ତୁ ଜାଣନ୍ତିକି କର୍ଣ୍ଣାଟକରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି । ଏଠି ବିଜୁଳି ନ
image credit: News 18 telugu
ବିଭାଗ ଲୋକଙ୍କ ଘରେ ବିଜୁଳି ପହଂଚାଇବାକୁ ଅସମର୍ଥ ହେବାକୁ ବ୍ୟକ୍ତି ଜଣଙ୍କ ନିଜ ମିକ୍ସି ଓ ମସଲା ନେଇ ସିଧା ଯାଇ ବିଜୁଳି ବିଭାଗ ଅଫିସରେ ପହଂଚିଥିଲେ । ଆଉ ଏହା ପରେ ବ୍ୟକ୍ତି ଜଣଙ୍କ ମିକ୍ସିର ତାରକୁ ବିଭାଗର ବୋର୍ଡରେ ଯୋଡି ମିକ୍ସି ଚଳାଇଥିଲେ । ଆଉ ସେଠି ମସଲା ପେଶିବାକୁ ଲାଗିଥିଲେ । ଏହି ବ୍ୟକ୍ତି ଜଣଙ୍କ ନାଁ ହେଉଛି ଏମ. ହନୁମନଥପା । ସେ ଶିବମୋଗା ଜିଲ୍ଲାର ମଂଗୋଟେ ଗାଁରେ ବାସ କରନ୍ତି । ଯାହା ଜଣାଯାଇଛି ବ୍ୟକ୍ତି ଜଣଙ୍କ ନିଜ ସହ ମିକ୍ସି, ଜାର, ମୋବାଇଲ ଚାର୍ଜର ନେଇ ମେସକମ ଅଫିସରେ ଯାଇ ପହଞ୍ଚନ୍ତି । କେବେ କେବେ ତାଙ୍କୁ କିଏ ଛାଡି ଦିଅନ୍ତି । ଅବା କେବେ କେବେ ନିଜେ ନିଜେ ଯାଇ ପହଂଚିଯାନ୍ତି । ସେଠାରେ ମସଲା ପେଷିବା ପାଇଁ ଗ୍ରାଇଣ୍ଡର ବ୍ୟବହାର କରିଥାନ୍ତି । ନିଜ ସହିତ ନେଇଥିବା ସମସ୍ତ ମୋବାଇଲକୁ ଚାର୍ଜରେ ବସାନ୍ତି । ଏମିତି ଦେଖିବାକୁ ଗଲେ ବିଜୁଳି ସହିତ ସମସ୍ତ କାର୍ଯ୍ୟ ସେହି ଅଫିସରେ ହିଁ ଶେଷ କରିଦିଅନ୍ତି ବ୍ୟକ୍ତି ଜଣଙ୍କ ।
ଆଉ ସବୁଠୁ ବଡ କଥା ହେଉଛି ସେଠାକାର ଅଫିସର ମାନେ ଏନେଇ କୌଣସି ଆପତ୍ତି ଅଭିଯୋଗ ମଧ୍ୟ କରନ୍ତି ନାହିଁ । ମିଳିଥିବା ସୂଚନା ଅନୁଯାୟୀ ଏସବୁର ଆରମ୍ଭ ୧୦ ମାସ ପୂର୍ବରୁ ହୋଇଥିଲା । ଯେବେ ହନୁମାନଥପା ତାଙ୍କ ଘରେ ବିଜୁଳି ନ ଆସିବାର ଅଭିଯୋଗ ନେଇ ବିଜୁଳି ବିଭାଗ ଅଫିସରେ ଯାଇ ପହଂଚିଥିଲେ । ସେସମୟରେ ତାଙ୍କ ପରିବାରକୁ ମାତ୍ର ୩ ରୁ ୪ ଘଣ୍ଟା ବିଜୁଳି ମିଳୁଥିଲା । ଅନେକ ଦିନ ଧରି ଦୌଡ଼ା ଦୌଡ଼ି ଓ ଝଗଡା ଆଦି କରିବା ପରେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନଥିଲା । ଏଥିରେ ବ୍ୟତିବ୍ୟସ୍ତ ହୋଇ ହନୁମଂଥପା ବାରମ୍ବାର ବରିଷ୍ଠ ଅଧିକାରୀଙ୍କୁ ଫୋନ କରିବାରୁ ଅଧିକାରୀ ଜଣଙ୍କ ତାଙ୍କୁ କହିଥିଲେକି ଆପଣ ଚାହିଁଲେ MESCOM ଅଫିସରେ ନିଜ କାମ କରାଇପାରିବେ । ଆଉ ଏହି ଘଟଣା ପରେ ବ୍ୟକ୍ତି ଜଣଙ୍କ ନିଜ କାମ କରାଇବାକୁ ପ୍ରତିଦିନ ଅଫିସରେ ଯାଇ ପହଂଚିଯାନ୍ତି ।