ଅଗ୍ନିଶମ ବିଭାଗ ପାଇଁ ଲାଗୁ ହେଲା ୟୁନିଫର୍ମ ଭତ୍ତା, ସରକାର ଖର୍ଚ୍ଚ କରିବେ ଅଧିକ ୨ କୋଟି ଟଙ୍କା

କଟକ(କେନ୍ୟୁଜ୍):ରାଜ୍ୟରେ ଅଗ୍ନିଶମ ବିଭାଗ ପାଇଁ ଲାଗୁ ହେଲା ୟୁନିଫର୍ମ ଭତ୍ତା। ଆସିଷ୍ଟାଣ୍ଡ ଫାୟାର ଅଫିସର ଓ ଷ୍ଟେସନ ଅଫିସରଙ୍କ ପାଇଁ ବାର୍ଷିକ ୫୭୦୦ ଟଙ୍କା, ଆସିଷ୍ଟାଣ୍ଡ ଷ୍ଟେସନ ଅଫିସର, ହାବିଲଦାର ମେଜର, ଫାୟାରମ୍ୟାନ, ଫାୟାରମ୍ୟାନ ଡ୍ରାଇଭରଙ୍କ ପାଇଁ ବାର୍ଷିକ ୫୮୦୦ ଟଙ୍କା, ଅର୍ଡରଲିଙ୍କ ପାଇଁ ବାର୍ଷିକ ୨୦୦୦ ଟଙ୍କା ଲାଗୁ ହେଲା।

ଏଥିପାଇଁ ସରକାରଙ୍କୁ ଅଧିକ ୨ କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ପଡିବ। ଗୃହ ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.